Videos
|
Viral stories

Period Blood in Fridge / ଗର୍ଲଫ୍ରେଣ୍ଡର ପିରିୟଡ ବ୍ଲଡକୁ -80°Cରେ ରଖୁଛନ୍ତି ଏହି କୋଟିପତି ପ୍ରେମିକ; କହିଦେଲେ କାରଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗର୍ଲଫ୍ରେଣ୍ଡର ପିରିୟଡ ବ୍ଲଡକୁ -80°Cରେ ରଖୁଛନ୍ତି ଏହି କୋଟିପତି ପ୍ରେମିକ; କହିଦେଲେ କାରଣ
Period Blood in Fridge

Key Points

କୋଟିପତି ପ୍ରେମିକଙ୍କ ଅଜବ କାମ
-80°Cରେ ରଖୁଛନ୍ତି ବାନ୍ଧବୀର ପିରିୟଡ ବ୍ଲଡ
ଶେଷରେ କହିଦେଲେ ଏହା ପଛର କାରଣ
ୱାଶିଂଟନ: କେହି ପ୍ରେମିକ ନିଜ ପ୍ରେମିକାର ପିରିୟଡ ବ୍ଲଡ୍‌କୁ ଫ୍ରିଜରରେ ରଖିପାରେ କି ? ଏହି ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ବାସ୍ତବରେ ଏପରି କିଛି ଘଟଣା ଘଟିଛି । ପ୍ରସିଦ୍ଧ ଆମେରିକୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟମୀ, ନିବେଶକ ଏବଂ ଆଣ୍ଟି-ଏଜିଂ ବା ବୟସ ବୃଦ୍ଧି ରୋକିବା ଉପରେ ଗବେଷଣା କରୁଥିବା କୋଟିପତି ବ୍ୟକ୍ତି ବ୍ରାୟନ ଜନସନ୍ ଏପରି କରୁଥିବା ଖୁଲାସା କରିଛନ୍ତି । ସେ ନିଜ ଗର୍ଲଫ୍ରେଣ୍ଡ କେଟ୍ ଟୋଲୋଙ୍କ ପିରିୟଡ୍ ବ୍ଲଡକୁ -୮୦ ଡିଗ୍ରୀ ସେଲସିୟସ ଫ୍ରିଜରରେ ସୁରକ୍ଷିତ ରଖୁଛନ୍ତି । ବ୍ରାୟନଙ୍କ ଏହି ଖୁଲାସା ପରେ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି ।

ବ୍ରାୟନ ଜନସନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ସେ ପ୍ରାୟ ୧୦ ମିଲିମିଟର ପିରିୟଡ୍ ବ୍ଲଡ୍‌ର ନମୁନା ସଂଗ୍ରହ କରି ରଖିଛନ୍ତି । ଏହି ଖବରଟି ପଢିବାବେଳେ ଏହା ଅଜବ ଲାଗିପାରେ । ମାତ୍ର ତାଙ୍କ କହିବା କଥା ହେଉଛି ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସ୍ଵାସ୍ଥ୍ୟ ସହିତ ଜଡ଼ିତ ଗବେଷଣାକୁ ଆହୁରି ଭଲ ଭାବେ ବୁଝିପାରିବା ।

  • କଣ ପାଇଁ ରଖିଛନ୍ତି ପିରିୟଡ୍ ବ୍ଲଡ୍ ?
ବ୍ରାୟନ ଜନସନଙ୍କ କହିବାନୁସାରେ, ଋତୁସ୍ରାବର ରକ୍ତ କେବଳ ରକ୍ତ ହୋଇନଥାଏ, ଏଥିରେ ଗର୍ଭାଶୟ (Uterus) ସହ ଜଡ଼ିତ କୋଷ, ଇମ୍ୟୁନ ସେଲ୍ ଓ ଷ୍ଟେମ୍ ସେଲ୍ ଭଳି ମହିଳାଙ୍କ ଶରୀରର ଗୁରୁତ୍ଵପୂର୍ଣ୍ଣ ଉପାଦାନ ରହିଥାଏ । ତାଙ୍କ କହିବା କଥା ହେଉଛି ଯେ ଗର୍ଭାଶୟର ସ୍ଵାସ୍ଥ୍ୟ ସମ୍ପର୍କରେ ଏଥିରୁ ଏପରି କିଛି ସୂଚନା ମିଳିଥାଏ, ଯାହା ସାଧାରଣ ରକ୍ତ ପରୀକ୍ଷାରୁ ଜଣାପଡ଼ିନଥାଏ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍‍, PFAS କେମିକାଲ୍ସ ଓ ହରମୋନ ସିଷ୍ଟମକୁ ପ୍ରଭାବିତ କରିପାରୁଥିବା କିଛି ରାସାୟନିକ ଉପାଦନା ମଧ୍ୟ ରହିଥାଏ, ଯାହାକି ଗବେଷଣା ପାଇଁ ଅତି ଜରୁରୀ । ସେ କହିଛନ୍ତି ଯେ ଭବିଷ୍ୟତରେ ମହିଳାଙ୍କ ସ୍ଵାସ୍ଥ୍ୟ ଉପରେ ହେଉଥିବା ଗବେଷଣା ଉପରେ ଏହାକୁ ବ୍ୟବହାର କରାଯାଇପାରିବ ।

  • ସୋସିଆଲ ମିଡିଆରେ ଚର୍ଚ୍ଚା
ବ୍ରାୟନ ଜନସନ୍‌ଙ୍କ ଏହି ଖୁଲାସା ପରେ ଇଣ୍ଟରନେଟ୍‌ରେ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି । କିଛି ଲୋକ ଏହାକୁ ମହିଳାଙ୍କ ସ୍ଵାସ୍ଥ୍ୟ ଉପରେ ହେଉଥିବା ଗବେଷଣା ପାଇଁ ଲାଭଦାୟକ ବୋଲି କହିଛନ୍ତି, ଅନ୍ୟପଟେ କିଛି ୟୁଜର ଏହାକୁ ଅଜୀବ ଘଟଣା ବୋଲି ମଧ୍ୟ କହିଛନ୍ତି । ସେପଟେ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ତାଙ୍କର ବ୍ୟକ୍ତିଗତ ଗବେଷଣାକୁ ଲୋକେ କୌଣସି ଚିକିତ୍ସା ପରାମର୍ଶ ଭାବେ ଗ୍ରହଣ କରିବା ଅନୁଚିତ ।

ପଢନ୍ତୁ ଏହି ଖବର: ଟ୍ରେନ୍‌ରେ ଯାଉଥିଲେ, କିଛି ସେକେଣ୍ଡରେ ଲାଗିଲା ବିଦ୍ୟୁତ ଝଟକା..ଛାନିଆ ଯାତ୍ରୀ

  • ବ୍ରାୟନ ଜନସନ୍ କିଏ ?
ବ୍ରାୟନ ଜନସନ୍‌ ହେଉଛନ୍ତି ଆମେରିକାର ଜଣେ ଟେକ୍ ବ୍ୟବସାୟୀ ଯିଏକି ଅନଲାଇନ ପେମେଣ୍ଟ କମ୍ପାନୀ ବ୍ରେନଟ୍ରିର ପ୍ରତିଷ୍ଠାତା । ୨୦୧୩ ମସିହାରେ ପେପଲ୍ ଏହି କମ୍ପାନୀକୁ ୮୦୦ ମିଲିଅନ ଡଲାରରେ ଅଧିଗ୍ରହଣ କରିଥିଲା, ସେବେଠୁ ବ୍ରାୟନଙ୍କ ପୂରା ଧ୍ୟାନ ବୟସ ରୋକିବା ଗବେଷଣା ଉପରେ ରହିଛି । ତାଙ୍କର ଏହି ଗବେଷଣା ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ରହିଛି । ଏହି ଗବେଷଣା ଲାଗି ସେ କେବଳ ପ୍ଲାଣ୍ଟ-ଆଧାରିତ ଡାଏଟ୍‍ ଠିକ୍ ସମୟରେ ଶୋଇବା, ନିୟମିତ ବ୍ୟାୟାମ, ଏକାଧିକ ମେଡିକାଲ ଟେଷ୍ଟ ଜରିଆରେ ବୟସ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ଅନେକ ଏପରି ଗବେଷଣା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: