Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - '୨ ଜୁନ୍ ରୁଟି', ଭାଇରାଲ ହେଉଛି ମୀମ୍ସ; କ'ଣ ରହିଛି ଏହା ପଛର କାହାଣୀ?

Viral stories

2 June Roti / '୨ ଜୁନ୍ ରୁଟି', ଭାଇରାଲ ହେଉଛି ମୀମ୍ସ; କ'ଣ ରହିଛି ଏହା ପଛର କାହାଣୀ?

Subhramjit Ray
Browse all articles by Subhramjit Ray
·3 weeks ago·3 min read
'୨ ଜୁନ୍ ରୁଟି', ଭାଇରାଲ ହେଉଛି ମୀମ୍ସ; କ'ଣ ରହିଛି ଏହା ପଛର କାହାଣୀ?
2 June Roti

Key Points

ପ୍ରତି ବର୍ଷ ଜୁନ୍ ୨ ତାରିଖ ଆସିବା ମାତ୍ରେ, ହଠାତ୍ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ହେବା ଆରମ୍ଭ ହୋଇଯାଏ। ତାହା ହେଉଛି "୨ ଜୁନ୍ ରୁଟି। " ଏଥର ମଧ୍ୟ, ଇଣ୍ଟରନେଟ୍ ଏହି ବିଷୟ ସହିତ ଜଡି଼ତ ମଜାଦାର ମୀମ୍ସ, ଏବଂ ସୋସିଆଲ ମିଡ଼ିଆ ପୋଷ୍ଟରେ ଭରି ରହିଛି।
2 June Roti Trend on Social Media: ଜୁନ୍ ୨ ତାରିଖ ପାଖେଇ ଆସିବା ମାତ୍ରେ "୨ ଜୁନ୍ ରୁଟି" ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛି। ଏହାକୁ ନେଇ ଅନେକ ମୀମ୍ସ ଏବଂ ମଜାଦାର ପୋଷ୍ଟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଲୋକେ ହସ ଖୁସିରେ ପରସ୍ପରକୁ ମନେ ପକାଇ ଦେଉଛନ୍ତି ଯେ ଆଜି ହେଉଛି ଜୁନ ୨ ତାରିଖ। ଆଜି ସମସ୍ତ ରୁଟି ଖାଇବା। କାରଣ ସମସ୍ତେ ଜୁନ୍ ୨ ତାରିଖର ରୁଟି ଖାଇବାକୁ ପାଆନ୍ତି ନାହିଁ। ପ୍ରତି ବର୍ଷ ଭଳି ଏଥର ମଧ୍ୟ ଇଣ୍ଟରନେଟ୍ ରେ "୨ ଜୁନ୍ ରୁଟି" ବିଷୟରେ ଅନେକ ମଜାଦାର ବିଷୟବସ୍ତୁରେ ପରିପୂର୍ଣ୍ଣ ହୋଇଉଠିଛି। ଅନେକ ସୋସିଆଲ ମିଡ଼ିଆ ୟୁଜର ବିଭିନ୍ନ ପୋଷ୍ଟ ସେୟାର କରିବାରେ ଲାଗିଛନ୍ତି। ଯାହାକୁ ଦେଖିବା ପରେ ଲୋକେ ନିଜର ହସ ରୋକି ପାରୁନାହାଁନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଟ୍ରେଣ୍ଡ କରୁଛି ମଜାଦାର ମୀମ୍ସ
ଜଣେ ସୋସିଆଲ ମିଡ଼ିଆ ୟୁଜର ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ୍ ରେ କହିଛନ୍ତି, "ଆଜି କେହି ଘରେ ପରଟା, ନାନ୍ କିମ୍ବା ପୁରୀ ଖାଇବେ ନାହିଁ। ସମସ୍ତେ ରୁଟି ଖାଇବେ। କାରଣ ଆଜି ଜୁନ୍ ୨ ତାରିଖ।" ଅନ୍ୟ ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି, "ବର୍ଷ ସାରା ପିଜା ବର୍ଗର ଖାଅ, ହେଲେ ଜୁନ୍ ୨ ତାରିଖରେ ରୁଟି ଖାଇବା ବାଧ୍ୟତାମୂଳକ ହେବା ଆବଶ୍ୟକ।"



