Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Viral stories

Viral Story / କାର ଜଗତର ବାଦଶାହ ରୋଲ୍ସ-ରଏସରେ ବିକିଲେ ରୟାଲ୍ ଚା'; ଦିନକୁ ରୋଜଗାର ଏତିକି

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·3 min read
କାର ଜଗତର ବାଦଶାହ ରୋଲ୍ସ-ରଏସରେ ବିକିଲେ ରୟାଲ୍ ଚା'; ଦିନକୁ ରୋଜଗାର ଏତିକି
Rolls Royce Chai

Key Points

ରୋଜଗାର କରିବା ଓ ଗ୍ରାହକଙ୍କୁ ଆକୃଷ୍ଟ କରିବାର ନୂଆ ପନ୍ଥା
ଦାମି କାର ରୋଲ୍ସ-ରଏସରେ ବିକିଲେ ରୟାଲ ଚା'
ରୋଲ୍ସ ରଏସରେ ରୟାଲ ଚା' । ଦେଖୁ ଦେଖୁ କାର ଆଗରେ ରୁଣ୍ଡ ହୋଇଗଲେ ଗ୍ରାହକ । ଦାମି କାରରେ ଚା' ବିକ୍ରି କରିବା ସମସ୍ତଙ୍କୁ ବିସ୍ମିତ କଲା । ରାଜକୀୟ ଢଙ୍ଗରେ ଚା' ପରଷୁଥିଲେ ଯୁବ ଦୋକାନୀ । ବ୍ୟବସାୟର ଏ ନୂଆ ଉପାୟ ସମସ୍ତଙ୍କୁ ପସନ୍ଦ ଆସିଥିଲା । ସବୁଠୁ ଖାସ କଥା ହେଉଛି ଯୁବ ଦୋକାନୀ ଜଣକ ୧ ଲକ୍ଷ ଟଙ୍କାରେ ଏହି ରୋଲ୍ସ-ରଏସ୍ କାରକୁ ଭଡ଼ାରେ ନେଇ ଚା' ବିକ୍ରି କରୁଥିଲେ । ଆଉ ପୁରା ସେଟଅପ୍‌କୁ "ରୟାଲ୍ ଚା’ ବୋଲି ନାମ ଦେଇଥିଲେ ।

ଚା’ ନୁହେଁ, କିନ୍ତୁ ଏହାକୁ ପରିବେଷଣ କରିବାର ଉପାୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । ଲଗଜରୀ କାର ଭଡ଼ା ନେବାଠାରୁ ଆରମ୍ଭ କରି ଗ୍ରାହକଙ୍କୁ ଚା’ ବିକ୍ରୟ କରିବା ପର୍ଯ୍ୟନ୍ତ, ଇନଷ୍ଟାଗ୍ରାମ ଭିଡିଓରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନିଜେ ବଖାଣିଛନ୍ତି ଯୁବ ଦୋକାନୀ । ସେ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, "ଆସନ୍ତୁ ଦେଖିବା ରୋଲ୍ସ-ରଏସ୍‌ରେ ଚା’ ବିକ୍ରୟ କରି କେତେ ଟଙ୍କା ରୋଜଗାର କରାଯାଇପାରିବ ।"

  • ଦାମି କାରରେ ଚା' ବିକ୍ରି
ପ୍ରଥମେ ସେ ବିଳାସପୂର୍ଣ୍ଣ କାର ଭଡା ଦେଉଥିବା ସ୍ଥାନକୁ ଯାଇ ଗାଡ଼ିଟି ଭଡା ନେଇଥିଲେ । ଏହାପରେ, ସେ ଜଣେ ଚା'-ଷ୍ଟଲ୍ ମାଲିକଙ୍କ ସହ ଏହି ଧାରଣା ବାଣ୍ଟିଥିଲେ ଏବଂ ଚା' ଦୋକାନୀକୁ କେଉଁ ପ୍ରକାରର ଚା' ତିଆରି କରିବା ସେ ସମ୍ପର୍କରେ କହିଥିଲେ। ତା’ପରେ ସେମାନେ ପ୍ରସ୍ତୁତି ଆରମ୍ଭ କଲେ, ଯେପରିକି ଏକ ବୋର୍ଡ ଛପାଇବା, ଗ୍ରାହକମାନଙ୍କ ପାଇଁ ଏକ ଲାଲ କାର୍ପେଟ୍ ବିଛାଇବା ଏବଂ ଚା' ସହିତ ପରିବେଷଣ କରିବା ପାଇଁ କୁକିଜ୍ ଏବଂ ବିସ୍କୁଟ୍ ବ୍ୟବସ୍ଥା କରିବା ।

ପଢନ୍ତୁ ଏହି ଖବର: ଏହି ଛୋଟ ବ୍ୟବସାୟ ଆପଣଙ୍କୁ କରିଦେବ ଧନୀ; EV ଚାର୍ଜିଂ ଷ୍ଟେସନରେ ଲୁଚିଛି ବଡ଼ ସୁଯୋଗ

ଯୁବ ଦୋକାନୀ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରୟାଲ୍ ଚା' ବିକ୍ରି କରିବା ଲାଗି ପୂରା ସେଟଅପ୍ ,କିହା ପରେ ଗ୍ରାହକମାନେ ଜିଜ୍ଞାସୁ ଏବଂ ଆଗ୍ରହୀ ହୋଇ ତାଙ୍କ ନିକଟକୁ ଆସିଥିଲେ । ପରିବାର ସମେତ ଅନେକ ଲୋକ ଏହି ଅଭିଜ୍ଞତା ପାଇଁ ଆସିଥିଲେ । ଏହି ଦାମି କାରରେ ବସି ଲୋକେ ଚା' ପିଇଥିଲେ । କେହି ଗ୍ରାହକ ଏହାକୁ ନିଜ ଜୀବନର ସର୍ବୋତ୍କୃଷ୍ଟ ସନ୍ଧ୍ୟା ବୋଲି ମଧ୍ୟ କହିଥିଲେ ।

  • କେତେ ରୋଜଗାର କଲେ ଯୁବକ ?
ରୟାଲ୍ ଚା' ବିକ୍ରି କରିବା ଲାଗି ଯୁବ ଦୋକାନୀ ଜଣକ ୧,୦୮,୦୦୦ ଟଙ୍କା ଖର୍ଚ୍ଚ କରିଥିବାବେଳେ ୮୮,୪୦୦ ଟଙ୍କା ରୋଜଗାର କରିଛନ୍ତି । ଏହା ନିଶ୍ଚିତ ଭାବରେ ଯୁବ ଦୋକାନୀଙ୍କ ପାଇଁ କ୍ଷତି, କିନ୍ତୁ ସେ ଏହି ବ୍ୟବସାୟ ମାଧ୍ୟମରେ ଅନେକ ଲୋକଙ୍କୁ ଖୁସି କରିପାରିଥିବା କହିଛନ୍ତି । ତେବେ ଏହା ମାତ୍ର ଏକ ଆରମ୍ଭ, ଆଗକୁ ସେ ବହୁତ କିଛି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।



  • ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା
ଏହି ଭିଡିଓଟି ୧୫ ମିଲିୟନରୁ ଅଧିକ ଭ୍ୟୁ ଏବଂ ୧୦ ଲକ୍ଷରୁ ଅଧିକ ଲାଇକ୍ ସହିତ ବହୁଳ ଲୋକପ୍ରିୟତା ହାସଲ କରିଛି। ହଜାର ହଜାର ୟୁଜର୍ ଏଥିରେ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ କମେଣ୍ଟରେ ଲେଖିଛନ୍ତି, "ତୁମକୁ ଦେଖି ବହୁତ ଖୁସି ହେଲି....ତୁମେ ଅନ୍ୟ ଲୋକଙ୍କ ଜୀବନରେ ଖୁସି ସୃଷ୍ଟି କରୁଛ ଭାଇ ।" ସେହିପରି ଆଉ ଜଣେ ୟୁଜର କିଛି ପରାମର୍ଶ ସେୟାର କରି ଲେଖିଛନ୍ତି, "ବନ୍ଧୁ !!! ଏହା ବାଙ୍ଗାଲୋରରେ କର । ତୁମେ ବହୁତ ଟଙ୍କା ରୋଜଗାର କରିପାରିବ । ଲୋକମାନେ ବିଳାସପୂର୍ଣ୍ଣ ଅଭିଜ୍ଞତା ପାଇଁ ଏଠାରେ ଟଙ୍କା ଦିଅନ୍ତି । ଆଉ ଜଣେ ୟୁଜର ପ୍ରଶଂସା କରି ଲେଖିଛନ୍ତି, "ଭାଇ ତୁମେ ଏକ ଭିନ୍ନ ବ୍ୟବସାୟ କରୁଛ । ବହୁତ ଭଲ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Young Entrepreneur Sells Royal Chai from a Rolls-Royce, Redefining Street Luxury | Argus News