IndiGo Flight Viral Video / ଯାତ୍ରା ବେଳେ ବିମାନରେ ଖୋଲିଦେଲେ ଢାବା! ଭାଇରାଲ ଭିଡ଼ିଓ ଦେଖି ତାତି ଉଠିଲେ ଲୋକେ
·27 mins ago·3 min read

Key Points
ଇଣ୍ଡିଗୋ ବିମାନରେ ଏକ ଭାରତୀୟ ପରିବାର ଢୋକଲା ଏବଂ ଥପଲା ଖାଉଥିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।
Indian Family's Feast in IndiGo Flight: ଯାତ୍ରା କରିବା ସମୟରେ ବିମାନରେ ଢାବା ଖୋଲି ଚର୍ଚ୍ଚାକୁ ଆସିଛନ୍ତି ଏକ ପରିବାର। ଇଣ୍ଡିଗୋ ବିମାନରେ ଢାବା ଖୋଲାଯିବାର ଭିଡ଼ିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆ ୟୁଜର ଏହାକୁ ନେଇ ତାତି ଉଠିଛନ୍ତି। ବିମାନ ଯାତ୍ରା କରିବା ସମୟରେ ସେହି ପରିବାର ଦ୍ୱାରା ଢାବା ଖୋଲା ଯିବାର ଭିଡ଼ିଓ ଏକ ସୁପରଫାଷ୍ଟ ଟ୍ରେନ୍ ର ସ୍ଲିପର କିମ୍ବା ଏସି କୋଚ୍ ରେ ବସିଥିବାର ଭଳି ନିଜର ଆସୁଥିଲା। ସବୁଠି ଟିଫିନ ବାକ୍ସ ଖୋଲାଯାଉଛି। ପାରମ୍ପରିକ ଗୁଜୁରାଟି ଖାଦ୍ୟ ଢୋକଲା ଏବଂ ଥେପଲା ବଣ୍ଟାଯାଉଛି। ଆଉ ସମଗ୍ର ପରିବାର ଯାତ୍ରାର ମଜା ନେଉଛନ୍ତି। ଇଣ୍ଡିଗୋ ବିମାନରେ ଯାତ୍ରା କରିବା ବେଳେ ଘଟିଥିବା ଏହି ଘଟଣାର ଭିଡି଼ଓ ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ କିଛି ଲୋକ ସେହି ପରିବାର ସମର୍ଥନରେ ଆସିଥିବା ବେଳେ, ଆଉ କିଛି ଲୋକ ଏପରି କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି।
ବିମାନ ଯାତ୍ରା ଖୋଲି ଦେଲେ ଢାବା
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବଡ଼ ଭାରତୀୟ ପରିବାର ନଜର ଆସୁଛି। ଯାତ୍ରା ଲମ୍ବା ହେଉ କିମ୍ବା ଛୋଟ, ହେଲେ ଏହାର ପ୍ରସ୍ତୁତି ସମ୍ପୂର୍ଣ୍ଣ ଦେଶୀ ଶୈଳୀରେ ଥିଲା। ଘରେ ତିଆରି ହୋଇଥିବା ଢୋକଲା, ଥେପଲା ଏବଂ ବିଭିନ୍ନ ଖାଦ୍ୟର ବାକ୍ସ ଖୋଲା ଯାଇଛି। ଜଣେ ମହିଳା ହାତରେ ଏକ ପ୍ଲେଟ ଧରି ସମଗ୍ର ପରିବାରକୁ ଖାଦ୍ୟ ବାଣ୍ଟୁଥିବାର ଦେଖାଯାଉଛି। ପରିବାର ଲୋକ ଠିଆ ହୋଇ ପରସ୍ପରକୁ ପ୍ଲେଟ୍ ଦେଉଛନ୍ତି। କଥାବାର୍ତ୍ତା ସହ ହସ ଖୁସି ଚାଲିଛି। ଯେପରି ଆମେ ପ୍ରାୟତଃ ଭାରତୀୟ ଟ୍ରେନ ଯାତ୍ରା କରିବା ସମୟରେ ଦେଖିଥାଉ। ହେଲେ ତଥାପି ସେହି ପରିବାର ଦାୟିତ୍ୱପୂର୍ଣ୍ଣ ଭାବରେ ଖାଇବା ପିଇବା ସାରିବା ପରେ ବ୍ୟବହୃତ ପ୍ଲେଟ୍ ଏବଂ କଟଲେରୀ ପିଙ୍ଗିବା ପାଇଁ ଏକ ବଡ଼ ଅଳିଆ ବ୍ୟାଗ ମଧ୍ୟ ସାଥିରେ ନେଇ ଆସିଥିଲା।
ସୋସିଆଲ ମିଡିଆରେ ହୋଇଥିଲା ହଙ୍ଗାମା
ଏହି ଭିଡି଼ଓ ଭାଇରାଲ ହେବା ମାତ୍ରେ, ଇଣ୍ଟରନେଟରେ ସାଧରଣ ଶିଷ୍ଟାଚାରକୁ ନେଇ ଏକ ବଡ଼ ବିତର୍କ ଆରମ୍ଭ ହୋଇଗଲା। ଏହି ଭିଡିଓ ପୋଷ୍ଟ କରିଥିବା, ସୋସିଆଲ ମିଡ଼ିଆ ୟୁଜର ନିଜର ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି, "ଆମର ସାଧରଣ ଶିଷ୍ଟାଚାରର ଘୋର ଅଭାବ ରହିଛି। ସେମାନେ ଏକ ଉଡ଼ନ୍ତା ବିମାନରେ ଏକ କାଫେଟେରିଆ ଖୋଲିଛନ୍ତି। ୧୫ ଜଣ ଲୋକ ପ୍ଲେଟ୍ ଧରି କ୍ୟାବିନ ମଧ୍ୟରେ ବୁଲୁଛନ୍ତି। ସମସ୍ୟା କେବଳ ଖାଇବାକୁ ନେଇ ନୁହେଁ, ବରଂ ଏକ ବନ୍ଦ ବିମାନରେ ଖାଦ୍ୟର ଗନ୍ଧ, ଯାହା ଅନ୍ୟ ଯାତ୍ରୀଙ୍କୁ ବିଚଳିତ ମଧ୍ୟ କରିପାରେ।" ଜଣେ ୟୁଜର କହିଛନ୍ତି, "ସେମାନଙ୍କୁ ଅତି କମରେ ଗୋଟିଏ ବର୍ଷ ପାଇଁ "ନୋ-ଫ୍ଲାଏ ଲିଷ୍ଟ" (No-Fly List) ତାଲିକାରେ ରଖାଯିବା ଆବଶ୍ୟକ। ସାରା ବିଶ୍ୱରେ ଆମକୁ ଉପହାସ କରାଯାଉଛି।" ଜଣେ ବ୍ୟକ୍ତି ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, "ଏହା ଦୁଃଖର ବିଷୟ ଯେ ବିମାନର ସମ୍ପୂର୍ଣ୍ଣ କ୍ୟାବିନ୍ ଖାଲି ଥିଲା, ସେମାନେ ସେଠାରେ ଗରବା ମଧ୍ୟ କରି ପାରିଥାନ୍ତେ!"
ଏହା ସହ ପଢନ୍ତୁ: ଧୂଆଁ ଦେଖାଯିବା ପରେ ବୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ
ପରିବାର ସମର୍ଥନରେ ଆସିଲେ ଲୋକେ
ହେଲ ଅନ୍ୟପଟେ ଏହି ଭିଡ଼ିଓ ଭାଇରାଲ ହେବା ପରେ କିଛି ଲୋକ ଖୋଲାଖୋଲି ଭାବରେ ସେହି ପରିବାର ସମର୍ଥନରେ ଆସିଥିଲେ। ସେମାନେ ସେହି ସୋସିଆଲ ମିଡ଼ିଆ ୟୁଜର ଙ୍କୁ ସମାଲୋଚନା କରିଥିଲେ। ଜଣେ ୟୁଜର ଲେଖିଛନ୍ତି, "ବିମାନ ଯାତ୍ରା ସମୟରେ ଘରା ରନ୍ଧା ହୋଇଥିବା ଖାଦ୍ୟ ନେଇଯିବାର ଅନୁମତି ଅଛି। ସେମାନେ ସାଥିରେ ଘର ତିଆରି ଖାଦ୍ୟ ଆଣି କେଉଁ ନିୟମ ଭାଙ୍ଗିଲେ? ଖାଦ୍ୟର ଗନ୍ଧକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି, ହେଲେ କ'ଣ ଏୟାରଲାଇନ୍ସ ଦ୍ୱାରା ପରିବେଷଣ କରାଯାଉଥିବା ଖାଦ୍ୟ ଭଲ ଗନ୍ଧ ଦେଉନାହିଁ? ଏପରି ହୀନମନ୍ୟତାରୁ ଦୂରେଇ ରହନ୍ତୁ।" ଅନ୍ୟ ଜଣେ ବ୍ୟବହାରକାରୀ ଭାବପ୍ରବଣ ଭାବରେ ଲେଖିଛନ୍ତି, "ଯେତେବେଳେ ଆପଣ ଏକ ପରିବାର ଏକାଠି ହୋଇ ହସୁ ଖୁସି କରୁଛନ୍ତି ଏବଂ ଘରେ ତିଆରି ହୋଇଥିବା ରନ୍ଧା ଖାଦ୍ୟ ଖାଉଛନ୍ତି, ସେତେବେଳେ ଏହାକୁ ଈର୍ଷା ଅନୁଭବ କରିବା ପରିବର୍ତ୍ତେ ଆପଣଙ୍କ ପ୍ରିୟଜନଙ୍କୁ ମନେ ପକାଇବା ସ୍ୱାଭାବିକ।"
ସାମଗ୍ରିକ ଭାବରେ, ଏହି ଭିଡିଓ ଇଣ୍ଟରନେଟରେ ଆଲୋଚନାର ଏକ ବିଷୟ ପାଲଟିଛି। ଗୋଟିଏ ପଟେ କିଛି ୟୁଜର କହୁଛନ୍ତି ଯେ ବିମାନରେ ଏକ ଶାନ୍ତ ଏବଂ ଶୃଙ୍ଖଳିତ ପରିବେଶ ବଜାୟ ରଖାଯିବା ଆବଶ୍ୟକ। ଯାହା ଦ୍ୱାରା ଅନ୍ୟମାନେ ଯେପରି ବିଚଳିତ ନହୁଏ। ଅନ୍ୟପକ୍ଷରେ, କିଛି ଲୋକ ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ଯଦି କୌଣସି ନିୟମ ନଭାଙ୍ଗେ ଏବଂ ଅଳିଆଏମେ ତେଣେ ଫିଙ୍ଗା ନଯାଏ, ତାହେଲେ ପରିବାର ସହିତ ବସି ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଇବାରେ କିଛି ଭୁଲ ନାହିଁ। ଏହି ବିଷୟରେ ଆପଣଙ୍କର ମତାମତ କ'ଣ? ଏହି ପାରମ୍ପରିକ ଶୈଳୀ ବିମାନ ଯାତ୍ରା ପାଇଁ ଉପଯୁକ୍ତ କି, ନା ଶିଷ୍ଟାଚାରର ନିୟମ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ?

India lacks civics sense 😭
— Chota Don (@choga_don) August 26, 2026
A North Indian family opened a cafeteria on a running flight. Fifteen people sat together, got their own food, and walked around the cabin carrying plates.
The problem isn't just the food, its smell will linger for the entire journey, and some… pic.twitter.com/Wl9scwON1O
ସୋସିଆଲ ମିଡିଆରେ ହୋଇଥିଲା ହଙ୍ଗାମା
ଏହି ଭିଡି଼ଓ ଭାଇରାଲ ହେବା ମାତ୍ରେ, ଇଣ୍ଟରନେଟରେ ସାଧରଣ ଶିଷ୍ଟାଚାରକୁ ନେଇ ଏକ ବଡ଼ ବିତର୍କ ଆରମ୍ଭ ହୋଇଗଲା। ଏହି ଭିଡିଓ ପୋଷ୍ଟ କରିଥିବା, ସୋସିଆଲ ମିଡ଼ିଆ ୟୁଜର ନିଜର ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି, "ଆମର ସାଧରଣ ଶିଷ୍ଟାଚାରର ଘୋର ଅଭାବ ରହିଛି। ସେମାନେ ଏକ ଉଡ଼ନ୍ତା ବିମାନରେ ଏକ କାଫେଟେରିଆ ଖୋଲିଛନ୍ତି। ୧୫ ଜଣ ଲୋକ ପ୍ଲେଟ୍ ଧରି କ୍ୟାବିନ ମଧ୍ୟରେ ବୁଲୁଛନ୍ତି। ସମସ୍ୟା କେବଳ ଖାଇବାକୁ ନେଇ ନୁହେଁ, ବରଂ ଏକ ବନ୍ଦ ବିମାନରେ ଖାଦ୍ୟର ଗନ୍ଧ, ଯାହା ଅନ୍ୟ ଯାତ୍ରୀଙ୍କୁ ବିଚଳିତ ମଧ୍ୟ କରିପାରେ।" ଜଣେ ୟୁଜର କହିଛନ୍ତି, "ସେମାନଙ୍କୁ ଅତି କମରେ ଗୋଟିଏ ବର୍ଷ ପାଇଁ "ନୋ-ଫ୍ଲାଏ ଲିଷ୍ଟ" (No-Fly List) ତାଲିକାରେ ରଖାଯିବା ଆବଶ୍ୟକ। ସାରା ବିଶ୍ୱରେ ଆମକୁ ଉପହାସ କରାଯାଉଛି।" ଜଣେ ବ୍ୟକ୍ତି ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, "ଏହା ଦୁଃଖର ବିଷୟ ଯେ ବିମାନର ସମ୍ପୂର୍ଣ୍ଣ କ୍ୟାବିନ୍ ଖାଲି ଥିଲା, ସେମାନେ ସେଠାରେ ଗରବା ମଧ୍ୟ କରି ପାରିଥାନ୍ତେ!"
ଏହା ସହ ପଢନ୍ତୁ: ଧୂଆଁ ଦେଖାଯିବା ପରେ ବୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ
ପରିବାର ସମର୍ଥନରେ ଆସିଲେ ଲୋକେ
ହେଲ ଅନ୍ୟପଟେ ଏହି ଭିଡ଼ିଓ ଭାଇରାଲ ହେବା ପରେ କିଛି ଲୋକ ଖୋଲାଖୋଲି ଭାବରେ ସେହି ପରିବାର ସମର୍ଥନରେ ଆସିଥିଲେ। ସେମାନେ ସେହି ସୋସିଆଲ ମିଡ଼ିଆ ୟୁଜର ଙ୍କୁ ସମାଲୋଚନା କରିଥିଲେ। ଜଣେ ୟୁଜର ଲେଖିଛନ୍ତି, "ବିମାନ ଯାତ୍ରା ସମୟରେ ଘରା ରନ୍ଧା ହୋଇଥିବା ଖାଦ୍ୟ ନେଇଯିବାର ଅନୁମତି ଅଛି। ସେମାନେ ସାଥିରେ ଘର ତିଆରି ଖାଦ୍ୟ ଆଣି କେଉଁ ନିୟମ ଭାଙ୍ଗିଲେ? ଖାଦ୍ୟର ଗନ୍ଧକୁ ନେଇ ଅନେକ ପ୍ରଶ୍ନ ଉଠାଯାଉଛି, ହେଲେ କ'ଣ ଏୟାରଲାଇନ୍ସ ଦ୍ୱାରା ପରିବେଷଣ କରାଯାଉଥିବା ଖାଦ୍ୟ ଭଲ ଗନ୍ଧ ଦେଉନାହିଁ? ଏପରି ହୀନମନ୍ୟତାରୁ ଦୂରେଇ ରହନ୍ତୁ।" ଅନ୍ୟ ଜଣେ ବ୍ୟବହାରକାରୀ ଭାବପ୍ରବଣ ଭାବରେ ଲେଖିଛନ୍ତି, "ଯେତେବେଳେ ଆପଣ ଏକ ପରିବାର ଏକାଠି ହୋଇ ହସୁ ଖୁସି କରୁଛନ୍ତି ଏବଂ ଘରେ ତିଆରି ହୋଇଥିବା ରନ୍ଧା ଖାଦ୍ୟ ଖାଉଛନ୍ତି, ସେତେବେଳେ ଏହାକୁ ଈର୍ଷା ଅନୁଭବ କରିବା ପରିବର୍ତ୍ତେ ଆପଣଙ୍କ ପ୍ରିୟଜନଙ୍କୁ ମନେ ପକାଇବା ସ୍ୱାଭାବିକ।"
ସାମଗ୍ରିକ ଭାବରେ, ଏହି ଭିଡିଓ ଇଣ୍ଟରନେଟରେ ଆଲୋଚନାର ଏକ ବିଷୟ ପାଲଟିଛି। ଗୋଟିଏ ପଟେ କିଛି ୟୁଜର କହୁଛନ୍ତି ଯେ ବିମାନରେ ଏକ ଶାନ୍ତ ଏବଂ ଶୃଙ୍ଖଳିତ ପରିବେଶ ବଜାୟ ରଖାଯିବା ଆବଶ୍ୟକ। ଯାହା ଦ୍ୱାରା ଅନ୍ୟମାନେ ଯେପରି ବିଚଳିତ ନହୁଏ। ଅନ୍ୟପକ୍ଷରେ, କିଛି ଲୋକ ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ଯଦି କୌଣସି ନିୟମ ନଭାଙ୍ଗେ ଏବଂ ଅଳିଆଏମେ ତେଣେ ଫିଙ୍ଗା ନଯାଏ, ତାହେଲେ ପରିବାର ସହିତ ବସି ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଇବାରେ କିଛି ଭୁଲ ନାହିଁ। ଏହି ବିଷୟରେ ଆପଣଙ୍କର ମତାମତ କ'ଣ? ଏହି ପାରମ୍ପରିକ ଶୈଳୀ ବିମାନ ଯାତ୍ରା ପାଇଁ ଉପଯୁକ୍ତ କି, ନା ଶିଷ୍ଟାଚାରର ନିୟମ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Family opens dhaba on IndiGo flightIndiGo flight family eating viral videoNetizens demand ban on IndiGo passengersIndian family eating on flight videoIndiGo flight dhaba video controversyIndiGo passenger misbehaviorIndiGo viral video todayIndiGo family dhaba videoBan IndiGo passengers trendingNetizens react to IndiGo video