Videos
|
Viral-stories

Bengaluru Street Light Pole Collapses / ଗଣେଶ ଉତ୍ସବ ସମୟରେ ଅଘଟଣ! ହଠାତ୍ ଭୁଶୁଡ଼ି ପଡ଼ିଲା ଷ୍ଟ୍ରିଟ୍ ଲାଇଟ୍ ପୋଲ୍; ଚାଲିଗଲା ଯୁବକଙ୍କ ଜୀବନ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଗଣେଶ ଉତ୍ସବ ସମୟରେ ଅଘଟଣ! ହଠାତ୍ ଭୁଶୁଡ଼ି ପଡ଼ିଲା ଷ୍ଟ୍ରିଟ୍ ଲାଇଟ୍ ପୋଲ୍; ଚାଲିଗଲା ଯୁବକଙ୍କ ଜୀବନ
Bengaluru Street Light Pole Collapses

Key Points

ଗଣେଶ ଉତ୍ସବ ପାଳନ ଚାଲିଥିଲା। ଲୋକେ ଅର୍କେଷ୍ଟ୍ରା ଦେଖିବାରେ ମଗ୍ନ ଥିଲେ। ହଠାତ୍, ଏକ କଳଙ୍କି ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ ଖସି ପଡ଼ିଥିଲା। କିଛି ସେକେଣ୍ଡ ମଧ୍ୟରେ, ଆନନ୍ଦମୟ ପରିବେଶ ଏକ ଚିତ୍କାରରେ ପରିଣତ ହୋଇଗଲା।
ଶନିବାର (୩ ଅକ୍ଟୋବର) ବେଙ୍ଗାଲୁରୁ ମରାଠାହାଲ୍ଲି ଅଞ୍ଚଳରେ ଗଣେଶ ଉତ୍ସବ ପାଳନ ସମୟରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏହି ଦୁର୍ଘଟଣା ଉତ୍ସବମୟ ପରିବେଶକୁ ଶୋକରେ ପରିଣତ କରିଦେଇଛି। ସ୍ଥାନୀୟ ସଞ୍ଜୟ ନଗର ମୁଖ୍ୟ ରାସ୍ତାରେ ଏକ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଲୋକ ଏକତ୍ରୀତ ହୋଇଥିଲେ। ହେଲେ କଳଙ୍କି ଲାଗି ଯାଇଥିବା ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ହଠାତ୍ ଭାଙ୍ଗି ପଡ଼ିଥିଲା। ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ଭାଙ୍ଗି ପଡ଼ିବାରୁ ୨ ଜଣ ଯୁବକ ଆହତ ହୋଇଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ଜଣେ ନେପାଳୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଛି। ଯେଉଁଠି ତାଙ୍କର ଚିକିତ୍ସା ଜାରି ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୃତ ବ୍ୟକ୍ତି ରାସ୍ତା କଡ଼ରେ ଠିଆ ହୋଇ ଅର୍କେଷ୍ଟ୍ରା ପ୍ରଦର୍ଶନ ଉପଭୋଗ କରୁଥିଲେ। ଯେତେବେଳେ ଅନ୍ୟ ଜଣେ ତାଙ୍କ ମୋଟର ସାଇକେଲ ସହିତ ପାଖରେ ଥିଲେ। ଫୁଟପାଥ ଠାରେ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ହଠାତ୍ ଭାଙ୍ଗି ପଡ଼ିବା (Street Light Pole Collapses) ସହ ସେମାନଙ୍କ ଉପରେ ଖସି ପଡ଼ିଗଲା। ସମଗ୍ର ଘଟଣା ପାଖରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଯାହାର ଭିଡି଼ଓ ଏବେ ସାମ୍ନାକୁ ଆସିଛି।

ଏହା ସହ ପଢନ୍ତୁ: ରାଇଡ୍ ବେଳେ ବିଫଳ ହେଲା ଜିପଲାଇନ୍ ସିକ୍ୟୁରିଟି ଲକ୍; ୪୦ ଫୁଟ ତଳେ ପଡ଼ିଗଲେ ପର୍ଯ୍ୟଟକ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଭାଙ୍ଗି ଯାଇଥିବା ପୋଲ୍ ରେ କଳଙ୍କି ଲାଗିଯିବା ସହ, ଦୀର୍ଘ ସମୟ ଧରି ଏହା ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଥିଲା। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ମରାମତି କିମ୍ବା ବଦଳାଇବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ଦୁର୍ଘଟଣା ପରେ, GBA (Greater Bengaluru Authority) ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ଏହାର ଯାଞ୍ଚ କରିଛନ୍ତି। ମରାଠାହାଲ୍ଲି ଥାନାରେ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଛି। ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ରକ୍ଷଣାବେକ୍ଷଣରେ କୌଣସି ଅବହେଳା ହୋଇଛି ନା ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ସ୍ଥାନୀୟ ଲୋକ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: