|
logo
Live
Argus News App
GET APP

Argus News - ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ; ୭ ଦିନ ଯାଏଁ ଶୁଖିଲା ରହିବ ପାଗ

Weather & Calamities

Cold Alert / ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ; ୭ ଦିନ ଯାଏଁ ଶୁଖିଲା ରହିବ ପାଗ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ; ୭ ଦିନ ଯାଏଁ ଶୁଖିଲା ରହିବ ପାଗ

Key Points

ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ।
ଭୁବନେଶ୍ଵର: ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାକୁ ନାହିଁ ବର୍ଷା ବିପଦ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଅନୁସାରେ, ଆଗାମୀ ୭ ଦିନ ଅର୍ଥାତ୍ ଡିସେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଓଡ଼ିଶା ଉପରେ କୌଣସି ସିଧାସଳଖ ପ୍ରଭାବ ନାହିଁ କି ବଡ଼ ବର୍ଷାର ଆଶଙ୍କା ବି ନାହିଁ ।

ଏଥିସହ ପଢ଼ନ୍ତୁ: ଯୋଡ଼ା ଅବପାତ ଓଡ଼ିଶାକୁ କରିବ କି ପ୍ରଭାବିତ ? ୨ରୁ ୩ ଡିଗ୍ରୀ ଖସିବ ପାରଦ

କାଁ ଭାଁ ବର୍ଷା ସହ ଆକାଶ ମେଘାଛନ୍ନ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସର୍ବନିମ୍ନ ରାତି ତାପମାତ୍ରା ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପରବର୍ତ୍ତୀ ୫ ଦିନରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ନେଇ ଆକଳନ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ଦେଖାଯିବା ନେଇ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।


ଏବେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଦୁଇ ଦୁଇଟି ପାଣିପାଗ ସିଷ୍ଟମ । କୋମୋରିନ୍‌ ଅଞ୍ଚଳ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ।

ଏବେ ଏହା ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଶ୍ରୀଲଙ୍କା ସହ ବିଷୁବରେଖା ନିକଟସ୍ଥ ଭାରତମହାସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟାରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ତୀବ୍ର ହୋଇ ଗୋଟିଏ ଅବପାତର ରୂପ ନେବା ସମ୍ଭାବନା ରହିଛି ।

ଏଥିସହ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଗୁଳି କରି ପଳାଉଥିଲେ; ୨ ହତ୍ୟାକାରୀଙ୍କୁ ଧରି ମାରିଦେଲେ ଗ୍ରାମବାସୀ

ସେପଟେ ମାଲାକ୍କା ସମୁଦ୍ର ସନ୍ଧିରେ ଅବପାତରେ ପରିଣତ ହୋଇଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ଏବେ ଅବପାତଟି ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବ । ତେବେ ଉଭୟ ପାଣିପାଗ ସିଷ୍ଟମର କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Alert: ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ; ୭ ଦିନ ଯାଏଁ ଶୁଖିଲା ରହିବ ପାଗ | Argus News