Indian Railways / ଚଳନ୍ତା ଟ୍ରେନ୍ ରେ ଚଢ଼ିବା ସମୟରେ ଖସି ପଡ଼ିଲେ ବ୍ୟକ୍ତି; ଅଳ୍ପକେ ଜୀବନ ବଞ୍ଚାଇଲେ କନେଷ୍ଟବଳ
·51 mins ago·2 min read

Key Points
ଯାତ୍ରୀ ରବି କୁମାର ଅନନ୍ତପୁର ରେଳ ଷ୍ଟେସନ ଠାରେ ଏକ ଚଳନ୍ତା ଟ୍ରେନ୍ ରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଖସି ପଡ଼ିଥିଲେ। ଟ୍ରାଫିକ୍ କନଷ୍ଟେବଳ ସି. ସୁରେନ୍ଦ୍ର ତତ୍ପରତା ଦେଖାଇ ରବିଙ୍କ କଲର ଧରି ତାଙ୍କୁ ଚଳନ୍ତା ଟ୍ରେନ-ପ୍ଲାଟଫର୍ମ ମଧ୍ୟରେ ରହିଥିବା ଫାଙ୍କରୁ ବାହାର କରିଥିଲେ।
ଆନ୍ଧ୍ର ପ୍ରଦେଶର ଅନନ୍ତପୁର ରେଳ ଷ୍ଟେସନ୍ ଠାରେ ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆଯାଇଛି। ଚଳନ୍ତା ଟ୍ରେନ୍ ରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ଯାତ୍ରୀ ଖସି ପଡ଼ିଥିଲେ। ଯାତ୍ରୀ ଜଣଙ୍କ ଚଳନ୍ତା ଟ୍ରେନ୍ ଏବଂ ପ୍ଲାଟଫର୍ମ ମଧ୍ୟରେ ଫସି ଯାଇଥି୍ଲେ। ହେଲେ ସୌଭାଗ୍ୟବଶତଃ, ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜଣେ କନେଷ୍ଟବଳ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ଏବଂ ଅଦ୍ଭୁତ ଚତୁରତା ପ୍ରଦର୍ଶନ କରି କିଛି ସେକେଣ୍ଡ ମଧ୍ୟରେ ଯାତ୍ରୀଙ୍କୁ ଉପରକୁ ଟାଣି ଆଣିବା ସହ ତାଙ୍କ ଜୀବନ ବଞ୍ଚାଇ ଦେଇଥିଲେ। ସମଗ୍ର ଘଟଣାକ୍ରମ ଷ୍ଟେସନ୍ ପରିସରରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା।
ଚଳନ୍ତା ଟ୍ରେନ୍ରେ ଚଢ଼ିବା ସମୟରେ ଯାତ୍ରୀ ହରାଇଥିଲେ ଭାରସାମ୍ୟ
ଏହି ଘଟଣା ଘଟିବା ସମୟରେ, ରବି କୁମାର ନାମକ ଜଣେ ଯାତ୍ରୀ ପ୍ଲାଟଫର୍ମ ଛାଡ଼ି ଏକ ଚଳନ୍ତା ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ହେଲେ ଚଢିବା ସମୟରେ ସେ ଭାରସାମ୍ୟ ହରାଇ ପ୍ଲାଟଫର୍ମ ଏବଂ ଟ୍ରାକ୍ ମଧ୍ୟରେ ଥିବା ବିପଦପୂର୍ଣ୍ଣ ଫାଙ୍କରେ ଖସି ପଡ଼ିଥିଲେ। ଟ୍ରେନ୍ ଧରିବା ବେଳେ ଜଣେ ଯାତ୍ରୀ ଖସି ପଡ଼ିଥିବା ନେଇ ଜଣେ କନେଷ୍ଟବଳ ଦେଖି ପାରିଥିଲେ।
ଏହା ସହ ପଢନ୍ତୁ: ଟ୍ରେନ୍-ପ୍ଲାଟଫର୍ମ ମଝିରେ ଫସିଗଲେ ଯାତ୍ରୀ; ଜିଆରପି କନେଷ୍ଟବଳ ବଞ୍ଚାଇଦେଲେ ଜୀବନ
ଯିଏ ସେହି ପ୍ଲାଟଫର୍ମ ଠାରେ ଡ୍ୟୁଟି କରୁଥିବା। ତାଙ୍କ ନା ହେଉଛି କନେଷ୍ଟବଳ ସି. ସୁରେନ୍ଦ୍ର। ଗୋଟିଏ ମୁହୂର୍ତ୍ତ ବିଳମ୍ବ ନକରି, କନେଷ୍ଟବଳ ସୁରେନ୍ଦ୍ର ଦୌଡ଼ି ଆସି ରବି କୁମାରଙ୍କୁ ତାଙ୍କର ସମସ୍ତ ଶକ୍ତି ସହିତ ତାଙ୍କୁ ପ୍ଲାଟଫର୍ମ ଆଡ଼କୁ ଟାଣି ଆଣିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦେଖି, ପ୍ଲାଟଫର୍ମ ଠାରେ ଉପସ୍ଥିତ ରହିଥିବା ଅନ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀ, ସୁରେନ୍ଦ୍ରଙ୍କ ସହାୟତା ପାଇଁ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। କନଷ୍ଟେବଳ ସୁରେନ୍ଦ୍ରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀ ଜଣଙ୍କୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ତାଙ୍କୁ କେବଳ ସାମାନ୍ୟ ଆଘାତ ଲାଗିଥିଲା।
ସିସିଟିଭିରେ କଏଦ ହୋଇଛି ସମଗ୍ର ଘଟଣାକ୍ରମ
ରେଳ ଷ୍ଟେସନ ପରିସରରେ ଲାଗିଥିବା ସିସିଟିଭିରେ କନଷ୍ଟେବଳ ସୁରେନ୍ଦ୍ରଙ୍କ ଉପସ୍ଥିତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇବା ପରେ ଯାତ୍ରୀ ରବି କୁମାର, ହାତ ଯୋଡି କନଷ୍ଟେବଳ ସୁରେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଏବଂ ସୋସିଆଲ ମିଡିଆରେ ଲୋକେ କନଷ୍ଟେବଳଙ୍କ ତତ୍ପରତା ଏବଂ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories