Videos
|
Viral-stories

Whirlwind Viral Video Bihar / ବର୍ଷା ବେଳେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ; ଭୂମିରୁ ଆକାଶ ଆଡ଼କୁ ଉଠୁଥିବାର ଦେଖାଗଲା ଘୂର୍ଣ୍ଣିବଳୟ

Subhramjit Ray
Browse all articles by Subhramjit Ray
·58 mins ago·2 min read
ବର୍ଷା ବେଳେ ଦେଖିବାକୁ ମିଳିଲା ବିରଳ ଦୃଶ୍ୟ; ଭୂମିରୁ ଆକାଶ ଆଡ଼କୁ ଉଠୁଥିବାର ଦେଖାଗଲା ଘୂର୍ଣ୍ଣିବଳୟ
Whirlwind Viral Video

Key Points

ବିହାରର ସମସ୍ତିପୁର ଜିଲ୍ଲାରେ ଏକ ଘୂର୍ଣ୍ଣିବାତ୍ୟା ପରି ଘଟଣା ଦେଖିବାକୁ ମିଳିଥିଲା। ଲୋକେ ସେମାନଙ୍କ ଫୋନ୍ ରେ ଏହି ଘଟଣାର ଭିଡି଼ଓ ରେକର୍ଡ କରିଥିଲେ।
ବିଗତ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ବିହାରରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ମଧ୍ୟରେ ଗତ ଶନିବାର (୨୬ ସେପ୍ଟେମ୍ବର) ରାଜ୍ୟର ସମସ୍ତିପୁର ଜିଲ୍ଲାର ମୋହିଉଦ୍ଦୀନନଗର ସହରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରବଳ ପବନ ଯୋଗୁଁ ସହରରେ ଘୂର୍ଣ୍ଣିବଳୟ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି ଘୂର୍ଣ୍ଣିବଳୟ ସାଧାରଣତଃ ଆମେରିକାରେ ଦୃଶ୍ୟମାନ ହୋଇଥଏ। ସେଠାକାର ଲୋକେ କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରିଥିଲେ। ଯାହାର ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଘୂର୍ଣ୍ଣିବଳୟ ଭଳି ଗଠନ ପ୍ରବଳ ପବନ (Strong Winds) ଏବଂ ବର୍ଷାଜଳ ବୁନ୍ଦା (Raindrops) ଦ୍ୱାରା ସୃଷ୍ଟି ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ ଏହାର X-ପୋଷ୍ଟ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି ଯେ ଏହି ପ୍ରକାରର ଜଳୀୟ ଘୂର୍ଣ୍ଣିବଳୟ (Waterspout) ହେଉଛି ଏକ ଦ୍ରୁତ ଗତିରେ ଘୂର୍ଣ୍ଣନ କରୁଥିବା ବାୟୁର ଏକ ସ୍ତମ୍ଭ। ଯାହା ଜଳପୃଷ୍ଠ ଉପରେ ଗଠିତ ହୋଇଥାଏ। ଏହାର ଏକ ଫନେଲ (Funnel) ପରି ଆକୃତି ରହିଥିବାର ମନେହୁଏ। ଏହାର ଉପର ଅଂଶ ଆକାଶରେ ମେଘ ସହିତ ସଂଯୁକ୍ତ ଥିବା ପରି ମନେହୁଏ। ଯାହା ଏକ ବଡ଼ ଜଳଶୟ ରହିଥିବା ପୃଷ୍ଠ ଯେପରିକି ନଦୀ, ହ୍ରଦ କିମ୍ବା ସମୁଦ୍ର ଉପରେ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ।

ଏହା ସହ ପଢନ୍ତୁ:  ଚର୍ଚ୍ଚାରେ ଜଳ ଘୂର୍ଣ୍ଣିବାତ୍ୟାର ବିରଳ ଦୃଶ୍ୟ! ଏହା କ'ଣ କୌଣସି ଏକ ବଡ଼ ବିପର୍ଯ୍ୟୟର ସଙ୍କେତ ନା ଅନ୍ୟ କିଛି?

ପାଣି ଉପରେ କିପରି ସୃଷ୍ଟି ହୋଇଥାଏ ଘୂର୍ଣ୍ଣିବଳୟ?
ଏପରି ଜଳୀୟ ଘୂର୍ଣ୍ଣିବଳୟ ବିଷୟରେ ରହିଥିବା ସାଧାରଣ ବିଶ୍ୱାସ ହେଉଛି ଯେ ଏହା ତଳୁ ପାଣି ଶୋଷି ନେଇ ଏହାକୁ ଆକାଶକୁ ନେଇଯାଏ। ହେଲେ ତଥାପି ବିଶେଷଜ୍ଞଙ୍କ ମତରେ, ଏହା ମଧ୍ୟରେ ଦୃଶ୍ୟମାନ ଅଧିକାଂଶ ପାଣି ପ୍ରକୃତରେ ତଳ ଭାଗରୁ ଉପରକୁ ଟାଣି ହୋଇନଥାଏ। ମେଘ ମଧ୍ୟରେ ଘନୀଭୂତ ପ୍ରକ୍ରିୟା ଦ୍ୱାରା ଗଠିତ ବର୍ଷାଜଳ ବିନ୍ଦୁ ଏହାକୁ ଏହାର ସ୍ୱତନ୍ତ୍ର ଆକାର ଦେଇଥାଏ। 


ଦୁଇ ପ୍ରକାରର ହୋଇଥାଏ ଏପରି ଜଳୀୟ ଘୂର୍ଣ୍ଣିବଳୟ
ଏପରି ଜଳୀୟ ଘୂର୍ଣ୍ଣିବଳୟ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ହେଉଛି ଝଡ଼ ସହ ଜଳୀୟ ଘୂର୍ଣ୍ଣିଝଡ଼। ଯାହା ସ୍ଥଳଭାଗରେ ଘୂର୍ଣ୍ଣିଝଡ଼ ସଦୃଶ ଏବଂ ଏହା ବହୁତ ଶକ୍ତିଶାଳୀ ଏବଂ କ୍ଷତିକାରକ ହୋଇପାରେ। ଦ୍ୱିତୀୟ ହେଉଛି ଏକ ସାଧାରଣ ପାଣିପାଗ ଜଳୀୟ ଘୂର୍ଣ୍ଣିଝଡ଼। ଯାହା ଅପେକ୍ଷାକୃତ କମ୍ ଶକ୍ତିଶାଳୀ। ଏହା ଉପକୂଳ କିମ୍ବା ସ୍ଥଳଭାଗ ସହିତ ସଂସ୍ପର୍ଶରେ ଆସିଲେ ଦୁର୍ବଳ ହୋଇ ଶେଷ ହୋଇଯିବାର ହେବାର ସମ୍ଭାବନା ଅଧିକ ଥାଏ। ମୋହିଉଦ୍ଦୀନନଗର ଠାରେ ଦେଖାଯାଇଥିବା ଏହି ଜଳୀୟ ଘୂର୍ଣ୍ଣିଝଡ଼, ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଏକ ଅସାଧାରଣ ଏବଂ କୌତୁହଳପୂର୍ଣ୍ଣ ପ୍ରାକୃତିକ ଘଟଣା ଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: