Videos
|
Viral stories

Mathura Junction Railway Station / ଟ୍ରେନ୍-ପ୍ଲାଟଫର୍ମ ମଝିରେ ଫସିଗଲେ ଯାତ୍ରୀ; ଜିଆରପି କନେଷ୍ଟବଳ ବଞ୍ଚାଇଦେଲେ ଜୀବନ

Subhramjit Ray
Browse all articles by Subhramjit Ray
·59 mins ago·2 min read
ଟ୍ରେନ୍-ପ୍ଲାଟଫର୍ମ ମଝିରେ ଫସିଗଲେ ଯାତ୍ରୀ; ଜିଆରପି କନେଷ୍ଟବଳ ବଞ୍ଚାଇଦେଲେ ଜୀବନ
Mathura Junction Railway Station

Key Points

ହେଡ୍ କନଷ୍ଟେବଳ ଜଣଙ୍କ ତତ୍ପରତା ଦେଖାଇ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା। ଯାହା ଦ୍ୱାରା ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ରେଳ ଷ୍ଟେସନ ପରିସରରେ ଉପସ୍ଥିତ ରହିଥିବା ଯାତ୍ରୀ GRP କର୍ମଚାରୀଙ୍କ ସାହସକୁ ପ୍ରଶଂସା କରିଥିଲେ।

GRP saves passenger life in Mathura: ସଦ୍ୟ ଉତ୍ତର ପ୍ରଦେଶର ମଥୁରା ଜଙ୍କସନ ରେଳ ଷ୍ଟେସନର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଟ୍ରେନ୍ ରେ ଚଢିବା ସମୟରେ ଜଣେ ଯାତ୍ରୀ ଖସିପଡ଼ିଥିଲେ। ସେ ପ୍ଲାଟଫର୍ମ-ଟ୍ରେନ ମଧ୍ୟରେ ଫସିଯିବା ପରେ ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଟାଣି ହୋଇ ଯାଇଥିଲେ। ସେଠାରେ ଡ୍ୟୁଟି କରୁଥିବା ଥିବା ଜିଆରପି ହେଡ୍ କନେଷ୍ଟବଳ ସୁରଜିତ କୁମାର ନିଜ ଜୀବନକୁ ବିପଦରେ ପକାଇ ସେହି ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। କନେଷ୍ଟବଳ ଜଣଙ୍କ ପ୍ଲାଟଫର୍ମ-ଟ୍ରେନ ମଧ୍ୟରୁ ଯାତ୍ରୀଙ୍କୁ ଟାଣି ଆଣି ତାଙ୍କ ଜୀବନ ବଞ୍ଚାଇଥିଲେ।

ପୁରା ଘଟଣାକ୍ରମ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହି ଘଟଣା ଗଦ ମଙ୍ଗଳବାର (ଅଗଷ୍ଟ ୨୫) ଘଟିଥିବା ଜଣାପଡ଼ିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ମଥୁରା ଜଙ୍କସନ ଠାରେ ନିୟୋଜିତ ହୋଇଥିବା ରେଳବାଇ ପୋଲିସ ମଥୁରା ଜଙ୍କସନ ରେଳ ଷ୍ଟେସନ ଠାରେ ଡ୍ୟୁଟି କରୁଥିଲେ। ମଙ୍ଗଳବାର ରାତି ପ୍ରାୟ ଦଶଟା ସମୟରେ ୦୫୦୪୫/୦୫୦୪୬ ଲାଲକୁଆଁ-ରାଜକୋଟ ସ୍ପେଶାଲ ଟ୍ରେନ ୯ ନମ୍ବର ପ୍ଲାଟଫର୍ମ ଛାଡିବା ସମୟରେ ଜଣେ ଯାତ୍ରୀ ଟ୍ରେନ୍ ରେ ଚଢିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା। ଏହା ପରେ ଟ୍ରେନ୍ ତାଙ୍କୁ ୨୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

ଏହା ସହ ପଢନ୍ତୁ: ରାଇଡ୍ ବେଳେ ବିଫଳ ହେଲା ଜିପଲାଇନ୍ ସିକ୍ୟୁରିଟି ଲକ୍; ୪୦ ଫୁଟ ତଳେ ପଡ଼ିଗଲେ ପର୍ଯ୍ୟଟକ

ହେଡ୍ କନଷ୍ଟେବଳ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ
ଯାତ୍ରୀ ପଡ଼ିଯିବା ପରେ ଏବଂ ଟ୍ରେନ୍ ତାଙ୍କୁ ଆଗକୁ ଟାଣି ନେଉଥିବାର ଦେଖି ଆଖପାଖରେ ଥିବା ଉପସ୍ଥିତ ରହିଥିବା ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା। ଯଦିଓ ୨ ଜଣ ଯାତ୍ରୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ହେଲେ ସେମାନେ ବିଫଳ ହୋଇଥିଲେ। ଏହି ସମୟରେ ଡ୍ୟୁଟି କରୁଥିବା ଜିଆରପି ହେଡ୍ କନଷ୍ଟେବଳ ସୁରଜିତ କୁମାର ଏହି ଘଟଣା ଦେଖିଥିଲେ। କୌଣସି ସମୟ ନଷ୍ଟ ନକରି ସେ ଟ୍ରେନ୍ ପଛରେ ଦୌଡ଼ିଥିଲେ। ଟ୍ରେନ୍ ର ଦ୍ରୁତ ଗତି ସତ୍ତ୍ୱେ, ସେ ନିଜର ସାହସ ଏବଂ ଉପସ୍ଥିତ ବୁଦ୍ଧି ବଳରେ ଯାତ୍ରୀଙ୍କୁ ପ୍ଲାଟଫର୍ମ-ଟ୍ରେନ ମଧ୍ୟରୁ ସୁରକ୍ଷିତ ଭାବରେ ବାହାର କରିଥିଲେ।

ଟଳିଗଲା ବଡ଼ ଦୁର୍ଘଟଣା
ହେଡ୍ କନଷ୍ଟେବଳ ଙ୍କ ତତ୍ପରତା ପାଇଁ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଟାଳି ଦିଆଯାଇଥିଲା। ଯାତ୍ରୀ ଏବଂ ପ୍ଲାଟଫର୍ମ ଠାରେ ଉପସ୍ଥିତ ରହିଥିବା ଲୋକ GRP କର୍ମଚାରୀଙ୍କ ସାହସକୁ ପ୍ରଶଂସା କରିଥିଲେ। GRP କହିବା ଅନୁଯାୟୀ, ସୁରଜିତ କୁମାର ତାଙ୍କ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ମାନବିକତା ଏବଂ ସାହସ ପ୍ରଦର୍ଶନ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: