Brahmaputra River Water whirlpools / ଚର୍ଚ୍ଚାରେ ଜଳ ଘୂର୍ଣ୍ଣିବାତ୍ୟାର ବିରଳ ଦୃଶ୍ୟ! ଏହା କ'ଣ କୌଣସି ଏକ ବଡ଼ ବିପର୍ଯ୍ୟୟର ସଙ୍କେତ ନା ଅନ୍ୟ କିଛି?
·48 mins ago·2 min read

Key Points
ଗତ ୨୦୨୨ ମେ ମାସରେ ଆସାମର ବାରପେଟା ଏବଂ ବ୍ରହ୍ମପୁତ୍ର ନଦୀ କୂଳବର୍ତ୍ତୀ ଅଞ୍ଚଳରେ ସମାନ ପ୍ରକାରର ଏକ ଜଳ ଘୂର୍ଣ୍ଣିବାତ୍ୟା ଦେଖାଯାଇଥିଲା। ଏବେ ପ୍ରାୟ ୪ ବର୍ଷ ପରେ ପୁଣି ଥରେ ଏକ ଜଳ ଘୂର୍ଣ୍ଣିବାତ୍ୟା ଦେଖିବାକୁ ମିଳିଛି।
Brahmaputra Water whirlpools Viral Video: ଆପଣ ଅନେକ ଥର ଧୂଳିଝଡ଼ ହୋଇଥିବାର ଶୁଣିବାକୁ ପାଇଥିବେ କିମ୍ବା ଏହାକୁ ଦେଖିଥିବେ। ହେଲେ କେବେ ଆପଣ ଜଳ ଘୂର୍ଣ୍ଣିବାତ୍ୟା ଦେଖିଛନ୍ତି। ସଦ୍ୟ ଆସାମର ବ୍ରହ୍ମପୁତ୍ର ନଦୀରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଯାହାକୁ ଦେଖିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଛନ୍ତି। ଆସାମର ବାରପେଟା ଜିଲ୍ଲାର ବାଗବାର ଅଞ୍ଚଳର ପାହାଡ଼ପୁର ଠାରେ ବ୍ରହ୍ମପୁତ୍ର ନଦୀରେ ଜଳସ୍ରୋତ ସଦୃଶ ଏକ ବିରଳ ଜଳ ଘୂର୍ଣ୍ଣିବାତ୍ୟା ଦେଖିବାକୁ ମିଳିଛି। ଏହି ଘଟଣାର ଭିଡ଼ିଓ କ୍ୟାମେରାରେ କଏଦ ହେବା ପରଠାରୁ, ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଧିକାଂଶ ଲୋକ ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖିବା ପରେ ତାଜୁବ ହୋଇ ଯାଇଛନ୍ତି। ନଦୀରେ କ'ଣ ଘଟୁଛି ତାହା ସେମାନେ ବୁଝିପାରୁ ନାହାଁନ୍ତି।
ନଦୀରେ ଦେଖିବାକୁ ମିଲିଲା ଜଳ ଘୂର୍ଣ୍ଣିବାତ୍ୟାର ବିରଳ ଦୃଶ୍ୟ
ବ୍ରହ୍ମପୁତ୍ର ନଦୀରୁ ଆକାଶକୁ ଉଠୁଥିବା ଘୂର୍ଣ୍ଣିବାତ୍ୟା ଏକ ବିରଳ ଘଟଣା। ପାହାଡ଼ପୁର ଠାରେ ଦେଖାଯାଇଥିବା ଏହି ଅସାଧାରଣ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯଥେଷ୍ଟ କୌତୁହଳ ସୃଷ୍ଟି କରିଛି। କେତେକ ବିଶ୍ୱାସ କରୁଛନ୍ତି ଯେ ଏହା ଏକ ପ୍ରାକୃତିକ ବିପର୍ଯ୍ୟୟର ସଙ୍କେତ ହୋଇପାରେ। ହେଲେ ତଥାପି ଏହାକୁ ନେଇ ବିଶେଷଜ୍ଞଙ୍କ ମତ ଭିନ୍ନ ରହିଛି। ସେମାନେ କହିଛନ୍ତି ଯେ ଏପରି ଜଳ ଘୂର୍ଣ୍ଣିବାତ୍ୟାକୁ ଭୂମିକମ୍ପ ଆସିବାର ସଙ୍କେତ ବୋଲି କହିବାର କୌଣସି ଦୃଢ଼ ବୈଜ୍ଞାନିକ ଆଧାର ନାହିଁ। କାରଣ ଯାହା ହେଉନା କାହିଁକି, ବ୍ରହ୍ମପୁତ୍ର ନଦୀରେ ଏହି ବିରଳ ଦୃଶ୍ୟ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହା ସହ ପଢନ୍ତୁ: ପିଥୋରାଗଡ଼ ପର୍ବତରୁ ଅଦୃଶ୍ୟ ହୋଇଗଲା 'ଓମ୍'; କ'ଣ ହିମାଳୟ ପାଇଁ ମାଡ଼ି ଆସୁଛି କି ବିପର୍ଯ୍ୟୟ?
ଜଳ ସ୍ତମ୍ଭ ବା ଘୂର୍ଣ୍ଣିବାତ୍ୟା କ'ଣ?
ଏକ ଜଳ ସ୍ତମ୍ଭ, ଯାହାକୁ ଘୂର୍ଣ୍ଣିବାତ୍ୟା ମଧ୍ୟ କୁହାଯାଏ, ହେଉଛି ଏକ ପ୍ରାକୃତିକ ଘଟଣା। ସମୁଦ୍ର, ହ୍ରଦ କିମ୍ବା ବଡ଼ ଜଳଭଣ୍ଡାର ଉପରେ ଏହା ଦୃଶ୍ୟମାନ ହେବା ନିମ୍ନ ବାୟୁ ଚାପ ଏବଂ ପ୍ରବଳ ବେଗରେ ବୋହୁଥିବା ପବନ ଯୋଗୁଁ ହୋଇଥିବାର ବିଶ୍ୱାସ କରାଯାଏ। ଏଭଳି ପରିସ୍ଥିତିରେ ଏହା ପାଣିକୁ ଆକାଶ ଆଡକୁ ଉପରକୁ ଟାଣି ନେଉଥିବା ଏକ ସ୍ତମ୍ଭ ଭାବରେ ଦେଖାଯାଏ। ବ୍ରହ୍ମପୁତ୍ର ନଦୀରେ ମଧ୍ୟ ସମାନ ଘଟଣା ଦେଖାଯାଇଛି।
୪ ବର୍ଷ ପୂର୍ବେ ନଜର ଆସିଥିଲା ଜଳ ସ୍ତମ୍ଭ
ରିପୋର୍ଟ ଅନୁସାରେ ଗତ ୨୦୨୨ ମେ ମାସରେ ଆସାମର ବାରପେଟା ଏବଂ ବ୍ରହ୍ମପୁତ୍ର ନଦୀ କୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସମାନ ଜଳ ସ୍ତମ୍ଭ ଦେଖାଯାଇଥିଲା। ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ପୁଣି ଥରେ ଏକ ଜଳ ସ୍ତମ୍ଭ ଦେଖାଯିବା ପୁନର୍ବାର ମୁଖ୍ୟ ଖବର ପାଲଟିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories