Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଙ୍ଗା ସହ ନେଉଥିଲେ ପଙ୍ଗା; ନଦୀ ଭିତରୁ ଶୁଭିଲା 'ବଞ୍ଚାଅ ବଞ୍ଚାଅ'

Viral stories

Thar Viral News / ଗଙ୍ଗା ସହ ନେଉଥିଲେ ପଙ୍ଗା; ନଦୀ ଭିତରୁ ଶୁଭିଲା 'ବଞ୍ଚାଅ ବଞ୍ଚାଅ'

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗଙ୍ଗା ସହ ନେଉଥିଲେ ପଙ୍ଗା; ନଦୀ ଭିତରୁ ଶୁଭିଲା 'ବଞ୍ଚାଅ ବଞ୍ଚାଅ'
Thar Viral News

Key Points

ଯୁବକଙ୍କୁ ମହଙ୍ଗା ପଡ଼ିଲା ଷ୍ଟଣ୍ଟ୍ ନିଶା
ହଠାତ ବଢିଲା ପାଣି, ଫସିଗଲା ଥାର୍
ନଦୀର ସ୍ରୋତ ଆଗରେ ଥରହର ଦାମି ଥାର୍
ଡେରାଡୁନ: ନଦୀରେ ଭାସିଗଲା ଥାର । ମହଙ୍ଗା ପଡ଼ିଲା ଗଙ୍ଗା ସହ ପଙ୍ଗା । ବନ୍ୟା ପାଣିର ପ୍ରଖର ସ୍ରୋତରେ ଫେଲ୍ ମାରିଲା ଦାମି ଗାଡ଼ିର ଦାମି ଇଞ୍ଜିନ । ଆଉ ଫସର ଫାଟିଲା ନଦୀ ଭିତରେ ଷ୍ଟଣ୍ଟ କରି ରିଲ୍ସ କରିବାର ନିଶା । ଉତ୍ତରାଖଣ୍ଡ ହରିଦ୍ୱାରରେ ଥିବା ବୈରାଗୀ କ୍ୟାମ୍ପ ନିରକଟରେ ଦୁଇଜଣ ଯୁବକ ଏଭଳି ବାହାଦୁରୀ ଦେଖାଇ ପାଣି ଭିତରେ ଫସିଥିବା ବେଳେ ଜୀବନ ବିକଳରେ ଲୋକଙ୍କ ସାହାଯ୍ୟ ଲୋଡ଼ିଥିଲେ ଆଉ ଶେଷରେ କ୍ରେନ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଛି ।

  • ହଠାତ୍ ମାଡ଼ି ଆସିଥିଲା ପାଣି
ସୂଚନା ଅନୁସାରେ, ୟୁପି ନମ୍ୱର ଥିବା ଏହି ଗାଡ଼ିରେ ୨ ଜଣ ଯୁବକ ଥିବା ବେଳେ ଏମାନେ ନଦୀରେ ଥାର ଚଲାଇବାକୁ ଯୋଜନା କରିଥିଲେ । ରିଲ୍ସ କରି ଭ୍ୟୁ ନେବାକୁ ଷ୍ଟଣ୍ଟ ମାରିବା ସହ ଥାର ଇଞ୍ଜିନର କ୍ଷମତା ମାପିବାକୁ ବି ନଦୀ କୂଳରେ ଗାଡ଼ି ଚଲାଉଥିଲେ । ହେଲେ ଉତ୍ତରାଖଣ୍ଡର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ହଠାତ୍ ମାଡ଼ି ଆସିଥିଲା ପାଣି । ଚାହୁଁଚାହୁଁ ବନ୍ୟାଜଳରେ ଫୁଲିଗଲା ନଦୀ । ଆଉ ଫସିଗଲା ଥାର । ପାଣିପଶି ଦାମି ଗାଡ଼ିର ଇଞ୍ଜିନ୍ କାମ କଲାନି । ଯାହା ଫଳରେ ପାଣିରେ ଫସି ଥାର ସହ ଭାସିବାକୁ ଲାଗିଲେ ୨ ଯୁବକ ।

  • ନଦୀ ଭିତରୁ ଶୁଭିଲା 'ବଞ୍ଚାଅ ବଞ୍ଚାଅ'
ରିଲ୍ସ ନିଶା ଏବଂ ଷ୍ଟଣ୍ଟ ପାଇଁ ବାହାଦୁରୀ କେତେ ଯେ ବିପଦ ସାଜିପାରେ ତାହା ସଙ୍ଗେସଙ୍ଗେ ହିଁ ଜାଣିପାରିଲେ ଯୁବକ ଦୁଇଜଣ । ଆଉ ନଦୀ ଭିତରୁ ବଞ୍ଚାଅ ବଞ୍ଚାଅ କହି ଚିଲେଇବା ପରେ ସ୍ଥାନୀୟ ଲୋକେ ସେମାନଙ୍କ ପାଟିଶୁଣି ନଦୀ କୂଳରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର ଉଦ୍ୟମ ସମ୍ଭବ ନହେବାରୁ ଶେଷରେ କ୍ରେନ୍ ସାହାଯ୍ୟରେ ଦଉଡି ଲଗାଇ ଥାରରୁ କୂଳକୁ ଅଣାଯିବା ସହ ଦୁହିଁଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ଥାରକୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଭବିଷ୍ୟତରେ ଏପରି ନକରିବାକୁ ଚେତାବନୀ ଦେଇଛି ।

ପଢନ୍ତୁ ଏହି ଖବର: ବିଦେଶରୁ ଫେରି ଝିଅ ଖୋଲିଲା ସୁନା ଅଳଙ୍କାର ବାକ୍ସ; ମା' ଆଖିରେ ଲୁହ..

  • ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା
ସେପଟେ ଉତ୍ତରାଖଣ୍ଡ-ହିମାଚଳପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ପରି ଭୟଙ୍କର ସ୍ଥିତି ଉପୁଜିଛି । ପାହାଡି ଇଲାକାରେ ମାଟି ଓ ପାହାଡ ଧରି ପାଖାପାଖି 300ରୁ ଅଧିକ ରାସ୍ତା ବନ୍ଦ ହୋଇଛି । 146ରୁ ଅଧିକ ଟ୍ରାନ୍ସଫରମର ନଷ୍ଟ ହେବା କାରଣରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଉତ୍ତରାଖଣ୍ଡ-ହିମାଚଳପ୍ରଦେଶକୁ ଦୋହଲାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored