Videos
|
Viral-stories

Dehradun Car Accident Viral Video / କାର ଯାତ୍ରା ହେଲା ଶେଷ ଯାତ୍ରା; ଅଚାନକ ଘାଟିରେ ଖସିପଡ଼ିଲା ଏକ ଦ୍ରୁତଗାମୀ କାର, ଭିଡିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·1 hour ago·2 min read
କାର ଯାତ୍ରା ହେଲା ଶେଷ ଯାତ୍ରା; ଅଚାନକ ଘାଟିରେ ଖସିପଡ଼ିଲା ଏକ ଦ୍ରୁତଗାମୀ କାର, ଭିଡିଓ ଭାଇରାଲ
Dehradun Car Accident Viral Video

Key Points

ଡେରାଡୁନ ସ୍ଥିତ ତ୍ୟୁଣି ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ଦ୍ରୁତଗାମୀ କାର ଘାଟିକୁ ଖସିପଡ଼ିଛି।
ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ସ୍ଥିତ ଏକ ପାହାଡିଆ ରାସ୍ତାରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଭିଡି଼ଓ। ଏଠାକାର ଏକ ଦୁର୍ଗମ ଅଞ୍ଚଳ ତ୍ୟୁଣି ଠାରେ ଥିବା ପାହାଡିଆ ରାସ୍ତାରେ ଏକ ସୁଖଦ ଯାତ୍ରା ମାତ୍ର ୨୨ ସେକେଣ୍ଡ ମଧ୍ୟରେ ଶେଷ ଯାତ୍ରାରେ ପରିଣତ ହୋଇଛି। ଏକ କାର ଭିତରୁ ସୁଟ୍ କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କାର ହଠାତ୍ ନିୟନ୍ତ୍ରଣ ହରାଇ ଏକ ପୋଲ ସହ ଧକ୍କା ହୋଇଥିଲା। ଏହା ପରେ ପ୍ରାୟ ୧୦୦ ମିଟର ଗଭୀର ଘାଟିରେ ଖସି ପଡ଼ିଥିଲା।

ଏହି ଦୁର୍ଘଟଣାର ଭୟଙ୍କର ଦୃଶ୍ୟ କାର ଭିତରେ ଥିବା କ୍ୟାମେରାରେ କଏଦ ହୋଇଛି। ଯାହାର ଛାତି ଥରାଇ ଦେବା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ସେହି ୨୨ ସେକେଣ୍ଡ ଅବଧି ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଏକ କାର ଦ୍ରୁତ ଗତିରେ ଏକ ପାହାଡିଆ ରାସ୍ତାରେ ଯାତ୍ରା କରୁଛି। ହେଲେ ହଠାତ୍ କାର ଡ୍ରାଇଭର ନିୟନ୍ତ୍ରଣ ହରାଇଛନ୍ତି। ଯାହା ପରେ କାର ରାସ୍ତାପାଖରେ ଥିବା ପୋଲ ସହିତ ଧକ୍କା ହୋଇ ଏକ ଗଭୀର ଘାଟିରେ ଖସିପଡ଼ିଲା। ଦେଖୁ ଦେଖୁ ପାହାଡିଆ ରାସ୍ତାରେ ଯାତ୍ରା କରିବା ବେଳେ ଏହି ସୁଖଦ ଯାତ୍ରା ଶେଷ ଯାତ୍ରାରେ ପରିଣତ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣା ଘଟିବା ସମୟରେ, କାର୍ ରେ ଯାତ୍ରା କରୁଥିବା ଦୁର୍ଗେଶ ଚୌଧୁରୀ, ସୁନୀଲ ଏବଂ ଋଷଭଙ୍କ ଚିତ୍କାର ଏବଂ କ୍ରନ୍ଦନ ଶୁଣାଯାଉଛି।

ଏହା ସହ ପଢନ୍ତୁ: ଦେଖୁ ଦେଖୁ ରାସ୍ତାରୁ ଖସିପଡ଼ିଲା ଟ୍ରକ୍; ଚାଳକ ଆହତ

ଆହତଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF) ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ତତ୍କାଳ ପ୍ରୟାସ ଆରମ୍ଭ କରିଥିଲା। ଦୁର୍ଘଟଣାରେ ଦୁର୍ଗେଶ ଚୌଧୁରୀଙ୍କ (୩୯)କ ଦୁଃଖଦ ମୃତ୍ୟୁ ହୋଇଥିଲା। ଯେତେବେଳେ କ୍ଷତିଗ୍ରସ୍ତ କାର୍ ରେ ଫସି ରହିଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ବହୁତ ଚେଷ୍ଟା କରିବା ପରେ, ଉଦ୍ଧାରକାରୀ ଦଳ ଆହତଙ୍କୁ ଘାଟିରୁ ବାହାର କରି ଡାକ୍ତରଖାନା ପଠାଇଥିଲେ। ମୃତକଙ୍କ ମୃତଦେହ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।

ଏହି ଘଟଣା ଗତ ଶୁକ୍ରବାର (୨ ଅକ୍ଟୋବର) ଘଟିଥିଲା। ଯେତେବେଳେ SDRF ଜାଣିବାକୁ ପାଇଲା ଯେ UP ପଞ୍ଜୀକରଣ ନମ୍ବର (UP-37P-6641) ସହିତ ଏକ ଫୋର୍ଡ କାର ଚକରାତା ମୋଟରୱେ ଠାରୁ ପ୍ରାୟ ୧୦୦ ମିଟର ତଳେ ଏକ ଗଭୀର ଘାଟିରେ ଖସି ପଡ଼ିଥିଲା। କାର ରେ ମୋଟ ୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଆହତ ଅବସ୍ଥାରେ ଗାଡ଼ି ପାଖରେ ଫସି ରହିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: