Videos
|
Viral stories

Balloon safety explains / ରାସ୍ତାରେ ବିକ୍ରି ହେଉଥିବା ବେଲୁନ କିଣୁଛନ୍ତି କି? ତାହାଲେ ହୋଇଯାନ୍ତୁ ସାବଧାନ, ନହେଲେ...

Subhramjit Ray
Browse all articles by Subhramjit Ray
·2 weeks ago·3 min read
ରାସ୍ତାରେ ବିକ୍ରି ହେଉଥିବା ବେଲୁନ କିଣୁଛନ୍ତି କି? ତାହାଲେ ହୋଇଯାନ୍ତୁ ସାବଧାନ, ନହେଲେ...
Balloon safety explains

Key Points

ରାସ୍ତାରେ ମିଳୁଥିବା ବେଲୁନରେ, ହାଇଡ୍ରୋଜେନ୍ ଗ୍ୟାସ୍ ଭରା ଯାଇ ଥାଇପାରେ, ଯାହା ଅତ୍ୟନ୍ତ ଜ୍ୱଳନଶୀଳ। ହାଇଡ୍ରୋଜେନ୍ କିପରି ଉତ୍ପାଦିତ ହୋଇଥାଏ, ଏହା କାହିଁକି ବିପଜ୍ଜନକ ଏବଂ ବେଲୁନ୍ ପାଇଁ ହିଲିୟମ୍ ଗ୍ୟାସ୍ କାହିଁକି ସୁରକ୍ଷିତ,ତାହା ଜାଣନ୍ତୁ।
  • Hydrogen vs helium balloon safety science: ଯଦି ଆପଣ ରାସ୍ତାରେ ବିକ୍ରି ହେଉଥିବା ବେଲୁନ୍ ଘରକୁ ଆଣନ୍ତି, ଆଉ ଏଥିରେ ହଠାତ୍ ବୋମା ପରି ବିସ୍ଫୋରଣ ହୁଏ କିମ୍ବା ନିଆଁ ଲାଗିଯାଏ ତାହେଲେ କ'ଣ ହେବ? ଏକଥା ଚିନ୍ତା କରିବା ମଧ୍ୟ ଭୟଙ୍କର ହୋଇପାରେ। ହେଲେ ଅନେକ ଲୋକ ଜାଣତରେ କିମ୍ବା ଅଜାଣତରେ ଏପରି କାମ କରୁଛନ୍ତି। ରାସ୍ତାରେ ମିଳୁଥିବା ବେଲୁନ ପ୍ରାୟତଃ ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ଏହାର କାରଣ ହେଉଛି ଏହି ବେଲୁନ ମଧ୍ୟରେ ରହିଥିବା ଗ୍ୟାସ। ଅନେକ ବେଲୁନ ବିକ୍ରେତା ଏବେ ଛୋଟ ସିଲିଣ୍ଡର ମଧ୍ୟରେ ନିଜର ହାଇଡ୍ରୋଜେନ୍ ଗ୍ୟାସ ଉତ୍ପାଦନ କରୁଛନ୍ତି। ବେଲୁନରେ ସାଧାରଣତଃ ହିଲିୟମ ଗ୍ୟାସ୍ ଦ୍ୱାରା ପୂର୍ଣ୍ଣ ହୋଇଥାଏ। ଯାହା ବାୟୁ ଅପେକ୍ଷା ହାଲୁକା ହୋଇଥାଏ। ଯେଉଁଥିପାଇଁ ବେଲୁନ୍ ଉପରକୁ ଉଡ଼ିଥାଏ। ହେଲେ ହିଲିୟମ ଗ୍ୟାସ୍ ବହୁତ ମହଙ୍ଗା ହୋଇଥାଏ। ହେଲେ କିଛି ସ୍ଥାନରେ ଏହାର ବିକଳ୍ପ ସ୍ୱରୂପ ହାଇଡ୍ରୋଜେନ୍ ଗ୍ୟାସ୍ ବ୍ୟବହୃତ ହୋଇଥାଏ। ଯାହା ଅତ୍ୟନ୍ତ ବିପଜ୍ଜନକ। ହେଲେ ଏହା କାହିଁକି ବିପଦପୂର୍ଣ୍ଣ ଏବଂ କାହିଁକି ଏହାକୁ ବେଲୁନରେ ଭରିବା ଠିକ ନୁହେଁ? କ'ଣ ରହିଛି ଏହା ପଛର କାରଣ ସେ ସମ୍ପର୍କରେ ଜାଣନ୍ତୁ।


