Gift Tax Rules / ବିବାହରେ ମିଳିଲା ୧୦ ଲକ୍ଷ ଭର୍ତ୍ତି ଲିଫାଫା; ଉଡ଼ିଲା ହୋସ୍, ଘରେ ପଶିବ କି ଆୟକର ବିଭାଗ ?
·1 hour ago·2 min read

Key Points
ବାହାଘରରେ ସମ୍ପର୍କୀୟ ଦେଲେ ୧୦ଲକ୍ଷର ଲିଫାଫା
ସରକାରୀ ବାବୁଙ୍କ ଉଡ଼ିଲା ହୋସ୍
କହିଲେ- "ଘରେ ନ ପଶୁ ଇନକମ୍ ଟ୍ୟାକ୍ସ ବିଭାଗ"
ସରକାରୀ ବାବୁଙ୍କ ଉଡ଼ିଲା ହୋସ୍
କହିଲେ- "ଘରେ ନ ପଶୁ ଇନକମ୍ ଟ୍ୟାକ୍ସ ବିଭାଗ"
ନୂଆଦିଲ୍ଲୀ: ବିବାହରେ ବରକନ୍ୟାଙ୍କୁ ଆଶୀର୍ବାଦ କରିବା ପାଇଁ ଅତିଥିମାନେ ପହଞ୍ଚନ୍ତି । ପରମ୍ପରା ସ୍ଵରୂପ ସେମାନେ ଏହି ଖୁସିର ମୁହୂର୍ତ୍ତରେ ନବବିବାହିତ ଦମ୍ପତିଙ୍କୁ ଉପହାର ଆକାରରେ ଅନେକ ଆକର୍ଷଣୀୟ ଜିନିଷ ଦିଅନ୍ତି । କେହି ଅତିଥି ଟଙ୍କା ମଧ୍ୟ ପ୍ରଦାନ କରନ୍ତି । ଏମିତି ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଅତିଥିମାନେ ଦେଇଥିବା ଏକ ଲିଫାଫାରୁ ବାହାରିଛି ୧୦ ଲକ୍ଷ ଟଙ୍କା । ପ୍ରଥମେ ଲିଫାଫାରେ ଏତେ ପରିମାଣର ଟଙ୍କା ଦେଖି ବରପକ୍ଷର ହୋସ୍ ଉଡ଼ିଛି । ଏହାପରେ ଚିନ୍ତାରେ ପଡ଼ିଯାଇଛନ୍ତି ବିବାହ କରିଥିବା ଯୁବକ ।
ଏହି ଖବରଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପୂଜା ନାମକ ଜଣେ ଏକ୍ସ ୟୁଜରଙ୍କ ଆକାଉଣ୍ଟରୁ ଏହି ଖବର ଆସିଛି । ପୂଜାଙ୍କ ଭାଇ ସରକାରୀ ଚାକିରି କରନ୍ତି । ନିକଟରେ ତାଙ୍କର ବିବାହ ହୋଇଥିଲା । ବିବାହ ଭୋଜିରେ ପ୍ରାୟ ୧୧୦ଜଣ ଅତିଥି ସାମିଲ ହୋଇଥିଲେ । କେହି ୫୦୦ ଟଙ୍କା ଦେଇଥିଲେ କିଏ ୨୦୦୦ । କିଛି କିଛି ଅତିଥି ୨୫,୦୦୦ରୁ ୫୦,୦୦୦ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଜଣେ ଅତିଥିଙ୍କ ଲିଫାଫାରୁ ୧୦ ଲକ୍ଷ ଟଙ୍କା ଦେଖି ପରିବାର ଲୋକଙ୍କ ହୋସ୍ ଉଡ଼ିଥିଲା ।
ପଢନ୍ତୁ ଏହି ଖବର: ଗାନ୍ଧୀ ଜୟନ୍ତୀଠୁ ଦଶହରା... ଅକ୍ଟୋବରରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
କିନ୍ତୁ ଏଠାରେ ଧ୍ୟାନ ଦେବା କଥା ହେଉଛି ଯେ ଆୟକର ଅଧିନିୟମର ଧାରା 269ST ଅନୁଯାୟୀ, କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଗୋଟିଏ ଦିନରେ ଗୋଟିଏ ନେଣଦେଣରେ ୨ ଲକ୍ଷ ବା ତଦୁର୍ଦ୍ଧ ନଗଦ ଟଙ୍କା ନେଇପାରିବେ ନାହିଁ । ଧରାପଡ଼ିଲେ ଟଙ୍କା ନେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଜୋରିମାନା ରାଶି ୧୦୦ ପ୍ରତିଶତ ମଧ୍ୟ ହୋଇପାରେ । ତେବେ କଳାଧନ ରୋକିବାକୁ ଏହି ନିୟମ ରହିଛି । ମାତ୍ର ଟଙ୍କା ପ୍ରାପ୍ତ କରିଥିବା ବ୍ୟକ୍ତି ଜଣକ ଯଦି ଇନକମ୍ ଟ୍ୟାକ୍ସ ବିଭାଗକୁ ସନ୍ତୋଷଜନକ ଉତ୍ତର ଦେବେ, ତେବେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥାଏ ।

My cousin, who works in a government job, received ₹10 lakh in CASH as wedding gifts,
— Pooja (@poojaofficial5) September 28, 2026
but now he is worried about how the Income Tax Department will look at it.
Around 110 people gave cash gifts at his wedding.
Some gave ₹500, some ₹2,000,
while a few gave as much as…
- ଯୁବକଙ୍କୁ ଦେବାକୁ ପଡ଼ିବ କି ଟ୍ୟାକ୍ସ ?
ପଢନ୍ତୁ ଏହି ଖବର: ଗାନ୍ଧୀ ଜୟନ୍ତୀଠୁ ଦଶହରା... ଅକ୍ଟୋବରରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
କିନ୍ତୁ ଏଠାରେ ଧ୍ୟାନ ଦେବା କଥା ହେଉଛି ଯେ ଆୟକର ଅଧିନିୟମର ଧାରା 269ST ଅନୁଯାୟୀ, କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଗୋଟିଏ ଦିନରେ ଗୋଟିଏ ନେଣଦେଣରେ ୨ ଲକ୍ଷ ବା ତଦୁର୍ଦ୍ଧ ନଗଦ ଟଙ୍କା ନେଇପାରିବେ ନାହିଁ । ଧରାପଡ଼ିଲେ ଟଙ୍କା ନେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଜୋରିମାନା ରାଶି ୧୦୦ ପ୍ରତିଶତ ମଧ୍ୟ ହୋଇପାରେ । ତେବେ କଳାଧନ ରୋକିବାକୁ ଏହି ନିୟମ ରହିଛି । ମାତ୍ର ଟଙ୍କା ପ୍ରାପ୍ତ କରିଥିବା ବ୍ୟକ୍ତି ଜଣକ ଯଦି ଇନକମ୍ ଟ୍ୟାକ୍ସ ବିଭାଗକୁ ସନ୍ତୋଷଜନକ ଉତ୍ତର ଦେବେ, ତେବେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥାଏ ।
- ନିୟମକୁ ନେଇ ଓକିଲଙ୍କ ମତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories