Videos
|
Weather-calamities

Odisha School Holiday / ଓଡ଼ିଶାରେ ବାତ୍ୟା ଭୟ, ଏହି ଜିଲ୍ଲାରେ ଦୁଇ ଦିନ ସ୍କୁଲ୍ ଛୁଟି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଓଡ଼ିଶାରେ ବାତ୍ୟା ଭୟ, ଏହି ଜିଲ୍ଲାରେ ଦୁଇ ଦିନ ସ୍କୁଲ୍ ଛୁଟି
Odisha School Holiday

Key Points

ବାତ୍ୟା ‘ଅର୍ଣ୍ଣବ’ ପାଇଁ ପୁରୀ ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ
୨୭ ଓ ୨୮ ଅକ୍ଟୋବରକୁ ଛୁଟି ଘୋଷଣା
କେଉଁ କେଉଁ ଶ୍ରେଣୀ ରହିବ ବନ୍ଦ?
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ ପାଇଁ ଛୁଟି ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨୭ ଓ ୨୮ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ୍‌ରେ ପାଠପଢ଼ା ବନ୍ଦ ରହିବ ।

ଏହି ନିର୍ଦ୍ଦେଶ ଅନୁଯାୟୀ, ପୁରୀ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟରେ ‘ଶିଶୁ ବାଟିକା’ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ପାଠପଢ଼ା ସ୍ଥଗିତ ରହିବ । ବାତ୍ୟାଜନିତ ସମ୍ଭାବ୍ୟ ପ୍ରତିକୂଳ ପାଗ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
କେବଳ ପୁରୀ ନୁହେଁ ୨୭ ଓ ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ତଥା ଅଙ୍ଗନବାଡ଼ି କେନ୍ଦ୍ର ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି ।

ତେବେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀ ନିୟମିତ ଭାବେ ସ୍କୁଲ୍‌କୁ ଆସି ନିଜ ଦାୟିତ୍ୱ ତୁଲାଇବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି । ତେବେ ଏହା ପୂର୍ବରୁ ୫ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, କାଲି ସକାଳେ କରିବ ଲ୍ୟାଣ୍ଡଫଲ୍‌ ! ୧୪୦ କିମି ବେଗରେ ବହିବ ପବନ

ସେପଟେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ଅର୍ଣ୍ଣବ’ । ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଏହି ବାତ୍ୟା । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣରେ ପ୍ରାୟ ୩୮୦ କିଲୋମିଟର ଦୂରରେ ଥିବା ବେଳେ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାପରେ ଗତିପଥରେ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା ସହ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଆଡ଼କୁ ଅଗ୍ରସର ହେବ ।

ଆସନ୍ତାକାଲି ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ । ଏହାସହ ପବନର ଝଟକା ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ।