Videos
|
Viral-stories

Reel Using Pistol / ରିଲ୍ ବନାଉଥିଲେ, ହଠାତ୍ ବାହାର କଲେ ପିସ୍ତଲ...ଭିଡିଓ ଭାଇରାଲ ପରେ ଛାଡ଼ିଗଲା ରିଲ୍ସ ନିଶା

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ରିଲ୍ ବନାଉଥିଲେ, ହଠାତ୍ ବାହାର କଲେ ପିସ୍ତଲ...ଭିଡିଓ ଭାଇରାଲ ପରେ ଛାଡ଼ିଗଲା ରିଲ୍ସ ନିଶା
Reel Using Pistol

Key Points

ରିଲ୍‌ରେ ବାହାର କଲେ ପିସ୍ତଲ
ଭିଡିଓ ଭାଇରାଲ ପରେ ଭୋଗିଲେ ସମସ୍ୟା
ପାଟନା: ଏବେ ଛୁଆଠୁ ବୁଢା ସମସ୍ତେ ରିଲ୍ ପାଇଁ ବାୟା । କିଏ ରିଲ୍‌ କରୁଛି ତ ଆଉ କିଏ ଘଣ୍ଟା ଘଣ୍ଟା ବସି ରିଲ୍ ଦେଖୁଛି । ନିକଟରେ ରିଲ୍ ପାଇଁ ହଟହଟା ହୋଇଛନ୍ତି ଜଣେ ମହିଳା । ବିହାର ଦରଭଙ୍ଗା ଅଞ୍ଚଳର ମହିଳା ଭୋଜପୁରୀ ଗୀତରେ କ୍ୟାମେରା ସାମ୍ନାରେ ନାଚୁଥିବାବେଳେ ହଠାତ୍ ବାହାର କରିଥିଲେ ପିସ୍ତଲ । ନିଆଁ ପରି ଏହି ଭିଡିଓଟି ଭାଇରାଲ ହୋଇଥିବାବେଳେ ଏବେ ମହିଳା ଜଣକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହିଳାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ପୋଲିସର କହିବାନୁସାରେ, ଘରୁ ଏକ ପିସ୍ତଲ, ଏକ ମାଗାଜିନ୍ ଓ ଦୁଇଟି ଅଫୁଟା ଗୁଳି ଜବତ ହୋଇଛି । ମହିଳାଙ୍କ ପାଖକୁ ପିସ୍ତଲ କେଉଁଠୁ ଆସିଲା ଓ ଏହି ପୂରା ଘଟଣାରେ ମହିଳାଙ୍କ ପରିବାରର କୌଣସି ଭୂମିକା ଅଛି କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି । ଏହି ଘଟଣାଟି ଦରଭଙ୍ଗା ଜିଲ୍ଲାର ଘନଶ୍ୟାମପୁର ଥାନା ଅଞ୍ଚଳରୁ ଆସିଛି । ଗିରଫ ହୋଇଥିବା ମହିଳା ହେଉଛନ୍ତି ଲାଛୋ ଦେବୀ ।

  • କ୍ୟାମେରା ସାମ୍ନାରେ ବାହାର କରିଥିଲେ ପିସ୍ତଲ
ଅନେକ ଦିନ ଧରି ଲାଛୋ ଦେବୀ ରିଲ୍ କରିଆସୁଛନ୍ତି । କିଛି ଦିନ ତଳେ ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେଥିରେ ଦେଖିବାକୁ ମିଳିଥିଲା ଯେ ଲାଛୋ ଡାନ୍ସ କରୁଥିବା ସମୟରେ ହଠାତ୍ ଅଣ୍ଟାରେ ଖୋସିଥିବା ପିସ୍ତଲ ବାହାର କରୁଛନ୍ତି ଓ ଭିନ୍ନ ଭିନ୍ନ ଶୈଳୀରେ କ୍ୟାମେରା ସାମ୍ନାରେ ପିସ୍ତଲ ଧରି ପୋଜ୍ ଦେଉଛନ୍ତି । ଏହି ଭାଇରାଲ ଭିଡିଓଟି ଶେଷରେ ପୋଲିସ ପାଖରେ ପହଞ୍ଚିଥିଲା ।

  • କଣ କହିଲା ପୋଲିସ ?
ଏହି ଘଟଣାକୁ ନେଇ ଭିରୋଲ ଏସଡିପିଓ ପ୍ରଭାକର ତିୱାରୀ କହିଛନ୍ତି ଯେ ଭାଇରାଲ ଭିଡିଓରେ ମହିଳାଙ୍କ ପରିଚୟ ଖୋଜିବା ଲାଗି ଅନ୍ଯ ପୋଲିସ କର୍ମଚାରୀଙ୍କ ସହାୟତା ନିଆଯାଇଥିଲା । ପରିଚୟ ଜଣାପଡ଼ିବା ପରେ ପୋଲିସ ସିରସିଆ ଗାଁରେ ପହଞ୍ଚି ଲାଛୋ ଦେବୀଙ୍କ ଘରେ ତନାଘନା କରିଥିଲା । ଯାଞ୍ଚ ବେଳେ ପୋଲିସ ମହିଳାଙ୍କ ଘରୁ ଗୋଟିଏ ବନ୍ଧୁକ, ଗୋଟିଏ ମାଗାଜିନ୍‍ ଦୁଇଟି ଅଫୁଟା ଗୁଳି ଏବଂ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ ଜବତ କରିଛି । ଏହି ମୋବାଇଲରେ ଭିଡିଓ ସୁଟ୍ କରାଯାଇଥିଲା ।

ପଢନ୍ତୁ ଏହି ଖବର: ୨୦ବର୍ଷ ସାନ ପ୍ରେମିକ ପାଇଁ ଫେରାର୍ ୩ ଛୁଆଙ୍କ ମାଆ; ଖବରକୁ ନେଇ ସବୁଠି ଚର୍ଚ୍ଚା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଘରେ ନଥିଲେ ସ୍ଵାମୀ
ପୋଲିସ କହିଛି ଯେ ଏହି ପୂରା ଯାଞ୍ଚ ପ୍ରକ୍ରିୟା ବେଳେ ଲାଛୋ ଦେବୀଙ୍କ ସ୍ଵାମୀ ଘରେ ନଥିଲେ । ସେ ଓ ପରିବାରର ଅନ୍ୟ ସଦସ୍ୟ ଫେରାର ଥିବା କୁହାଯାଉଛି । ସନ୍ଦେହ କରାଯାଉଛି ଏହି ବନ୍ଧୁକ ପଛରେ ପରିବାରର ହାତ ଥାଇପାରେ । ତେବେ ଏହା ବୈଧ ନା ଅବୈଧ ବନ୍ଧୁକ ଏବଂ ପୂରା ଘଟଣାରେ ମହିଳାଙ୍କ ସ୍ଵାମୀ, ପରିବାର ଓ ଦିଅରଙ୍କ କୌଣସି ଭୂମିକା ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯାଉଛି । ଏଠାରେ କହିରଖୁଛୁ କି, ସୋସିଆଲ ମିଡିଆରେ ଲାଇକ୍ସ, କମେଣ୍ଟ, ଭ୍ଯୁଜ୍ ଲାଗି ଅସ୍ତ୍ରଶସ୍ତ୍ରର ବ୍ୟବହାର ଓ ପ୍ରଦର୍ଶନ କରିବା ଆଇନର ଉଲ୍ଲଙ୍ଘନ ଅଟେ ।