  • ସୋସିଆଲ ମିଡି଼ଆରେ ଏକ ଭିଡି଼ଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ପାଖରେ ଏକ ଛୋଟ ସିଲିଣ୍ଡର ରଖି ଉଡ଼ି ଯାଉଥିବା ବେଲୁନ ବିକ୍ରି କରୁଛନ୍ତି। ସେ ନିଜେ ଗ୍ୟାସ ତିଆରି କରୁଛନ୍ତି ଏବଂ ଏହାକୁ କିପରି ବେଲୁନରେ ଭରାଯାଏ ତାହା ମଧ୍ୟ ଦେଖାଉଛନ୍ତି। ସେ ଏକ ସିଲିଣ୍ଡରରେ ଆଲୁମିନିୟମ ପାଉଡର, କଷ୍ଟିକ୍ ସୋଡା ଏବଂ ପାଣି ବ୍ୟବହାର କରୁଛନ୍ତି। ହେଲେ ଏପରି ମିଶ୍ରଣ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ଜ୍ୱଳନଶୀଳ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରିଥାଏ।

    ଏହା ସହ ପଢନ୍ତୁ: ବିମାନ ପଛରେ କାହିଁକି ଦେଖାଯାଏ ଧଳା ରଙ୍ଗର ରେଖା? କ'ଣ ରହିଛି ଏହା ପଛର କାରଣ

    ହାଇଡ୍ରୋଜେନ୍ ବେଲୁନ୍ କିପରି କରିପାରେ ବିସ୍ଫୋରଣ?
    ଯେତେବେଳେ ଆଲୁମିନିୟମ, କଷ୍ଟିକ୍ ସୋଡା ଏବଂ ପାଣି ମିଶିଯାଏ, ସେତେବେଳେ ଏକ ରାସାୟନିକ ପ୍ରତିକ୍ରିୟା ହୋଇଥାଏ। ଏହି ରାସାୟନିକ ପ୍ରତିକ୍ରିୟା ସୋଡିୟମ୍ ଆଲୁମିନେଟ୍ ଏବଂ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରିଥାଏ। ବ୍ରିକେତା ବେଲୁନ୍‌କୁ ସିଲିଣ୍ଡର ଭଲଭ୍ ସହିତ ସଂଲଗ୍ନ କରି ହାଇଡ୍ରୋଜେନ୍ ଗ୍ୟାସ୍ ଏଥିରେ ଭରିଥାନ୍ତି। ବେଲୁନ୍ ସମ୍ପୂର୍ଣ୍ଣ ଫୁଲି ୟିବା ପରେ ଏହାକୁ ଲୋକଙ୍କୁ ବିକ୍ରି କରିଥାନ୍ତି। ହେଲେ ଏଠାରୁ ହିଁ ଆରମ୍ଭ ହୋଇଥାଏ ସବୁଠାରୁ ବିପଦପୂର୍ଣ୍ଣ କାହାଣୀ।

    ଯଦି ହାଇଡ୍ରୋଜେନ୍ ଗ୍ୟାସ୍ ବାୟୁ ସଂସ୍ପର୍ଶରେ ଆସେ, ତାହେଲେ ଏହା ବିସ୍ଫୋରଣ ହୋଇପାରେ। ବାୟୁରେ ଅକ୍ସିଜେନ୍ ରହିଥାଏ। ହାଇଡ୍ରୋଜେନ୍ ଗ୍ୟାସ୍ ବାୟୁରେ ରହିଥିବା ଅକ୍ସିଜେନ୍ ସହ ମିଶି ଏକ ଜ୍ୱଳନଶୀଳ ମିଶ୍ରଣ ସୃଷ୍ଟି କରିପାରେ। ଏହା ବ୍ୟତୀତ, ଯଦି ସାମାନ୍ୟ ଉତ୍ତାପ, ସୂର୍ଯ୍ୟକିରଣ, ପୋଷାକର ଘର୍ଷଣ କିମ୍ବା ପାଖରେ ଜଳୁଥିବା ସିଗାରେଟ୍, ହାଇଡ୍ରୋଜେନ୍ ବେଲୁନ୍ ସଂସ୍ପର୍ଶରେ ଆସେ, ତାହେଲେ ଏହା ବୋମା ପରି ବିସ୍ଫୋରଣ କରିପାରେ। ଯାହା ଦ୍ୱାରା ଜଣେ ଆହତ ହୋଇପାରନ୍ତି।

