Gold In Field / କିଏ ଲୁଚାଇଥିଲା ଏତେ ସୁନା ? ବିଲ ଖୋଳିବା ବେଳେ ଖୋଲିଲା ବଡ଼ ରହସ୍ୟ
·2 months ago·2 min read

Key Points
ବିଲରେ ମାଟି ଖୋଳାଚାଲିଥିଲା
ହଠାତ୍ ଦିଶିଲା ଏକ ମାଟିପାତ୍ର
ସେଥିରେ ଭରି ରହିଥିଲା ସୁନା
ପୁଳାପୁଳା ସୁନା ଦେଖି ସମସ୍ତେ ତାଜୁବ
ହଠାତ୍ ଦିଶିଲା ଏକ ମାଟିପାତ୍ର
ସେଥିରେ ଭରି ରହିଥିଲା ସୁନା
ପୁଳାପୁଳା ସୁନା ଦେଖି ସମସ୍ତେ ତାଜୁବ
୬ ଏକରର ଜମି । ତାରିଖ ଜୁନ ୨୪ । ଜଣେ ମହିଳା ଶ୍ରମିକ ବିଲରେ ଘାସ ହଟାଇ ନିଜ କାମ କରୁଥିଲେ । ହଠାତ୍ ତାଙ୍କ ହାତରେ ବାଜିଲା ଏକ ମାଟିହାଣ୍ଡି, ଯାହାକୁ ହୁଏତ କେହି ସେହି ବିଲରେ ପୋତିଥିଲା । କାଦୁଅ ଭିତରେ ସୁନେଲି ରଙ୍ଗର ଏହି ମୂଲ୍ୟବାନ ଧାତୁ ଚକଚକ୍ କରୁଥିଲା । ମହିଳା ଶ୍ରମିକ ଜଣକ ଉତ୍ସାହର ସହିତ ମାଟିକୁ ଅଧିକ ଖୋଳିଲା ପରେ ଯାହା ଦେଖିଥିଲେ ତାଙ୍କ ଆଖିକୁ ବିଶ୍ଵାସ କରିପାରିନଥିଲେ । କାହାଣୀ ପରି ମାଟିହାଣ୍ଡିରେ ଭରି ରହିଥିଲା ପୁଳାପୁଳା ସୁନା ଅଳଙ୍କାର । ବିଲ ଭିତରୁ ପ୍ରାୟ ୫୦ ଭରି ସୁନା ମିଳିଥିବା ଦାବି କରାଯାଉଛି ।
ଗ୍ରାମବାସୀଙ୍କ କହିବାନୁସାରେ, ଶ୍ରମିକମାନେ ଜମି ମାଲିକଙ୍କୁ ମିଳିଥିବା ଅଳଙ୍କାର ସବୁ ଦେଇଥିଲେ । ପ୍ରଚୁର ପରିମାଣର ସୁନା ଅଳଙ୍କାର ମିଳିବା ପରେ ଏବେ ଉକ୍ତ ଜମିକୁ ନେଇ ବିବାଦ ଦେଖାଦେଇଛି । ଜମିର ପୂର୍ବ ମାଲିକଙ୍କ ପୁଅ ପୋଲିସରେ ଅଭିଯୋଗ କରିବା ପରେ ମାମଲାଟି ଏକ ନୂତନ ମୋଡ଼ ନେଇଛି । ସେ କହିଛନ୍ତି ଯେ ଏହି ଜମିଟି ତାଙ୍କର । ବର୍ତ୍ତମାନର ମାଲିକ ଏବଂ ଶ୍ରମିକମାନେ ତାଙ୍କୁ ନଜଣାଇ ସୁନାକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇଛନ୍ତି ।

- ସୁନା ମିଳିବା ପରେ ଜମିକୁ ନେଇ ବିବାଦ
- ପୁଣି ଚର୍ଚ୍ଚାରେ ୱାରାଙ୍ଗଲର ଇତିହାସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହାତରେ ଥିଲା କମ୍ବଳ, କମ୍ବଳ ଭିତରେ ୩୭ କେଜିର ସୁନା; ଏମିତି ମାଡ଼ି ବସିଲା ପୋଲିସ
ମିଳିଥିବା ସୁନା ପ୍ରାଚୀନ କଳାକୃତି ନା ଆଧୁନିକ ଅଳଙ୍କାର ତାହା ଅଧିକାରୀମାନେ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି । ଯଦି ଏଗୁଡ଼ିକର ଐତିହାସିକ କିମ୍ବା ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ମିଳେ, ତେବେ ସୁନା ଉପରେ ମାଲିକାନା ମିଳିବା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହାକୁ ସଂଗ୍ରହ କରିବ । ଏହାସହିତ ଏହି ଅଳଙ୍କାରର କେତେ ବର୍ଷ ପୁରୁଣା, କେଉଁଠୁ ଆସିଲା ଓ ଇତିହାସ ସହିତ ଜଡ଼ିତ କି ନାହିଁ ସେ ସମ୍ପର୍କରେ ଅଧ୍ୟୟନ କରାଯିବ ।

Related Topics
Explore more stories