Wedding Gifts / ପୁଅ ବାହାଘରରେ ଗ୍ରାମବାସୀଙ୍କୁ ବଡ଼ ଉପହାର; ୩୫୦୦ ଲୋକଙ୍କ ନାଁରେ କଲେ ଦୁର୍ଘଟଣା ବୀମା
·1 hour ago·2 min read

Key Points
ପୁଅ ବାହାଘର କଲେ, ଗାଁ ଲୋକଙ୍କ ଦୃହୟ ଜିଣିଲେ । ହାଘରରେ ଲୋକେ ସାଜସଜ୍ଜା, ବାଣ ଓ ଭବ୍ୟ ଆୟୋଜନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମହାରାଷ୍ଟ୍ର ନାନ୍ଦେଡ଼ର ପେଠକର ପରିବାର ନିଆରା ପ୍ରୟାସ କରିଛନ୍ତି ।
ମୁମ୍ବାଇ: 'ବାହାଘର' ପରିବାର ଓ ବନ୍ଧୁ ବାନ୍ଧବଙ୍କ ପାଇଁ ଖୁସି ଆଣିଦିଏ । ହେଲେ ଏହା ଏମିତି ଏକ ନିଆରା ବାହାଘର । ଯାହା କେବଳ ପରିବାର ନୁହେଁ ବରଂ ଗୋଟିଏ ଗାଁର ଲୋକଙ୍କୁ ସୁରକ୍ଷା କବଚ ଦେଇଛି, ସେମାନଙ୍କ ଜୀବନରେ ଭରି ଦେଇଛି ଅଜସ୍ର ଖୁସି ।
ଯେଉଁଠି ବର ପିତା ସମାଜ ପାଇଁ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି । ସମାଜକୁ ଦେଇଛନ୍ତି ବଡ଼ ବାର୍ତ୍ତା । ସାମାଜିକ ପରୋପକାର ଓ ମାନବିକତା ଦେଖାଇଛନ୍ତି । ବାହାଘରରେ ଲୋକେ ସାଜସଜ୍ଜା, ବାଣ ଓ ଭବ୍ୟ ଆୟୋଜନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମହାରାଷ୍ଟ୍ର ନାନ୍ଦେଡ଼ର ପେଠକର ପରିବାର ନିଆରା ପ୍ରୟାସ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବିଜେପି ଆସିଲେ ମାଛ ମିଳିବନି କହିଥିଲେ ମମତା; ୪୦୦ କାଉଣ୍ଟରରେ ମାଛଭାତ ଖୁଆଇବେ ଶୁଭେନ୍ଦୁ
ଗ୍ରାମବାସୀଙ୍କ ପାଇଁ ଦୁର୍ଘଟଣା ବୀମା
କନ୍ଧାନର ବହାଦରପୁରା ଗାଁରେ ଦେଖିବାକୁ ମିଳିଛି ନିଆରା ବାହାଘର । ଯେଉଁଠି ସିଦ୍ଧେଶ୍ଵର ପେଠକର ଓ ମଞ୍ଜସାଙ୍କ ବିବାହ ଅବସରରେ ଗାଁର ୩୫୦୦ ଲୋକଙ୍କ ନାଁରେ ଦୁର୍ଘଟଣା ବୀମା କରାଇଛନ୍ତି ପୁଅ ଘର ଲୋକେ ।
ଏହା ନିଆରା ପ୍ରୟାସର ଉଦ୍ଦେଶ୍ୟ ହେଉଛି- ଗାଁ ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା । କୌଣସି ଦୁର୍ଘଟଣା ତଥା ଅନ୍ୟ ସ୍ଥିତିରେ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା । ପରିବାର ଲୋକଙ୍କ ଅନୁସାରେ, ଏହି ବିବାହ କେବଳ ଖୁସିର ମୁହୂର୍ତ୍ତ ନୁହେଁ, ବରଂ ସମାଜ ପ୍ରତି କର୍ତ୍ତବ୍ୟ କରିବାର ମାଧ୍ୟମ ହେବା ଉଚିତ୍ ।
ପେଠକର ପରିବାରର ଏହି ନିଆରା ଉପହାର ସୂଚନା ମିଳିବା ପରେ ଗାଁରେ ଆନନ୍ଦର ଲହରୀ ଖେଳି ଯାଇଛି । ଗ୍ରାମବାସୀ ଖୁସି ମନାଇବା ସହ ଗର୍ବ ଅନୁଭବ କରୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା, "ପ୍ରଥମଥର ପାଇଁ କୌଣସି ବିବାହରେ ଏଭଳି ସାମାଜିକ ବାର୍ତ୍ତା ଦିଆଯାଇଛି । ଯାହା ଆଗାମୀ ଦିନରେ ଅନ୍ୟ ପରିବାରକୁ ପ୍ରେରଣା ଦେବ ।"
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ଏଣିକି ୨୪ ଘଣ୍ଟାରେ ମିଳିବ ଜନ୍ମ, ମୃତ୍ୟୁ ସାର୍ଟିଫିକେଟ୍
ପେଠକର ପରିବାର ଅନୁସାରେ, ଆଜିର ଦିନରେ ହଠାତ୍ ଦୁର୍ଘଟଣା ଅନେକ ପରିବାର ଉପରେ ଆର୍ଥିକ ବୋଝ ଲଦି ଦେଉଛି । ଏଭଳି ସ୍ଥିତିରେ ଯଦି ପୂର୍ବରୁ ବୀମା କରାଯାଇତାଏ ତାହେଲେ କଠିନ ସମୟରେ ଲୋକଙ୍କୁ ସାହାରା ମିଳିବ । ଏହି ଭାବନା ସହିତ ବିବାହ ସମାରୋହକୁ ସାମାଜିକ ସୁରକ୍ଷା ଅଭିଯାନ ସହ ଯୋଡ଼ିଛନ୍ତି ପରିବାର ।
ଏଭଳି ପ୍ରୟାସକୁ ସାମାଜିକ ସଂଗଠନ ସହ ସମସ୍ତେ ପ୍ରଶଂସା କରିଛନ୍ତି । ବହାଦରପୁରା ଗାଁର ଏହି ବିବାହ କେବଳ ଏକ ପାରମ୍ପରିକ ଆୟୋଜନ ନୁହେଁ ବରଂ ଏହା ସାମାଜିକ ଚେତନା ଓ ସାମୁହିକ ଦାୟିତ୍ଵର ପ୍ରତୀକ ସାଜିଛି । ନବବଧୂର ଆଗମନରେ ପୁରା ଗାଁ ସୁରକ୍ଷିତ ହୋଇଥିବା ବାର୍ତ୍ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories