Floating Ship in Sky / ଉଡ଼ୁଛି ନା ଭାସୁଛି ଜାହାଜ? ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲା ଏହି ଭାଇରାଲ ଭିଡିଓ

Key Points
କେରଳର ଫଟୋଗ୍ରାଫର ଜାସିଲ ପେରାଲାସେରୀ UAEର ଅଜମାନ ଉପକୂଳରେ ଆକାଶରେ ଝୁଲୁଥିବା ଭଳି ଦେଖାଯାଉଥିବା ଏକ ମାଲବାହୀ ଜାହାଜର ଭିଡିଓ କଏଦ କରିଛନ୍ତି। ମାତ୍ର ୨୦ ଘଣ୍ଟାରେ ଭିଡିଓଟି ୩୧ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏହା କ୍ୟାମେରା ଟ୍ରିକ୍ ନୁହେଁ, ବରଂ ସୁପିରିୟର ମିରାଜ୍ ନାମକ ପ୍ରାକୃତିକ ଦୃଷ୍ଟିଭ୍ରମ।
ଜାହାଜ ଆକାଶରେ ଝୁଲି ରହିଥିବା ଭଳି ଦେଖାଯାଇଛି
ଏହି ଭାଇରାଲ୍ ଭିଡି଼ଓ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସ୍ଥିତ ଅଜମାନ ଉପକୂଳରୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଅଜମାନ୍ ଉପକୂଳରେ ଏକ ବଡ଼ ମାଲବାହୀ ଜାହାଜ ଦେଖାଯାଉଛି। ଯାହାର ଲମ୍ବା ଡେକ୍ ଏବଂ ଧଳା ଉପର ଡେକ୍ ନୀଳ ସମୁଦ୍ର ସାମ୍ନାରେ ସ୍ପଷ୍ଟ ଭାବରେ ନଜର ଆସୁଛି। ଜାହାଜର ନିମ୍ନ ପାର୍ଶ୍ୱରେ ଗାଢ଼ ନୀଳ ରଙ୍ଗର ପାଣିର ଏକ ପଟି ରହିଛି। ଯାହା ଜାହାଜକୁ ସମୁଦ୍ର ପୃଷ୍ଠ ଉପରେ ମଝି ଆକାଶରେ ଝୁଲି ରହିଥିବା ପରି ଦର୍ଶାଉଛି। ଏହି ଅନନ୍ୟ ଦୃଶ୍ୟକୁ ୨୮ ବର୍ଷୀୟ ଜାସିଲ ପେରାଲାସେରୀ କ୍ୟାମେରା ରେ କଏଦ କରିଥିଲେ। ଯିଏ ମୂଳତଃ କେରଳର କୋଝିକୋଡ ଅଞ୍ଚଳର ବାସିନ୍ଦା। ସେ 'ଜସିଲ ଅଜିଜ୍' ନାମରେ ମଧ୍ୟ ଜଣାଶୁଣା।
ଭିଡ଼ିଓ ପାଇଁ ରାତାରାତି ଷ୍ଟାଇ ବନିଗଲେ ଜାସିଲ ପେରାଲାସେରୀ
ଜାସିଲ ପେରାଲାସେରୀ କହିଥିଲେ ଯେ ସେ ଆଜମାନ୍ ଠାରେ ଏକ ସୁଟିଂ ସମାପ୍ତ କରିବା ପରେ ତାଙ୍କ ସହକର୍ମୀଙ୍କ ସହିତ ବେଳାଭୂମି ପରିଦର୍ଶନ କରିଥିଲେ। କିଛି ଅସାଧାରଣ ଘଟଣା ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ସମୁଦ୍ର ଆଡ଼କୁ ଚାହିଁବାରୁ ତାଙ୍କୁ ପାଣି ଉପରେ ଜାହାଜ ଭାସୁଥିବା ଦେଖିଲେ। ହେଲେ ଜାହାଜର ନିମ୍ନ ଭାଗରେ ରହିଥିବା "ହୁଲ୍" (Hull of Ship) ଏବଂ ସମୁଦ୍ର ମଧ୍ୟରେ ଏକ ସ୍ପଷ୍ଟ ସ୍ଥାନ ଦେଖାଯାଉଥିଲା। କୌତୁହଳୀ ହୋଇ, ସେ ତୁରନ୍ତ ତାଙ୍କର ଫୋନ୍ ବାହାର କରି ଏହି ଅନନ୍ୟ ଦୃଶ୍ୟ ରେକର୍ଡ଼ କରିଥିଲେ। ସେ ଆହୁରି କହିଥିଲେ ଯେ ଏହି ଭିଡିଓ ଇଣ୍ଟରନେଟ୍ ରେ ଏତେ ଲୋକପ୍ରିୟ ହେବ ବୋଲି ସେ ଜାଣି ନଥିଲେ। ଯେତେବେଳେ ସେ ଏହି ଅନନ୍ୟ ଦୃଶ୍ୟ ଦେଖିଲେ, ସେ ଏହାକୁ ଅନଲାଇନ୍ ରେ ପୋଷ୍ଟ କରିଥିଲେ। ତାଙ୍କର ଏହି ଭିଡି଼ଓ ୨୦ ଘଣ୍ଟା ମଧ୍ୟରେ ୩୧ ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଛି। ମୁଁ କେବେ କଳ୍ପନା କରି ନଥିଲି ଯେ ଏପରି କିଛି ଘଟିବ।"
📹 केरल के फोटोग्राफर ने UAE में कैमरे में कैद किया हैरान करने वाला नजारा UAE के अजमान बीच पर घूमने गए केरल के Kozhikode के जसील पेरालास्सेरी ने एक ऐसा वीडियो बनाया, जिसे देखकर लोग हैरान रह गए। वीडियो में एक बड़ा मालवाहक जहाज हवा में तैरता नजर आ रहा है। इस वीडियो को सिर्फ 20 घंटे में 3.1 करोड़ बार देखा गया। दरअसल, यह एक ऑप्टिकल इल्यूजन है, जिसे 'सुपीरियर मिराज' कहते हैं। वायुमंडल में तापमान के अंतर के कारण रोशनी मुड़ जाती है और दूर मौजूद चीजें अपनी असली जगह से काफी ऊपर दिखाई देने लगती हैं। (Gulf News)
— RT Hindi (@RT_hindi_) November 28, 2026
ଭାଇରାଲ ଭିଡି଼ଓ ପଛର ସତ୍ୟତା କ'ଣ?
ବର୍ତ୍ତମାନ ଏହି ମାଲବାହୀ ଜାହାଜର ଭିଡି଼ଓ ଭାଇରାଲ ହେବା ପରେ, ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜାହାଜ ତଳେ ଦେଖାଯାଉଥିବା ଫାଟ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି। କେତେକ ଏହି ଭ୍ରମ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସେମାନେ ଏବେ ମଧ୍ୟ ଜାହାଜକୁ ପାଣି ଉପରେ ଭାସୁଥିବାର ଦେଖୁଛନ୍ତି। ହେଲେ ତଥାପି ଏହି ଅନନ୍ୟ ଦୃଶ୍ୟ କୌଣସି ଉଡ଼ନ୍ତା ଜାହାଜ (Flying Ship) ନୁହେଁ କିମ୍ବା କ୍ୟାମେରା ଟ୍ରିକ୍ (Camera Trick) ନୁହେଁ ବରଂ ଏକ ପ୍ରାକୃତିକ ଦୃଷ୍ଟି ଭ୍ରମ (Natural Optical Illusion) ଯାହାକୁ "ଉଚ୍ଚ ମରୀଚିକା" (Superior Mirage) କୁହାଯାଏ। ବାୟୁମଣ୍ଡଳୀୟ ପରିସ୍ଥିତି କାରଣରୁ ଆଲୋକ ବକ୍ର ହୋଇଯାଏ। ଯାହା ଫଳରେ ଦୂରରେ ବିଭିନ୍ନ ବସ୍ତୁ ସ୍ଥିତି ପରିବର୍ତ୍ତନ କରୁଥିବା ଭଳି ମନେହୁଏ। ଏହି କାରଣରୁ ଜାହାଜ ସମୁଦ୍ର ଉପରେ ବାୟୁରେ ଭାସୁଥିବା ପରି ଦେଖାଯାଏ।
ପଢନ୍ତୁ ଏହି ଖବର: ଟିକେଟ୍ କାଉଣ୍ଟରରେ କର୍ମଚାରୀଙ୍କ ମନମାନି… ମୋବାଇଲ୍ ଚଳାଇବା ସହ ଅଧିକ ଟଙ୍କା ମାଗିଥିବା ଅଭିଯୋଗ
📱 Get Argus News App
✨Related Topics
Explore more stories