    ବେଲୁନରେ ଭରାଯାଏ କେଉଁ ଗ୍ୟାସ୍?
    ଏବେ ପ୍ରଶ୍ନ ଉଠୁଛି ଯେ ଯଦି ଉଡ଼ୁଥିବା ବେଲୁନ୍‌ରେ ହାଇଡ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରାଯାଇ ପାରିବ ନାହିଁ, ତାହେଲେ ଏହା ବଦଳରେ କେଉଁ ଗ୍ୟାସ୍ ଭରାଯାଇ ପାରିବ? ଏହାର ଉତ୍ତର ହେଉଛି ହିଲିୟମ୍ ଗ୍ୟାସ୍। ବେଲୁନ୍‌ ସାଧାରଣତଃ ହିଲିୟମ୍ ଗ୍ୟାସ୍ ଦ୍ୱାରା ପରିପୂର୍ଣ୍ଣ ହୋଇଥାଏ। ହିଲିୟମ୍ ଗ୍ୟାସ୍ ମଧ୍ୟ ବାୟୁ ଅପେକ୍ଷା ହାଲୁକା, ଯେଉଁ କାରଣରୁ ବେଲୁନ୍ ଆକାଶରେ ଉଡ଼ିଯାଏ। ହିଲିୟମ ଗ୍ୟାସର ବିଶେଷତ୍ୱ ​​ହେଉଛି ଏହାର କୌଣସି ରାସାୟନିକ ପ୍ରତିକ୍ରିୟା ନଥାଏ। ଯଦିଓ ଏହା ବାୟୁ ସଂସ୍ପର୍ଶରେ ଆସେ, ତାହେଲେ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ। ଏଥିପାଇଁ ସବୁବେଳେ ବେଲୁନରେ ହିଲିୟମ ଗ୍ୟାସ ଭରା ଯାଇଥାଏ।

    ହିଲିୟମ୍ ବଦଳରେ ଭରାଯାଇ ପାରିବ ନାଇଟ୍ରୋଜେନ୍ ଗ୍ୟାସ୍

    ହିଲିୟମ ଗ୍ୟାସ୍ ବ୍ୟତୀତ, ନାଇଟ୍ରୋଜେନ୍ ଗ୍ୟାସ୍ ମଧ୍ୟ ବେଲୁନରେ ଭରା ଯାଇପାରିବ। ହେଲେ ତଥାପି, ଏହି ଗ୍ୟାସ୍ ବାୟୁ ପରି ଭାରୀ ହୋଇଥାଏ। ସେଥିପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ଭରିବା ପରେ ମଧ୍ୟ ବେଲୁନ୍ ଉଡ଼ିପାରିବ ନାହିଁ। ଏହି ନାଇଟ୍ରୋଜେନ୍ ଗ୍ୟାସ୍ ବିମାନ ଟାୟାର ପାଇଁ ବ୍ୟବହୃତ ହୋଇଥାଏ। ଏପରିକି ଏହାକୁ ରାସ୍ତାରେ ଚଳାଚଳ କରୁଥିବା ବିଭିନ୍ନ ପ୍ରକାରର ଗାଡ଼ିର ଟାୟର ଲାଗି ମଧ୍ୟ ବ୍ୟବହାର କରାଯାଉଛି। ଉଭୟ ଗାଡ଼ି ଆଉ ବିମାନର ଟାୟରରେ ନାଇଟ୍ରୋଜେନ୍ ଗ୍ୟାସ୍ ଭରା ଯାଇଥାଏ। କାରଣ ନାଇଟ୍ରୋଜେନ୍ ଗ୍ୟାସ୍ କୌଣସି ପ୍ରକାରର ଚାପରେ ବଦଳି ୟାଏନାହିଁ ବରଂ ଏହା ସ୍ଥିର ରହିଥାଏ। ଯେତେବେଳେ କୌଣସି ବିମାନ ଉଚ୍ଚତାରେ ଥାଏ, ସେତବେଳେ ବାହାର ତାପମାତ୍ରା -୫୦ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ହେଲେ ତଥାପି, ଯେତେବେଳେ କୌଣସି ବିମାନ ଅବତରଣ କରିଥାଏ, ସେତେବେଳେ ଘର୍ଷଣ ଯୋଗୁଁ ଟାୟାରର ତାପମାତ୍ରା ବହୁତ ବଢ଼ିଯାଏ। ଏଭଳି ପରିସ୍ଥିତିରେ ନାଇଟ୍ରୋଜେନ୍ ସ୍ଥିର ରହିଥାଏ ଏବଂ ନିଆଁ କିମ୍ବା ଟାୟାର ଫାଟିଯିବାର କୌଣସି ଆଶଙ୍କା ନଥାଏ।


    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Flying Balloon Danger: Why Roadside Balloons Can Explode Like Bombs | Argus News