Videos
|
Viral-stories

Pune Road Accident / ବସ୍‌କୁ ଅପେକ୍ଷା କରିଥିଲେ ଛାତ୍ର, ମାଡ଼ିଗଲା ଦ୍ରୁତଗାମୀ ଆଇଚର ଟ୍ରକ୍

Subhramjit Ray
Browse all articles by Subhramjit Ray
·33 mins ago·2 min read
ବସ୍‌କୁ ଅପେକ୍ଷା କରିଥିଲେ ଛାତ୍ର, ମାଡ଼ିଗଲା ଦ୍ରୁତଗାମୀ ଆଇଚର ଟ୍ରକ୍
Photo Source: Social Media/AI

Key Points

ମହାରାଷ୍ଟ୍ରର ପୁଣେ ସ୍ଥିତ ବୋପଦେବ ଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍‌କୁ ଅପେକ୍ଷା କରିଥିବା କଲେଜ ଛାତ୍ରଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ ଆଇଚର ଟ୍ରକ୍। ଏଥିରେ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର CCTV ଫୁଟେଜ୍ ସାମ୍ନାକୁ ଆସିଥିବାବେଳେ ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି। ୟେୱଲେୱାଡ଼ି ପୋଲିସ ଘଟଣାର ତଦନ୍ତ କରୁଛି।

ପୁଣେ, ମହାରାଷ୍ଟ୍ର:  ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଘଟିଯାଇଛି ଏକ ଛାତି ଥରାଇ ଦେବା ଭଳି ସଡ଼କ ଦୁର୍ଘଟଣା। ସ୍ଥାନୀୟ ବୋପଦେବ ଘାଟ ଠାରେ ରହିଥିବା ଗରୱା ହୋଟେଲ ନିକଟସ୍ଥ ଏକ ବସ୍ ଷ୍ଟପ୍ ଠାରେ ବସ୍ କୁ ଅପେକ୍ଷା କରିଥିବା କଲେଜ ଛାତ୍ରଙ୍କୁ ଏକ ଦ୍ରୁତଗାମୀ ଆଇଚର ଟ୍ରକ୍ ଧକ୍କା ଦେଇଥିଲା। କଲେଜ ଛାତ୍ରଙ୍କୁ ଧକ୍କା ପରେ ସେହି ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ସବୁଠି ଚିତ୍କାର ଏବଂ କ୍ରନ୍ଦନ ଶୁଣିବାକୁ ମିଳିଥିଲା। ଏହି ସଡ଼କ ଦୁର୍ଘଟଣାରେ ଅନ୍ୟ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

ସାମ୍ନାକୁ ଆସିଲା ଦୁର୍ଘଟଣାର CCTV ଫୁଟେଜ୍
ଏହି ଦୁର୍ଘଟଣାର CCTV ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ରାସ୍ତାରେ ଆସୁଥିବା ଦ୍ରୁତଗାମୀ ଆଇଚର ଟ୍ରକ୍ କଲେଜ୍ ଛାତ୍ରଙ୍କୁ ଧକ୍କା ମାରୁଛି। ଏହି ଘଟଣା ସମଗ୍ର ପୁଣେ ସହରକୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଏହା ସହ ପଢନ୍ତୁ: ୧୫୦ ଫୁଟ ଗଭୀର ଖାଇରେ ଝୁଲି ରହିଲା ବସ୍; ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ

ଗୁରୁତର ଆହତ ହୋଇଛନ୍ତି ୫ ଛାତ୍ର
ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ପ୍ରାୟ ୩ ଜଣ ଛାତ୍ର ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରାଯାଇ ପାରିନାହିଁ। ଏହି ଦୁର୍ଘଟଣାରେ ୫ ଜଣ ଛାତ୍ର ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦ୍ରୁତ ଗତିରେ ଆସୁଥିବା ଏହି ଆଇଚର ଟ୍ରକ୍ ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ବସ୍ ଷ୍ଟପ୍ ଆଡକୁ ମାଡ଼ି ଯାଇଥିଲା। ଯାହା ପରେ ସେଠାରେ ଛିଡ଼ା ହୋଇଥିବା ଛାତ୍ରଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ସେମାନଙ୍କ ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷପତ୍ର ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକ ଏବଂ ପଥଚାରୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାରେ ସହଯୋଗ କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ୟେୱଲେୱାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଦୁର୍ଘଟଣା ପଛରେ କାରଣ ଜାଣିବାକୁ ଚେଷ୍ଟା କରୁଛି।