Videos
|
Viral-stories

Mancherial Truck Auto Accident Telangana / ତେଲେଙ୍ଗାନାରେ ଦେଖିବାକୁ ମିଳିଲା ଚମତ୍କାର; ଟ୍ରକ୍-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ହେଲେ ତଥାପି ବଞ୍ଚିଗଲା ଜୀବନ

Subhramjit Ray
Browse all articles by Subhramjit Ray
·45 mins ago·2 min read
ତେଲେଙ୍ଗାନାରେ ଦେଖିବାକୁ ମିଳିଲା ଚମତ୍କାର; ଟ୍ରକ୍-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, ହେଲେ ତଥାପି ବଞ୍ଚିଗଲା ଜୀବନ
Mancherial Truck Auto Accident Telangana

Key Points

ତେଲେଙ୍ଗାନାରେ ଏକ ଭୟଙ୍କର ଦୁର୍ଘଟଣାରୁ ଜଣେ ବ୍ୟକ୍ତି ଚମତ୍କାର ଭାବରେ ବଞ୍ଚିଗଲେ। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ଜଣେ ବ୍ୟକ୍ତି ଶାନ୍ତ ଭାବରେ ରାସ୍ତା ପାର ହୋଇ ଅନ୍ୟ ପାର୍ଶ୍ୱକୁ ଚାଲିଗଲେ।
ସୋମବାର (୨୮ ସେପ୍ଟମ୍ବର) ତେଲେଙ୍ଗାନାର ମନଚେରିଆଲ୍ ଜିଲ୍ଲାରେ ଦେଖିବାକୁ ମିଳିଛି ରହସ୍ୟଜନକ ଘଟଣା। ଯାହା କୌଣସି ଚମତ୍କାର ଠାରୁ କମ ନୁହେଁ। ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ସୋମବାର ଦିନ ମନଚେରିଆଲ୍ ଜିଲ୍ଲାରେ ଏକ ଅଟୋରିକ୍ସା ଅନ୍ୟ ଏକ ଦ୍ରୁତଗାମୀ ଟ୍ରକ୍ ସହିତ ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ଏହି ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା, ବେଳେ ଅନ୍ୟ ଜଣେ ବ୍ୟକ୍ତି ବିନା କୌଣସି ଆଘାତ ପାଇ ଏହି ଭୟଙ୍କର ଦୁର୍ଘଟଣାରୁ ଚମତ୍କାର ଭାବରେ ବଞ୍ଚି ଯାଇଛନ୍ତି। ଯାହାର ଭିଡ଼ିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଅଟୋ-ଟ୍ରକ୍ ମଧ୍ୟରେ ହୋଇଥିଲା ମୁହାଁମୁହିଁ ଧକ୍କା; ଚାଲିଗଲା ୪ ଜୀବନ
ଅଟୋ-ଟ୍ରକ୍ ମଧ୍ୟରେ ହୋଇଥିବା ମୁହାଁମୁହିଁ ଧକ୍କା ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସୁଛି। ଯାହା ଦର୍ଶାଉଛି ଯେ ଜିଲ୍ଲାର ନାସୁର ଗେଟ୍ ଠାରେ ଟ୍ରାଫିକ୍ ସ୍ୱାଭାବିକ ଭାବରେ ଚାଲୁଥିଲା। ରାସ୍ତାରେ ଗାଡ଼ି ମଟର ନିଜ ନିଜର ଲେନ୍ ମଧ୍ୟରେ ଚଳାଚଳ କରୁଥିଲେ। ସେହି ରାସ୍ତାରେ ଆସୁଥିବା ଏକ ଟ୍ରକ୍ ସାମ୍ନାକୁ ହଠାତ୍ ଅନ୍ୟ ଏକ ଅଟୋରିକ୍ସା ମାଡ଼ି ଆସିଥିଲା। ଆଉ ଦେଖୁ ଦେଖୁ ଟ୍ରକ୍ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅଥାଲେ ସୌନ୍ଦର୍ଯ୍ୟ ଏବଂ ଚିନ୍ତାକୁଣ୍ଟା ଲକ୍ଷ୍ମୀ। ଉଭୟ ମୃତକ ମଣ୍ଡାମାରି ମଣ୍ଡଳର ଗୁଣ୍ଡିପାଲି ଗ୍ରାମର ବାସିନ୍ଦା। 

ଏହା ସହ ପଢନ୍ତୁ: ଦେଖୁ ଦେଖୁ ରାସ୍ତାରୁ ଖସିପଡ଼ିଲା ଟ୍ରକ୍; ଚାଳକ ଆହତ

ଆଶ୍ଚର୍ଯ୍ୟଜନକ ଭାବରେ ବଞ୍ଚିଗଲେ ଜଣେ ବ୍ୟକ୍ତି
ଏହି ଦୁର୍ଘଟଣାର ଭିଡିଓ ଦର୍ଶାଉଛି ଯେ ଏକ ଅଟୋରିକ୍ସା ଦ୍ରୁତ ଗତିରେ ଏକ ଟ୍ରକ୍ ସହିତ ଧକ୍କା ହେଉଛି। ଟ୍ରକ୍ ବିପରୀତ ଲେନ୍‌ ଠାରେ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଦ୍ରୁତ ଗତିରେ ଯାତ୍ରା କରୁଥିଲା। ଆଉ ଠିକ ସେତିକି ବେଳେ ଅଟୋରିକ୍ସା ଅଚାନକ ଆଗକୁ ମାଡ଼ି ଆସିବାରୁ ଧକ୍କା ହୋଇଥିଲା। ଅଟୋରିକ୍ସା ସାମ୍ନାରେ ବସିଥିବା ବ୍ୟକ୍ତି ଜଣକ ୱିଣ୍ଡସିଲ୍ଡ ଭାଙ୍ଗି ଟ୍ରକ୍ ତଳେ ପଡ଼ିଗଲେ। ଚମତ୍କାର ଭାବରେ, ସେହି ବ୍ୟକ୍ତି ଜଣଙ୍କ ବିନା କୌଣସି ଆଘାତ ପାଇ ତଳେ ପଡ଼ିବା ପରେ ଠିଆ ହୋଇଗଲେ। ସେ ତାଙ୍କ ପଛପଟେ ଥିବା ଲୋକଙ୍କୁ ଚାହିଁ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିବାକୁ ଲାଗିଲେ। ରାସ୍ତାରେ ମୃତକ  ମୃତଦେହ ପଡ଼ିଥିଲେ ମଧ୍ୟ ସେ ନିଜ ବଞ୍ଚି ରହିବା ଆଶ୍ଚର୍ଯ୍ୟ ପରି ମନେ ହେଉଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: