Videos
|
Viral-stories

Viral Fine Poster / ଘରେ ବାହାରେ ଲାଗିଛି ଅଜବ ପୋଷ୍ଟର; ଅତିଥିଙ୍କୁ ୫୦୦ ଟଙ୍କା ଜରିମାନା ମାଗୁଛନ୍ତି ବ୍ୟକ୍ତି

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଘରେ ବାହାରେ ଲାଗିଛି ଅଜବ ପୋଷ୍ଟର; ଅତିଥିଙ୍କୁ ୫୦୦ ଟଙ୍କା ଜରିମାନା ମାଗୁଛନ୍ତି ବ୍ୟକ୍ତି
Viral Fine Poster

Key Points

ହୁଗୁଳିରେ ଅଜବ ପୋଷ୍ଟରକୁ ନେଇ ଚର୍ଚ୍ଚା
ଘରେ ବାହାର କାନ୍ଥରେ ଏହି ପୋଷ୍ଟର ଲାଗିଛି
ଅତିଥିଙ୍କୁ ୫୦ଟଙ୍କା ଜରିମାନା ମାଗୁଛନ୍ତି
କୋଲକାତା: ସାଧାରଣତଃ ଆମେ ଯେତେବେଳେ କୌଣସି ବନ୍ଧୁ ପରିଜନଙ୍କୁ କୌଣସି ଏକ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥାନ୍ତି ଏବଂ ସେ ଆସିନଥାନ୍ତି, ସେତେବେଳେ ଆମେ ଅଭିମାନ କରୁ । କେହି କେହି ବିରକ୍ତ ହୋଇ ସମ୍ପର୍କ ମଧ୍ୟ ତୁଟାଇଦିଅନ୍ତି । ହେଲେ ଏଠି ଏମିତି ଏକ ଘଟଣା ଘଟିଛି ଯାହା ପୂରା ଅଞ୍ଚଳରେ ଚହଳ ପକାଇଛି । ପଶ୍ଚିମବଙ୍ଗର ହୁଗୁଳିର ଜଣେ ବ୍ୟକ୍ତି ନିଜର ଅସନ୍ତୋଷ ପ୍ରକାଶ କରିବାର ଏକ ପଦ୍ଧତି ଆପଣାଇଛନ୍ତି, ଯାହା ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଘର ବାହାରେ ଏକ ପୋଷ୍ଟର ଲାଗିଛି । ଯେଉଁଠି ଲେଖାଅଛି, "ଭାଇ, ମୋ ବିବାହ ବାର୍ଷିକୀ ଉତ୍ସବରେ ଆସିନଥିଲ ନା ? କିଛି ଅସୁବିଧା ନାହିଁ... ଏବେ ୫୦୦ ଟଙ୍କା ଦେଇ ଘର ଭିତରକୁ ଆସନ୍ତୁ... ।" ପଶ୍ଚିମବଙ୍ଗର ହୁଗୁଳିର ଜଣେ ବ୍ୟକ୍ତି ତାଙ୍କ ବିବାହ ବାର୍ଷିକୀ ପରେ ଏହି ପୋଷ୍ଟର ଲଗାଇଛନ୍ତି, ଯାହା ଲୋକଙ୍କୁ ହସାଇବାକୁ ବାଧ୍ୟ କରିଛି ଏବଂ ବାଟୋଇ ସେଠାରେ କିଛି କ୍ଷଣ ରହି ଏହାର ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।

  • କଣ ପୂରା ଘଟଣା ?
ଏହି କାହାଣୀଟି ହୁଗୁଳି ଜିଲ୍ଲାର ଚୁଞ୍ଚୁଡା ପୌରପାଳିକାରେ ଘଟିଛି । ଜଳକଳ ବିଭାଗରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କ ବିବାହ ବାର୍ଷିକୀ ପାଳନ କରିବା ପାଇଁ ଜୁଲାଇ ୨୯ ତାରିଖରେ ଏକ ପାର୍ଟିର ଆୟୋଜନ କରିଥିଲେ । ପ୍ରସ୍ତୁତି ଶେଷ ହୋଇଥିଲା । କାର୍ଡ ଛପା ଯାଇଥିଲା ଏବଂ ସହକର୍ମୀ, ପଡ଼ୋଶୀ, ସମ୍ପର୍କୀୟ ଏବଂ ପରିଚିତ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା । ଆଶା ଥିଲା ଯେ ଲୋକମାନେ ଆସିବେ, ସେମାନଙ୍କର ଶୁଭେଚ୍ଛା ଜଣାଇବେ ଏବଂ ସନ୍ଧ୍ୟାଟି ସ୍ମରଣୀୟ ହେବ । କିନ୍ତୁ ତାହା ହୋଇନଥିଲା ।

  • ପୋଷ୍ଟର ନିକଟରେ ଜମୁଛି ଭିଡ଼
ବିବାହ ବାର୍ଷିକୀରେ ଯୋଗ ଦେଇ ନ ଥିବା ଲୋକଙ୍କ ଉପରେ ୫୦୦ ଜରିମାନା ଲାଗୁ କରିଛନ୍ତି ବ୍ୟକ୍ତି ଜଣକ । କାର୍ଯ୍ୟକ୍ରମର କିଛି ଦିନ ପରେ, ପୌରପାଳିକା ପରିସରରେ ଏକ ପୋଷ୍ଟର ଦେଖିବାକୁ ମିଳିଛି । ଏହାକୁ ପଢ଼ିବା ପରେ ଲୋକଙ୍କ ଭିଡ଼ ଜମିଛି । ଏଥିରେ ଲେଖାଅଛି ଯେ ଯେଉଁମାନେ ନିମନ୍ତ୍ରିତ ହୋଇଥିଲେ କିନ୍ତୁ ବିବାହ ବାର୍ଷିକୀ ଉତ୍ସବରେ ଯୋଗ ଦେଇ ନଥିଲେ, ସେମାନଙ୍କୁ ପ୍ରତି ପରିବାର ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୌରପାଳିକାର ହଲ୍‌ଠାରୁ ଚା' ଦୋକାନ ପର୍ଯ୍ୟନ୍ତ ଏହା ସହରର ଚର୍ଚ୍ଚାର ବିଷୟ ପାଲଟିଛି ।

  • ଘରେ ଘରେ ପହଞ୍ଚିଥିଲା ଜୋରିମାନା ଖବର
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହି ପ୍ରସଙ୍ଗ କେବଳ ପୋଷ୍ଟର ପର୍ଯ୍ୟନ୍ତ ସୀମିତ ନଥିଲା; ପଡ଼ୋଶୀ ଏବଂ ପରିଚିତ ଯେଉଁମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ, ସେମାନଙ୍କୁ ମଧ୍ୟ ସେମାନଙ୍କ ଘରେ "ଜରିମାନା" ବିଷୟରେ ସୂଚନା ଦିଆଯାଇଥିଲା । ଚର୍ଚ୍ଚା ଏତେ ତୀବ୍ର ଥିଲା ଯେ ସମଗ୍ର ସହର ଏହି ନିଆରା ପୋଷ୍ଟର ବିଷୟରେ ଆଲୋଚନା କରୁଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଟ୍ରେନ୍‌ରେ ଯାଉଥିଲେ, କିଛି ସେକେଣ୍ଡରେ ଲାଗିଲା ବିଦ୍ୟୁତ ଝଟକା..ଛାନିଆ ଯାତ୍ରୀ

  • କଣ କହିଲେ ଅତିଥି ?
ଯେଉଁମାନେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ ନାହିଁ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହସିକି କହିଛନ୍ତି, "ମୁଁ ଭାବିଥିଲି ପରେ ଭେଟିବି । କିନ୍ତୁ ଏବେ ପୋଷ୍ଟର ଦେଖି ମୋତେ ଲାଗୁଛି ଯେ ଯଦି ମୁଁ ପୂର୍ବରୁ ଯାଇଥାନ୍ତି ତେବେ ମୁଁ ୫୦୦ ଟଙ୍କା ସଞ୍ଚୟ କରିପାରିଥାନ୍ତି ।" ଅନ୍ୟ ଜଣେ ନିମନ୍ତ୍ରିତ ବ୍ୟକ୍ତି କହିଛନ୍ତି, "ଯଦି କେହି ମୋତେ ସମ୍ମାନର ସହିତ ନିମନ୍ତ୍ରଣ କରିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଯୋଗ ଦେବାକୁ ଚେଷ୍ଟା କରିବା ଉଚିତ । ସର୍ବୋପରି ନିମନ୍ତ୍ରଣ କେବଳ ଏକ କାର୍ଡ ନୁହେଁ; ଏହା ସମ୍ପର୍କ ପ୍ରତି ସମ୍ମାନ ମଧ୍ୟ ।"