Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Viral stories

Jamun Drought Connection / ମରୁଡ଼ି ସହ କ'ଣ ରହିଛି ଜାମୁ କୋଳିର ସମ୍ପର୍କ? କାହିଁକି ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି କାହାଣୀ?

Subhramjit Ray
Browse all articles by Subhramjit Ray
·2 weeks ago·3 min read
ମରୁଡ଼ି ସହ କ'ଣ ରହିଛି ଜାମୁ କୋଳିର ସମ୍ପର୍କ? କାହିଁକି ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି କାହାଣୀ?
Jamun Drought Connection

Key Points

ଚଳିତ ବର୍ଷ ଜାମୁକୋଳି ବଜାରରେ ପ୍ରବଳ ପରିମାଣର ଉପଲବ୍ଧ ରହିଛି। ମୌସୁମୀ ବର୍ଷାର ଅଭାବ ଏବଂ ମରୁଡ଼ି ଆଶଙ୍କା ସହିତ ଏହାର ଅମଳକୁ ଯୋଡାଯାଉଛି। ସୋସିଆଲ ମିଡିଆରେ ଏହି ବିଷୟକୁ ନେଇ ନାନାଦି ଚର୍ଚ୍ଚା ହେଉଛି।
Drought Connection of Indian Blackberry: ଚଳିତ ବର୍ଷ ଦେଶର ଫଳ ବଜାରରେ ଜାମୁକୋଳି ପ୍ରଚୁର ପରିମାଣ ମହଜୁଦ ରହିଛି। ହେଲେ ବଜାରରେ ଜାମୁର ପ୍ରଚୁର ଉପଲବ୍ଧତା ମଧ୍ୟରେ ସୋସିଆଲ ମିଡି଼ଆରେ ଏକ କାହାଣୀ ଭାଇରାଲ ହେବାରେ ଲାଗିଛି। ଏନେଇ କୁହାଯାଉଛି ଯେ ଏହା କ'ଣ ମରୁଡ଼ି ଆଗମନର ସଙ୍କେତ? ଏହାକୁ ସୋସିଆଲ ମିଡି଼ଆରେ ବିଭିନ୍ନ ପୋଷ୍ଟ ସେୟାର କରାଯାଉଛି। ଯେଉଁଥିରେ ଏକ ପୁରୁଣା କାହାଣୀକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା କରାଯାଉଛି। ଏନେଇ କୁହାଯାଉଛି ଯେ ଯେଉଁ ବର୍ଷ ଜାମୁକୋଳି (Jamun) ଅଧିକ ପରିମାଣରେ ଅମଳ ହୋଇଥାଏ, ସେହି ବର୍ଷ ମରୁଡ଼ି ଆସିବାର ସମ୍ଭାବନା ରହିଥାଏ।

ଚଳିତ ବର୍ଷ "ଏଲ୍ ନିନୋ" ଆଗମନ ମଧ୍ୟରେ ଦେଶର କୋଣ ଅନୁକୋଣରେ ପହଞ୍ଚି ସାରିଛି ମୌସୁମୀ। ହେଲେ "ଏଲ୍ ନିନୋ" ପ୍ରଭାବ ଯୋଗୁଁ ଚଳିତ ବର୍ଷ ମୌସୁମୀ ଦୁର୍ବଳ ହେବା ସହ ଜୁନ୍ ମାସରେ ହେବାକୁ ରହିଥିବା ବର୍ଷା ସ୍ୱାଭାବିକ ଠାରୁ ୪୩ ପ୍ରତିଶତ କମ ହୋଇଛି। ଯାହା ସମସ୍ୟାକୁ ଆହୁରି ବଢାଇ ଦେଇଛି। କାରଣ ଦେଶର ଏବେ ଉଭୟ ଖରିଫ-ମୌସୁମୀ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଥିବାରୁ ସମଗ୍ର ଦେଶରେ କୃଷି କାର୍ଯ୍ୟ ପ୍ରଭାବିତ ହୋଇପାରେ। ଚର୍ଚ୍ଚା ହେଉଛି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଅଧିକ ପରିମାଣରେ ଜାମୁକୋଳି (Indian Blackberry) ଅମଳ ହୋଇଥିବାରୁ ମୌସୁମୀ ବର୍ଷା ହ୍ରାସ ପାଇପାରେ। ସ୍ୱାାଭାବିକ ଠାରୁ କମ୍ ବର୍ଷା ହେବା ଦ୍ୱାରା ମରୁଡ଼ି ଭଳି ପରିସ୍ଥିତି ଉପୁଜିପାରେ।



ଚଳିତ ବର୍ଷ ହୋଉଛି ପ୍ରଚୁର ପରିମାଣରେ ଜାମୁ ଉତ୍ପାଦନ
ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ, ଦେଶର ବିଭିନ୍ନ ଭାଗରେ ରହିଥିବା ଫଳ ବଜାରରେ ଗାଢ଼ ବାଇଗଣୀ ରଙ୍ଗର ଜାମୁକୋଳି (Java Plum) ପ୍ରଚୁର ପରିମାଣରେ ଉପଲବ୍ଧ ରହିଥିବାର ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ଜାମୁ କୋଳି ଗଛ ମଧ୍ୟ ଫଳରେ ପରିପୂର୍ଣ୍ଣ ହୋଇଉଠିଛି। ଯଦି ଗ୍ରୀଷ୍ମ ଋତୁରେ ଜାମୁ ଗଛରେ ଅସ୍ୱାଭାବିକ ଭାବରେ ଅଧିକ ପରିମାଣରେ ଫଳ ଝଡ଼ିବାରେ ଲାଗିଥାଏ, ତାହେଲେ ସେହି ବର୍ଷ ମରୁଡ଼ି ହେବାର ସମ୍ଭାବନା ଅଧିକ ରହିଥାଏ। ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଲୋକ ଜାମୁ କୋଳିକୁ କମ୍ ବର୍ଷା ଏବଂ ମରୁଡ଼ି ସହିତ ଯୋଡୁଛନ୍ତି। ଏନେଇ କୁହାଯାଉଛି ଯେ ପ୍ରଚୁର ପରିମାଣରେ ଜାମୁକୋଳି ଅମଳ ହେବା ଭୂତଳ ଜଳ ସ୍ତର ହ୍ରାସ ପାଇବାକୁ ସୂଚିତ କରିଥାଏ। ଯାହା ଜଳ ସଂକଟର ଥିବା ସାମ୍ନା କରୁଥିବା ଗଛ ପାଇଁ ପ୍ରଯୁଜ୍ୟ।

ଏହା ସହ ପଢନ୍ତୁ:  '୨ ଜୁନ୍ ରୁଟି', ଭାଇରାଲ ହେଉଛି ମୀମ୍ସ; କ'ଣ ରହିଛି ଏହା ପଛର କାହାଣୀ?

