Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଥରକ ହଜିଯିବ ଜାଡ଼ ! ସ୍ଵାଭାବିକ ଠାରୁ ଅଧିକ ରହିବ ରାତି ତାପମାତ୍ରା, ଡିସେମ୍ବରରେ ବି ବର୍ଷା ଆକଳନ

Weather-calamities

Weather Alert / ଏଥରକ ହଜିଯିବ ଜାଡ଼ ! ସ୍ଵାଭାବିକ ଠାରୁ ଅଧିକ ରହିବ ରାତି ତାପମାତ୍ରା, ଡିସେମ୍ବରରେ ବି ବର୍ଷା ଆକଳନ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଏଥରକ ହଜିଯିବ ଜାଡ଼ ! ସ୍ଵାଭାବିକ ଠାରୁ ଅଧିକ ରହିବ ରାତି ତାପମାତ୍ରା, ଡିସେମ୍ବରରେ ବି ବର୍ଷା ଆକଳନ

Key Points

କାର୍ତ୍ତିକ ଆରମ୍ଭ ହୋଇଥିଲେ ବି ଥଣ୍ଡା ପଡ଼ୁନି । ସେପଟେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିସା ସହ ଦେଶରୁ ଅପସାରଣ ହୋଇଥିଲେ ବି ପାଦ ବଦଳୁନି ।

ଭୁବନେଶ୍ଵର: ବଦଳୁଛି ପାଣିପାଗ । କାର୍ତ୍ତିକ ଆରମ୍ଭ ହୋଇଥିଲେ ବି ଥଣ୍ଡା ପଡ଼ୁନି । ସେପଟେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିସା ସହ ଦେଶରୁ ଅପସାରଣ ହୋଇଥିଲେ ବି ପାଦ ବଦଳୁନି । ଏହାରି ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି । 'ଲା ନୀନା' ପ୍ରଭାବରେ ଅସ୍ଵାଭାବିକ ହୋଇପଡ଼଼ିଛି ଜଳ ବାୟୁ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଚଳିତବର୍ଷ ରାଜ୍ୟରେ ଶୀତ କମ୍ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଉପରେ ରହିବ ରାତି ତାପମାତ୍ରା । ଏଥିସହ ଚଳିତ ମୌସୁମୀ ପରବର୍ତ୍ତୀ ଋତୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଏଭଳି ଆକଳନ ଲୋକଙ୍କୁ ବି ଚିନ୍ତାରେ ପକାଇଛି ।


ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଦୀପାବଳିରେ ଛେଚିବ ବର୍ଷା


ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି ବିଦାୟ ନେଇଛି । ସମଗ୍ର ଭାରତରୁ ଅପସାରଣ ହୋଇଛି ଦକ୍ଷିଣପଶ୍ଚିମ ମୌସୁମୀ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପରେ ମୌସୁମୀ ସାରା ଦେଶରୁ ଅପସରି ଯାଇଛି । ଆଗାମୀ ୬ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ନଥିବା ବେଳେ ବର୍ତ୍ତମାନ ଶୀତ ଅନୁଭୂତ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ୧୧୫୦.୨ ମିମି ତୁଳନାରେ ୧୧୫୦.୯ ମିମି ବର୍ଷା ରେକର୍ଡ ହୋଇଛି । କୋରାପୁଟରେ ସର୍ବାଧିକ ୧୫୮୬.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ହୋଇଛି । ରାଜ୍ୟର ୬ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା ଏବଂ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଅବଶିଷ୍ଟ ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ଏବେ କେମିତି ରହିବ ଆଗକୁ ପାଗ…


ମୌସୁମୀ ଅଗ୍ରସର ପରଠାରୁ ଏଯାବତ୍ ରାଜ୍ୟକୁ ପ୍ରଭାବିତ କରିବା ଭଳି ବଙ୍ଗୋପସାଗରରେ ୧୫ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏଥିସହ ଚଳିତ ମୌସୁମୀ ପରବର୍ତ୍ତୀ ଋତୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ୨୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଯାହାକି ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ଯାହା ପରବର୍ତ୍ତୀ ସମୟରେ ପଶ୍ଚିମଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି ।

ଚଳିତ ବର୍ଷ ମୌସୁମୀ ମେ ୨୪ ତାରିଖରେ କେରଳରେ ପହଞ୍ଚିଥିଲା । ୨୦୦୯ ପରଠାରୁ ଚଳିତବର୍ଷ ଖୁବଶୀଘ୍ର ପ୍ରବେଶ କରିଥିଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏହା ଜୁଲାଇ ୮ ଆକଳନ ତାରିଖର ୯ ଦିନ ପୂର୍ବରୁ ସମଗ୍ର ଦେଶକୁ ଆଚ୍ଛାଦିତ କରିଥିଲା । ସାଧାରଣତଃ ଜୁନ୍ ୧ ସୁଦ୍ଧା କେରଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରେ ଏବଂ ଜୁଲାଇ ୮ ସୁଦ୍ଧା ସମଗ୍ର ଦେଶକୁ ଆଚ୍ଛାଦିତ କରେ । ସେହିପରି ସେପ୍ଟେମ୍ବର ୧୭ ସୁଦ୍ଧା ଉତ୍ତର-ପଶ୍ଚିମ ଭାରତରୁ ପ୍ରତ୍ୟାହାର ଆରମ୍ଭ ହୁଏ ଏବଂ ଅକ୍ଟୋବର ୧୫ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଥାଏ ।

Related Topics

Explore more stories

Sponsored
Odisha Weather Update: Warm Nights, More Rain Ahead | Argus News | Argus News