Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି, ସକାଳ ୮:୩୦ ସୁଦ୍ଧା ୩୩° ତାପମାତ୍ରା, ଅନୁଭୂତି ୪୭° ଡିଗ୍ରୀ

Weather-calamities

Bhubaneswar Weather Update / ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି, ସକାଳ ୮:୩୦ ସୁଦ୍ଧା ୩୩° ତାପମାତ୍ରା, ଅନୁଭୂତି ୪୭° ଡିଗ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି, ସକାଳ ୮:୩୦ ସୁଦ୍ଧା ୩୩° ତାପମାତ୍ରା, ଅନୁଭୂତି ୪୭° ଡିଗ୍ରୀ
Heat wave

Key Points

ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି
ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ
ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ୪୭ ଡିଗ୍ରୀ ତାପମାତ୍ରା ଥିବା ପରି ଅନୁଭବ
ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି । ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୭୭ ପ୍ରତିଶତ ରହିଛି । ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ୪୭ ଡିଗ୍ରୀ ତାପମାତ୍ରା ଥିବା ପରି ଅନୁଭବ ହେଉଛି ।


ସେପଟେ ଆଜି ସକାଳ ୫ଟା ୩୦ରେ ଭୁବନେଶ୍ବରର ତାପମାତ୍ରା ୩୦.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆର୍ଦ୍ରତା ୮୭ ପ୍ରତିଶତ ରେକର୍ଡ ହୋଇଥିଲା । ସେ ସମୟରେ ରାଜଧାନୀରେ ତାତି ୪୩ ଡିଗ୍ରୀ ଥିବା ପରି ଅନୁଭୂତ ହୋଇଥିଲା ।

ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁଯାୟୀ, କେନ୍ଦ୍ରୀୟ ଭାରତ ଉପରେ ଥିବା ଟ୍ରଫଲାଇନ ଯୋଗୁ ବଙ୍ଗୋପସାଗର ପବନ ରାଜ୍ୟକୁ ଆସିପାରୁନି । ତେଣୁ ଜଳୀୟବାଷ୍ପ କମ୍ ରହୁଛି। ଏଥିଯୋଗୁ ତାତି ଅଚାନକ ବଢ଼ିଯାଇଛି । ଆସନ୍ତା ୨/୩ ଦିନ ଭିତରେ ଟ୍ରପଲାଇନର ପ୍ରଭାବ କମିଯିବ । ତଥାପି ରାଜ୍ୟରେ ଗରମ ପ୍ରକୋପ ୧୧ ତାରିଖ ପର୍ଯ୍ୟନ୍ତ ରହିପାରେ ।

ଅଧିକ ପଢ଼ନ୍ତୁ: ତାତିରୁ ମିଳୁନି ତ୍ରାହି, ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ଗରମ ଓ ଗୁଳିଗୁଳି


କାଳବୈଶାଖୀ ବର୍ଷା ୧୧ରୁ ବଢ଼ିପାରେ । ୧୩-୧୪ ତାରିଖ ବେଳକୁ ରାଜ୍ୟରେ ଅଳ୍ପ ବର୍ଷା ସମ୍ଭାବନା ଅଛି । ଏଥର ସମ୍ଭବତଃ ଅଳ୍ପ ବର୍ଷାକୁ ନେଇ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ । ଏ ନେଇ ଆଉ କିଛିଦିନ ପରେ ଚିତ୍ର ସ୍ପଷ୍ଟ ହେବ ।

ମୌସୁମୀ ସ୍ଥିତି ?

ସେପଟେ ପାଣିପାଗ ବିଭାଗ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକ, ତାମିଲନାଡୁ ସମେତ ଆରବ ସାଗର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ।


ଆଗକୁ କେନ୍ଦ୍ରୀୟ ଆରବ ସାଗର, ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁର ଅନ୍ୟ ଅଞ୍ଚଳ ସହ ବଙ୍ଗୋପସାଗରର ଅନ୍ୟ ପାର୍ଶ୍ଵକୁ ମୌସୁମୀ ଅଗ୍ରସର ହେବା ଲାଗି ପାଗ ଅନୁକୂଳ ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଉତ୍ତରପୂର୍ବ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Feels Like 47°C as Humidity Hits 77% | Argus News