Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଶ୍ଚର୍ଯ୍ୟ ! ୫ଦିନ ଧରି କଷ୍ଟ ସହିଲେ, ଜନ୍ମ କଲେ ୪ ଶିଶୁ

Viral stories

Childbirth Miracle / ଆଶ୍ଚର୍ଯ୍ୟ ! ୫ଦିନ ଧରି କଷ୍ଟ ସହିଲେ, ଜନ୍ମ କଲେ ୪ ଶିଶୁ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଶ୍ଚର୍ଯ୍ୟ ! ୫ଦିନ ଧରି କଷ୍ଟ ସହିଲେ, ଜନ୍ମ କଲେ ୪ ଶିଶୁ
Childbirth Miracle

Key Points

ଦୀର୍ଘ ୫ଦିନ ଧରି ପ୍ରସବ ଯନ୍ତ୍ରଣା
ଏକାବେଳେ ୪ ଶିଶୁଙ୍କୁ ଜନ୍ମଦେଲେ ମହିଳା
ଏହି ଡେଲିଭରି ଥିଲା 'ହାଇ-ରିସ୍କ'
ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ଏକାବେଳେ ୪ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏହି ଡେଲିଭରି ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ମହିଳା ଜଣକ ଦୀର୍ଘ ୫ ଦିନ ପ୍ରସବ ଯନ୍ତ୍ରଣା ସହିଥିଲେ । ପ୍ରଥମ ଦିନରେ ଗୋଟିଏ ଛୁଆ ଜନ୍ମ ହୋଇଥିଲା । ଏହାପରେ ପଞ୍ଚମ ଦିନ ଏକାବେଳେ ଗୋଟିଏ ପରେ ଗୋଟିଏ ୩ଟି ଶିଶୁ ଜନ୍ମ ନେଇଥିଲେ ।

ରିପୋର୍ଟ ଅନୁସାରେ, ମା' ସୁସ୍ଥ ଅଛନ୍ତି, କିନ୍ତୁ ପିଲାମାନେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ସେପଟେ ନବଜାତ ଶିଶୁମାନେ ଭଲ ଅଛନ୍ତି ବୋଲି ଜଣାପଡ଼ିଛି । ମହିଳା ଜଣକ ସମ୍ଭଲ ଜିଲ୍ଲାର ଏବଂ ଦୁଇ ବର୍ଷ ପୂର୍ବରୁ ବିବାହ କରିଥିଲେ । ସେ ଗର୍ଭରେ କିପରି ୪ ଶିଶୁଙ୍କୁ ଧାରଣ କରିଥିଲେ ଓ ଡାକ୍ତରମାନେ ଏହି ହାଇ-ରିସ୍କ ଡେଲିଭରି କିପରି କଲେ ତାକୁ ନେଇ ଚର୍ଚ୍ଚା ହେଉଛି ।

  • ପୂରା ଘଟଣା କ’ଣ ?
ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଆସମୋଲିରେ ରହୁଥିବା ଦୋକାନ ମାଲିକ ମହମ୍ମଦ ଆଲିମଙ୍କ ପତ୍ନୀ ୩୧ ବର୍ଷୀୟା ଅମିନା ମୁରାଦାବାଦର ଟିଏମୟୁ ହସ୍ପିଟାଲରେ ୪ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏଥିରେ ଦୁଇଟି ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । ଅମିନାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛି, ଯେତେବେଳେ କି ସମସ୍ତ ଚାରି ନବଜାତ ଶିଶୁଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି । ମା' ଏବଂ ସମସ୍ତ ୪ ନବଜାତ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କ କଡ଼ା ତଦାରଖରେ ଅଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ୍ରମାଗତ ଉନ୍ନତି ହେଉଛି ।



  • ଡାକ୍ତର କଣ କହିଲେ ?
ଅମିନାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳର ମୁଖ୍ୟ ଡାକ୍ତର ଶୁଭ୍ରା ଅଗ୍ରୱାଲଙ୍କ ଅନୁଯାୟୀ, "ପ୍ରାରମ୍ଭରୁ ଏହି ହସ୍ପିଟାଲରେ ଅମିନାଙ୍କ ଚିକିତ୍ସା କରାଯାଉଥିଲା । କିଛି ଦିନର ପରୀକ୍ଷା ପରେ ଜଣାପଡିଲା ଯେ ଅମିନା ୪ଟି ସନ୍ତାନକୁ ଜନ୍ମ ଦେଉଛନ୍ତି, ଯାହା ଏକ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣ । ତେଣୁ, ଡାକ୍ତରଙ୍କ ଟିମ କିଛି ଭ୍ରୁଣ ନଷ୍ଟ କରିବା ପାଇଁ ପରାମର୍ଶ ଦେଇଥିଲେ । ତଥାପି ଅମିନା ଏବଂ ତାଙ୍କ ପରିବାର ସମସ୍ତ ୪ ସନ୍ତାନଙ୍କୁ ଗର୍ଭଧାରଣ କରିବାକୁ ଜିଦ୍ ଧରିଥିଲେ ।"

ପଢନ୍ତୁ ଏହି ଖବର: ଟଏଲେଟରେ ଡେଲିଭରି; କୁଆଁ କୁଆଁ ରାବ ପୂର୍ବରୁ କାଟିଲା ବେକ, ଶିଶୁକୁ ମାରିଲା ଫ୍ଲସ୍

ମେ ୮ ତାରିଖରେ ଅମିନାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେ ୯ ତାରିଖରେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା, ଯାହାକି ଏକ ଶିଶୁପୁତ୍ର ଥିଲା । ତା'ପରେ ମେ ୧୪ ତାରିଖରେ ତିନି ଶିଶୁ- ଦୁଇଟି ଝିଅ ଏବଂ ଗୋଟିଏ ପୁଅକୁ ଜନ୍ମ ଦେଇଥିଲେ ଅମିନା । ସମସ୍ତ ଚାରି ପିଲା ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି, କିନ୍ତୁ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଡାକ୍ତର କହିଛନ୍ତି । ଅମିନା ମଧ୍ୟ ସୁସ୍ଥ ଅଛନ୍ତି ଏବଂ ଖୁସି ଅଛନ୍ତି । ଅମିନା ଏବଂ ତାଙ୍କ ପରିବାର ସେମାନଙ୍କର ଚାରି ପିଲାଙ୍କୁ ନେଇ ବହୁତ ଖୁସି ଥିବା ଡାକ୍ତର କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman Gives Birth to Four Children in Just Five Days, Doctors Stunned by Rare Normal Delivery | Argus News