|
logo
Live
Argus News App
GET APP

Argus News - ଗଜପତି ସ୍ଥିତିକୁ ନେଇ ଗମ୍ଭୀର ହେଲେ ମୁଖ୍ୟମନ୍ତ୍ରୀ, ରିଲିଫ୍‌କୁ ତ୍ଵରାନ୍ଵିତ କରିବାକୁ ଦେଲେ ନିର୍ଦ୍ଦେଶ

Weather & Calamities

CM Rain Review / ଗଜପତି ସ୍ଥିତିକୁ ନେଇ ଗମ୍ଭୀର ହେଲେ ମୁଖ୍ୟମନ୍ତ୍ରୀ, ରିଲିଫ୍‌କୁ ତ୍ଵରାନ୍ଵିତ କରିବାକୁ ଦେଲେ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଗଜପତି ସ୍ଥିତିକୁ ନେଇ ଗମ୍ଭୀର ହେଲେ ମୁଖ୍ୟମନ୍ତ୍ରୀ, ରିଲିଫ୍‌କୁ ତ୍ଵରାନ୍ଵିତ କରିବାକୁ ଦେଲେ ନିର୍ଦ୍ଦେଶ

Key Points

କେଉଁଠି ପାହାଡ଼ ଧସିଛି ତ ଆଉ କେଉଁଠି ପୋଲ ଭାସି ଯାଇଛି । ଦଶହରାରେ ପ୍ରବଳ ବର୍ଷା ସମଗ୍ର ଜିଲ୍ଲାକୁ ଏକ ପ୍ରକାର ବିଚ୍ଛିନ୍ନ କରି ଦେଇଛି । ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ଧୋଇ ଯାଇଛି ରାସ୍ତା । ଜିଲ୍ଲାର ଏକାଧିକ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ଯାହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ଵର: ଅବପାତ ବର୍ଷାରେ ଅଣନିଶ୍ଵାସୀ ଗଜପତି ଜିଲ୍ଲା । କେଉଁଠି ପାହାଡ଼ ଧସିଛି ତ ଆଉ କେଉଁଠି ପୋଲ ଭାସି ଯାଇଛି । ଦଶହରାରେ ପ୍ରବଳ ବର୍ଷା ସମଗ୍ର ଜିଲ୍ଲାକୁ ଏକ ପ୍ରକାର ବିଚ୍ଛିନ୍ନ କରି ଦେଇଛି । ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ଧୋଇ ଯାଇଛି ରାସ୍ତା । ଜିଲ୍ଲାର ଏକାଧିକ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । ଯାହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗଜପତି ଜିଲ୍ଲାରେ ଲଗାଣ ବର୍ଷାକୁ ଦେଖି ତୁରନ୍ତ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଜପତି ଜିଲ୍ଲା ପରିସ୍ଥିତି ଉପରେ ନଜର ରଖିବା ସହିତ ସ୍ଥିତି ପରଖିଛନ୍ତି । ସହାୟତା କାର୍ଯ୍ୟକୁ ତ୍ଵରାନ୍ଵିତ କରିବା ପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାକୁ ପଠାଇଛନ୍ତି ।


ଏଥିସହ ପଢ଼ନ୍ତୁ: ମହେନ୍ଦ୍ରଗିରି ବୁଲିବାକୁ ଯାଇ ଫସିଲେ ୩୦ରୁ ଅଧିକ ପର୍ଯ୍ୟଟକ, ଉଦ୍ଧାର ପାଇଁ ଉଦ୍ୟମ ଜାରି


ଲଗାଣ ବର୍ଷାରେ ଗଜପତି ଜିଲ୍ଲାକୁ ଅଣନିଶ୍ଵାସୀ କରି ଦେଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ, ଗଜପତି ଜିଲ୍ଲାପାଳଙ୍କ ସହିତ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନା ଯୋଗ୍ୟ, ଜିଲ୍ଲାର ଅନେକ ସ୍ଥାନରେ ପାହାଡ଼ରୁ ମାଟି ଧସି ଯାତାୟାତ ବାଧାପ୍ରାପ୍ତ ହୋଇଛି । ମହେନ୍ଦ୍ରଗିରି ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଧସି ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇ ପଡ଼ିଛି । ଫଳରେ ମହେନ୍ଦ୍ରଗିରିରେ ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ ।


ଏଥିସହ ପଢ଼ନ୍ତୁ: ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ, ଦକ୍ଷିଣରୁ ନେଇ ଉତ୍ତର ଓଡ଼ିଶାରେ ରାତି ସାରା ବର୍ଷିବ


ସେପଟେ ସେପଟେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପେକଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ଚାଷଜମିକୁ ଯାଇଥିଲେ । ଆଉ ଜମିରୁ ଘରକୁ ଫେରିବା ସମୟରେ ବର୍ଷା ହେଉଥିବା ବେଳେ ଗଛ ତଳେ ସାହାରା ନେଇଥିଲେ । ସେହି ସମୟରେ ଭୂସ୍ଖଳନ ହୋଇଥିଲା ।


ଗଜପତି ଜିଲ୍ଲା ମୋହନା ବ୍ଲକ କଟାମା ପଞ୍ଚାୟତ ଅନ୍ତର୍ଗତ ପାପାଇଜୁ ଗାଁ ନିକଟ ଘାଟିରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ପାହାଡ଼ରୁ ମାଟି ଅତଡ଼ା ଧସିଛି । ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି । ରା.ଉଦୟଗିରି ବ୍ଳକ ଛେଲାଗଡ଼ ଓ ଡାବରାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲ ଲଗାଣ ବର୍ଷାରେ ଧୋଇ ଯାଇଛି ।

Related Topics

Explore more stories

Sponsored
CM Rain Review: ଗଜପତି ସ୍ଥିତିକୁ ନେଇ ଗମ୍ଭୀର ହେଲେ ମୁଖ୍ୟମନ୍ତ୍ରୀ, ରିଲିଫ୍‌କୁ ତ୍ଵରାନ୍ଵିତ କରିବାକୁ ଦେଲେ ନିର୍ଦ୍ଦେଶ | Argus News