Cyclone Possibility / ୨୩ରେ ସୃଷ୍ଟି ହୋଇପାରେ ଲଘୁଚାପ, ବଙ୍ଗୋପସାଗରରେ ହଲଚଲ ପରେ ବଢ଼ୁଛି ବାତ୍ୟା ଛନକା
·38 mins ago·2 min read

Key Points
ଅକ୍ଟୋବର ୨୩ରେ ଲଘୁଚାପ !
ଓଡ଼ିଶା ଉପକୂଳକୁ ନେଇ ବଢ଼ିଲା ଚିନ୍ତା
ବାତ୍ୟା ନେଇ ଭିନ୍ନ ଭିନ୍ନ ଆକଳନ
ଓଡ଼ିଶା ଉପକୂଳକୁ ନେଇ ବଢ଼ିଲା ଚିନ୍ତା
ବାତ୍ୟା ନେଇ ଭିନ୍ନ ଭିନ୍ନ ଆକଳନ
ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ବଢ଼ୁଛି ଚର୍ଚ୍ଚା । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଅକ୍ଟୋବର ୨୩ ବେଳକୁ ଅର୍ଥାତ ଆସନ୍ତାକାଲି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ ପାଣିପାଗ ବିଭାଗ (IMD) ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବାତ୍ୟାରେ ପରିଣତ ହେବ ବୋଲି ନିଶ୍ଚିତ ପୂର୍ବାନୁମାନ କରିନାହିଁ । ବିଭିନ୍ନ ପାଣିପାଗ ମଡେଲ୍ କିନ୍ତୁ ଭିନ୍ନ ଭିନ୍ନ ସମ୍ଭାବନା ଦେଖାଉଛନ୍ତି । ଆମେରିକାର GFS ମଡେଲ୍ ଅକ୍ଟୋବର ୨୪ ବେଳକୁ ବାତ୍ୟା ସ୍ତରରେ ପହଞ୍ଚିବାର ସଙ୍କେତ ଦେଉଥିବାବେଳେ ୟୁରୋପୀୟ ECMWF ମଡେଲ୍ ୨୬ରୁ ୨୭ ଅକ୍ଟୋବର ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଦର୍ଶାଉଛି ।
ସେହିପରି IMD-GFS ମଡେଲ୍ ୨୮ ଅକ୍ଟୋବର ବେଳକୁ ବାତ୍ୟା ସ୍ତରର ସମ୍ଭାବନା ଦେଖାଉଛି । ଗତିପଥକୁ ନେଇ ମଧ୍ୟ ମଡେଲ୍ ଗୁଡ଼ିକ ମଧ୍ୟରେ ମତଭେଦ ରହିଛି । ଅଧିକାଂଶ ମଡେଲ୍ରେ ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ମିଳୁଛି । ହେଲେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ସ୍ପର୍ଶ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ।
କିନ୍ତୁ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଓଡ଼ିଶା ପାଇଁ ବର୍ତ୍ତମାନ କୌଣସି ବିପଦ ନାହିଁ ଏବଂ ସେଥିପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । କିନ୍ତୁ ଅକ୍ଟୋବର ୨୬ ଓ ୨୭ ତାରିଖ ବେଳକୁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ଝଡ଼ତୋଫାନ ବହିବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି ସମ୍ଭାବ୍ୟ ବାତ୍ୟା ନେଇ ଆଗାମୀ ୨୫ ତାରିଖ ପରେ ଅଧିକ ସ୍ପଷ୍ଟ ହୋଇପାରିବ । ବାତ୍ୟା ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଛି କି ନାହିଁ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତା'ର ଗତି ଓ ପ୍ରକୃତିକୁ ଦେଖି କହିହେବ ।

ଅଧିକ ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ନା ଦକ୍ଷିଣ ଓଡ଼ିଶା, କୁଆଡେ ମୁହାଁଇବ ସମ୍ଭାବ୍ୟ ବାତ୍ୟା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories