Dahisar Python Viral Video / କାରର ଇଞ୍ଜିନ ଭିତରେ ଥିଲା ୭ ଫୁଟ ଲମ୍ବା ଅଜଗର; ବନେଟ୍ ଖୋଲିଲା ମାତ୍ରେ ହଠାତ୍ ଆସିଲା ନଜର
·1 hour ago·2 min read

Key Points
ମୁମ୍ବାଇର ଦହିସର ଅଞ୍ଚଳରେ ଏକ କାର ବନଟେ ତଳେ ଏକ ଅଜଗର ଲୁଚି ରହିଥିଲା। ଯେତେବେଳେ ଏହାକୁ ଖୋଲାଗଲା, ସେତେବେଳେ ସମସ୍ତେ ଅଜଗରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ସଦ୍ୟ ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଯାଇଛି ଏକ ଛାତି ଥରାଇଦେବା ଭଳି ଘଟଣା। ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ କାନ୍ଦରପଡ଼ା ଅଞ୍ଚଳର ବାପୁ ବାଗୱେ ରୋଡ ସ୍ଥିତ ଏକ ଆବାସିକ କୋଠା ପରିସରରେ ପାର୍କିଂ ହୋଇଥିବା ଏକ କାର ଭିତରୁ ମିଳିଥିଲା ଏକ ୭ ଫୁଟ ଲମ୍ବା ଅଜଗର। ଏହି କାର୍ ବନେଟ୍ ଖୋଲାଯିବା ମାତ୍ରେ ଏହି ଅଗଗର ହଠାତ୍ ନଜର ଆସିଥିଲା। ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାର ବନେଟ୍ ମଧ୍ୟରୁ ଅଜଗର ନଜର ଆସିବା ମାତ୍ରେ ତୁରନ୍ତ ଜଣେ ସାପ ଧରାଳୀଙ୍କୁ ଡକାଯାଇଥିଲା। ଯିଏ ଅଜଗରକୁ ଧରି ଏହାକୁ ଜଙ୍ଗଲରେ ଛାଡି ଦେଇଥିଲେ। ହେଲେ ଅଜଗର ଏତେ ଲମ୍ବା ଥିଲା ଯେ ଏହାକୁ ସହଜରେ ନିୟନ୍ତ୍ରଣ କରିବା କଷ୍ଟକର ଥିଲା। ଅଜଗରର ଉଦ୍ଧାର କାର୍ଯ୍ୟର ଭିଡି଼ଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଜନବସତି ଅଞ୍ଚଳରୁ ଧରାପଡ଼ିଲା ବିଶାଳକାୟ ଅଜଗର
ଏହି ଘଟଣା ଦହିସର ଫ୍ଲାଏଓଭର ନିକଟସ୍ଥ ମହେଶ୍ୱରୀ ବିଲଡିଂ ଠାରେ ଘଟିଛି। ଗତ ଶନିବାର ଅପରାହ୍ନ ସମୟରେ ସ୍ଥାନୀୟ ବାସିନ୍ଦା ସନି କାମ୍ବଲେଙ୍କ ଭଉଣୀଙ୍କ କାର ଏକ ଆବାସିକ କୋଠା ପରିସରରେ ପାର୍କିଂ କରାଯାଇଥିଲା। ଠିକ୍ ସେହି ସମୟରେ ସେଠାରେ ଉପସ୍ଥିତ କିଛି ଲୋକ ଦେଖିଲେ ଯେ ଏକ ବିରାଟକାୟ ସାପ କାର ବନେଟ ଭିତରକୁ ଧିରେ ଧିରେ ଧସେଇ ପଶୁଛି। ଯେତେବେଳେ ଲୋକେ ଜାଣିଲେ ଯେ ଏହା କୌଣସି ଛୋଟ ସାପ ନୁହେଁ ବରଂ କାର ଭିତରେ ଲୁଚି ରହିଥିବା ଏକ ବିରାଟକାୟ ସାପ। ଯେତେବେଳେ ଏକଥା ଜଣାପଡ଼ିଲା ସେତେବେଳେ ସମଗ୍ର ପରିସରରେ ଭୟ ଏବଂ କୌତୁହଳ ବ୍ୟାପିଗଲା। କାର ମାଲିକଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା ଏବଂ କୌଣସି ବିଳମ୍ବ ନକରି ସ୍ଥାନୀୟ ବନ୍ୟପ୍ରାଣୀ ଉଦ୍ଧାରକାରୀ ଦଳ ସହିତ ଯୋଗାଯୋଗ କରାଯାଇଥିଲା।
ଏହା ସହ ପଢନ୍ତୁ: ସାମ୍ନାକୁ ଆସିଲା ବାଘର ଭୟଙ୍କର ରୂପ; ଅଜଗର ଶୀକାର ପରେ ଜଙ୍ଗଲରେ ହୋଇଗଲା ଅଦୃଶ୍ୟ
ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନରେ ଛଡ଼ାଗଲା ଅଜଗର
ଖବର ରେସକ୍ୟୁ ଏକ୍ସପର୍ଟ (Rescue Expert) ସମୀର ଗୁପ୍ତା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କାରର ବନେଟ୍ ଖୋଲିବା ପରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହି ୭ ଫୁଟ ଲମ୍ବା ଅଜଗର କାର୍ ଇଞ୍ଜିନ୍ ମଧ୍ୟରେ ଗୁଡ଼ାଇ ହୋଇ ରହିଥିଲା। ଭାଇରାଲ୍ ଭିଡିଓରେ ସମୀର ଗୁପ୍ତା ନିର୍ଭୀକ ଭାବରେ ଏବଂ କୌଣସି କ୍ଷତି ନକରି ଅଜଗରକୁ କାବୁ କରିଥିଲେ। । ଏହା ପରେ ସେ ଏହାକୁ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନରେ ଛାଡ଼ି ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories