Bhubaneswar Air Pollution / ଶୀତ ସହ ବଢ଼ିଲା ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ...୧୬୪କୁ ବଢ଼ିଲା AQI
·Updated on: 28 Nov 2026, 19:27:05 IST·2 min read

Key Points
ଭୁବନେଶ୍ୱରରେ ବଢ଼ିଲା AQI
ଗତକାଲି ୧୫୨ ଥିବା ବେଳେ ଆଜି ୧୬୪କୁ ବୃଦ୍ଧି
ଶୀତ ବଢ଼ିଲେ ବାୟୁ ଗୁଣବତ୍ତା ଆହୁରି ବିଗିଡ଼ିବା ଆଶଙ୍କା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା ବାୟୁ ପ୍ରଦୂଷଣ। ଚିନ୍ତା ବଢ଼ାଇଛି AQI। ଅନ୍ୟପଟେ ଆଗାମୀ ଦିନରେ ରାଜ୍ୟରେ ଆହୁରି ବଢ଼ିବ ଶୀତ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ତେଣୁ ଶୀତ ସହ ବାୟୁ ପ୍ରଦୂଷଣ ଏବେ ରାଜଧାନୀବାସୀଙ୍କ ପାଇଁ ଦୁଇଗୁଣା ଚିନ୍ତା ବଢ଼ାଇଛି ।
ଶୀତ ବଢ଼ିବା ସହ ରାଜଧାନୀରେ ବଢ଼ୁଛି ବାୟୁ ପ୍ରଦୂଷଣ । ଦିନକୁ ଦିନ ଖରାପ ହେଉଛି ଭୁବନେଶ୍ୱରର ବାୟୁର ଗୁଣବତ୍ତା । ତଥ୍ୟ ଅନୁସାରେ ଗତକାଲି AQI ୧୫୨ ରହିଥିବା ବେଳେ ଆଜି ଏହା ୧୬୪କୁ ବୃଦ୍ଧି ପାଇଛି, ଯାହା ମଧ୍ୟମ ପ୍ରଦୂଷଣ ଶ୍ରେଣୀରେ ଆସୁଛି । ଶୀତ ଦିନେ ଥଣ୍ଡା ପବନ ଓ କୁହୁଡ଼ି ଯୋଗୁଁ ଧୂଳିକଣା ଏବଂ ଧୂଆଁ ଉପରକୁ ଉଠିପାରୁନାହିଁ । ଫଳରେ ଏହା ବାୟୁମଣ୍ଡଳର ନିମ୍ନ ସ୍ତରରେ ଜମା ହୋଇ ରହୁଛି । ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହୁଛି । ଏହାଦ୍ୱାରା ଫୁସଫୁସ୍ ଜନିତ ରୋଗୀ ଓ ଆଜ୍ମା ରୋଗୀଙ୍କ ସମସ୍ୟା ବଢ଼ିବା ଆଶଙ୍କା ରହିଛି ।
ଏପଟେ ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଆସନ୍ତାକାଲିଠାରୁ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେମିଳିଗୁଡ଼ାରେ ୭.୧, ଜି. ଉଦୟଗିରିରେ ୭.୬, ଦାରିଙ୍ଗବାଡ଼ିରେ ୧୦, ଫୁଲବାଣୀରେ ୧୧ ଏବଂ ଭବାନୀପାଟଣାରେ ୧୨ ଡିଗ୍ରୀ ରହିଛି ପାରଦ ।
ସେହିପରି ଭୁବନେଶ୍ୱରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାତି ତାପମାତ୍ରା ୧୫ ଡିଗ୍ରୀକୁ ଖସିଛି । ଅନ୍ୟପଟେ ରାଉରକେଲାରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ୫୦ ମିଟରକୁ ହ୍ରାସ ପାଇଥିଲା । ଆଗାମୀ ୭ ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ହେବା ଆଶଙ୍କା ରହିଛି ।

ପଢନ୍ତୁ ଏହି ଖବର: ଶୀତ ବଢ଼ିବା ସହ ବଢ଼ୁଛି ବାୟୁ ପ୍ରଦୂଷଣ, ଭୁବନେଶ୍ୱରରେ AQI ୧୫୨
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୀତର ପ୍ରକୋପ ସହ ବାୟୁ ପ୍ରଦୂଷଣର ବୃଦ୍ଧି ଏବେ ରାଜଧାନୀ ପାଇଁ ଚିନ୍ତାର କାରଣ ପାଲଟିଛି । ଆଗକୁ ତାପମାତ୍ରା ଆହୁରି କମିବାକୁ ଥିବାରୁ ବାୟୁର ଗୁଣବତ୍ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
Related Topics
Explore more stories