ଏପରି ଅନେକ ସୋସିଆଲ ମିଡ଼ିଆ ପୋଷ୍ଟ ଏବଂ ମୀମ୍ସ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଲୋକବାଣୀ ସହିତ ଲୋକେ ମଜାଦାର ବିଷୟବସ୍ତୁ ସୃଷ୍ଟି କରିବାରେ ଲାଗିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Bhoomi (@TheBPnova) June 2, 2026
ଏହା ସହିତ ପଢନ୍ତୁ: ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ

"୨ ଜୁନ୍ ରୁଟି" ଲୋକକଥାର ପ୍ରକୃତ ଅର୍ଥ କ'ଣ?
ଯଦିଓ ସୋସିଆଲ ମିଡି଼ଆରେ ଲୋକେ ଏହାକୁ ଜୁନ୍ ୨ ତାରିଖ ସହିତ ମଜାରେ ଯୋଡୁଛନ୍ତି। ହେଲେ ଏହି ଲୋକକଥାର ଅର୍ଥ ପ୍ରକୃତରେ ବହୁତ ଗଭୀର। "୨ ଜୁନ୍ ରୁଟି" ର ଅର୍ଥ ହେଉଛି ଦିନକୁ ଦୁଇ ଥର ଭୋଜନ। ଉତ୍ତର ଭାରତୀୟ କଥିତ ଭାଷାରେ "ଜୁନ୍" କିମ୍ବା "ଜୁନା" ଶଦ୍ଦର ଅର୍ଥ ହେଉଛି ସମୟ। " ୨ ଜୁନ୍ ରୁଟି" ଲୋକକଥାର ଅର୍ଥ ହେଉଛି ଦିନକୁ ଦୁଇ ଭୋଜନ। ଯାହା ପ୍ରତ୍ୟେକ ମଣିଷର ସବୁଠାରୁ ମୌଳିକ ଆବଶ୍ୟକତା ମଧ୍ୟରୁ ଅନ୍ୟତମ।

ଦେଶର ଲକ୍ଷ ଲକ୍ଷ ଲୋକ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ଦିନକୁ ଦୁଇ ବେଳା ଦୁଇ ମୁଠା ଖାଦ୍ୟ ଯୋଗାଇବା ପାଇଁ ପ୍ରତିଦିନ କଠିନ ପରିଶ୍ରମ କରିଥାନ୍ତି। ଏହି ଲୋକକଥା କଠିନ ପରିଶ୍ରମ, ସଂଘର୍ଷ ଏବଂ ଜୀବନର ଆବଶ୍ୟକତାକୁ ମଧ୍ୟ ପ୍ରତିଫଳିତ କରିଥାଏ। କୁହାଯାଏ ଯେ, "୨ ଜୁନ୍ ରୁଟି କଠିନ ପରିଶ୍ରମ ଏବଂ ସୌଭାଗ୍ୟ ଦ୍ୱାରା ମିଳିଥାଏ।"

ଏହା ସହିତ ପଢନ୍ତୁ: ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍

ଯଦିଓ ଆଜିର ଦିନରେ ଏହି ଲୋକକଥାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମଜାଦାର ମୀମ୍ସ ଏବଂ ମଜକଥା ଭାଇରାଲ ହେଉଛି, ହେଲେ ତଥାପି ଏହା ପଛରେ ଏକ ଗଭୀର ସାମାଜିକ ବାର୍ତ୍ତା ଲୁଚି ରହିଛି।
Argus Whatsapp Channel Mobile Top
Sponsored
2 June Ki Roti: Hilarious Memes Viral and Real Meaning Explained | Argus News