ଅସ୍ୱାଭାବିକ ଭାବରେ ଜାମୁକୋଳି ଅମଳ ହେବାର ଅର୍ଥ କ'ଣ?
ଜାମୁକୋଳି (Syzygium Cumini) ଗଛରେ ମାର୍ଚ୍ଚ-ଅପ୍ରେଲ ମାସରେ ଫୁଲ ଫୁଟିଥାଏ। ଯେଉଁଥିରେ ଆକାରରେ ଛୋଟ, ଧଳା ରଙ୍ଗର ଏବଂ ସୁଗନ୍ଧିତ ଫୁଲର ଗୁଚ୍ଛ ଦେଖିବାକୁ ମିଳିଥାଏ। ଫୁଲରୁ ଫଳ ହେବା ପୂର୍ବରୁ ପରାଗ ସଙ୍ଗମ ହୋଇଥାଏ। ଯଦି ଏହି ସମୟରେ ବର୍ଷା ନହୁଏ ତାହେଲେ ଏହା ଦ୍ୱାରା ଜାମୁକୋଳି ଉତ୍ପାଦନ ପ୍ରଚୁର ପରିମାଣରେ ହୋଇଥାଏ। ଯଦି ବର୍ଷା ହୁଏ ତାହେଲେ ଏହି ଫୁଲରୁ ପରାଗ ଧୋଇଯାଏ। ଏହି ଛୋଟ ଫଳ ସମ୍ପୂର୍ଣ୍ଣ ପାଚିବା ଆଗରୁ ନଷ୍ଟ ହୋଇଯାଏ। କ'ଣ ଏଥର ଏଭଳି ପରିସ୍ଥିତି ଦେଖିବାକୁ ମିଳିବ? ହେଲେ ତଥାପି ଏପରି ଢାଞ୍ଚାକୁ ବିଶ୍ୱାସ କରୁନଥିବା ଉଦ୍ଭିଦ ବିଜ୍ଞାନୀ ଏହାକୁ ମରୁଡ଼ିର ପୂର୍ବାନୁମାନ ନୁହେଁ ବରଂ ଶୁଷ୍କ ଜଳବାୟୁର ସଙ୍କେତ ଭାବରେ ବିବେଚନା କରିଥାନ୍ତି।

ମୌସୁମୀ ବର୍ଷାର ଅଭାବ
ଦେଶର ଅଧିକାଂଶ ଭାଗରେ ମୌସୁମୀ ଋତୁ ପୂର୍ବରୁ ପାଗ ଶୁଷ୍କ ରହିଥିଲା। ମୌସୁମୀ ଋତୁ ମଧ୍ୟ ଅସଙ୍ଗତ ରହିଛି। ଆରବ ସାଗରରୁ ମୌସୁମୀ ପ୍ରବାହ ମଧ୍ୟ ବନ୍ଦ ହୋଇଯାଇଛି। ଜୁନ୍ ମାସରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ୪୦ ରୁ ୫୪ ପ୍ରତିଶତ ବର୍ଷା ଅଭାବ ରେକର୍ଡ କରାଯାଇଥିଲା। ବର୍ଷା ଅପେକ୍ଷାରେ ରହିଥିବା ଚାଷୀ ନିରାଶ ହୋଇଛନ୍ତି। ହେଲେ ଜାମୁ କୋଳି ଚାଷ କରୁଥିବା ଚାଷୀ ଖୁସି ଅଛନ୍ତି। ଭଲ ପରାଗ ସଙ୍ଗମ ଯୋଗୁଁ ଜାମୁ ଗଛ ଫଳରେ ପରିପୂର୍ଣ୍ଣ ହୋଇଉଠିଛି।

କେଉଁଠାରେ ହୋଇଛି କେତେ ବର୍ଷା?
ମଧ୍ୟ ଭାରତରେ ମୌସୁମୀ ବର୍ଷାର ଅଭାବ ରେକର୍ଡ କରାଯାଇଛି। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ଜୁନ୍ ମାସର ପ୍ରଥମ ୨୨ ଦିନରେ ସ୍ୱାବାବିକ ବୃଷ୍ଟିପାତ ତୁଳନାରେ ୬୭ ପ୍ରତିଶତ କମ୍ ବର୍ଷା ହୋଇଛି। ଉତ୍ତର-ପୂର୍ବ ଭାରତ ଏବଂ ପୂର୍ବ ଭାରତରେ ୪୦ ପ୍ରତିଶତ ବର୍ଷାର ଅଭାବ ପରିଲକ୍ଷିତ ହୋଇଛି। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତରେ ୨୮ ପ୍ରତିଶତ କମ୍ ବର୍ଷା ହୋଇଛି। "ଏଲ୍ ନିନୋ" ଯୋଗୁଁ ମୌସୁମୀ ଦୁର୍ବଳ ହେବା ଏହାର ଏକ ପ୍ରମୁଖ କାରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bumper Jamun Crop Signifies Drought? Why the Story is Going Viral | Argus News