Cyclone Montha / ମାଡ଼ି ଆସୁଛି 'ମୋନ୍ଥା', ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ
·10 months ago·2 min read

Key Points
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାତ୍ୟା ସମୀକ୍ଷା
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ
ବିଭାଗୀୟ ଅଧିକାରୀଙ୍କ ସହ ଭିସିରେ ଜିଲ୍ଲାପାଳମାନେ ଉପସ୍ଥିତ

ମାଡ଼ି ଆସୁଛି ବାତ୍ୟା `ମୋନ୍ଥା' । ଧୀରେ ଧୀରେ ଆନ୍ଧ୍ର ଉପକୂଳମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା । ପଶ୍ଚିମ ଦିଗକୁ ଗତି କରି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ସେପଟେ ସମ୍ଭାବ୍ୟ ବାତ୍ୟକୁ ନେଇ ବଡ଼ ବୈଠକ । ରାଜୀବ ଭବନରେ ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭିସି ଜରିଆରେ ଉପସ୍ଥିତ ରହିଛନ୍ତି ।
ଅନ୍ୟପଟେ ଯଦି ଦେଖିବା ସମ୍ଭାବ୍ୟ ବାତ୍ୟା ଏବେ ଗୋପାଳପୁରଠୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦ କିମି ଏବଂ ଆନ୍ଧ୍ରପ୍ରଦେଶ କାକିନାଡାରୁ ୧୦୦୦ କିମି ଓ ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ ୯୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ପ୍ରାୟ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ୨୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ସେହିପରି ୨୭ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି । ୨୮ରେ ଏହା ସିଭିୟର ସାଇକ୍ଲୋନରେ ପରିଣତ ହେବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ଉପରେ ଅଧିକ ପ୍ରଭାବ ପଡ଼ିପାରେ । ମାଲକାନଗିରି ଓ କୋରାପୁଟରେ ଭୀଷଣ ବର୍ଷା ହେବା ସମ୍ଭାବନା ରହିଛି ।
ଏଥିସହ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଖୋର୍ଦ୍ଧାରେ ବାତ୍ୟାର ପ୍ରଭାବ ପଡ଼ିପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୬ରୁ ୨୯ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’: କିଏ ଦେଇଛି ନାଁ, ଏହାର ଅର୍ଥ କ’ଣ ?
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ଉପରେ ଅଧିକ ପ୍ରଭାବ ପଡ଼ିପାରେ । ମାଲକାନଗିରି ଓ କୋରାପୁଟରେ ଭୀଷଣ ବର୍ଷା ହେବା ସମ୍ଭାବନା ରହିଛି ।
ଏଥିସହ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଖୋର୍ଦ୍ଧାରେ ବାତ୍ୟାର ପ୍ରଭାବ ପଡ଼ିପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୬ରୁ ୨୯ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରେ ରଖି ଚାଷୀମାନଙ୍କ ପାଇଁ ଆଡ ଜାରି ହୋଇଛି ଆଡଭାଇଜରି । ଧାନ ଫସଲ ୮୫ ପ୍ରତିଶତରୁ ଅଧକ ହୋଇ ଯାଇଥିଲେ ଅମଳ କରି ନିଅନ୍ତୁ । ବର୍ଷା ସମୟରେ ଫସଲରେ ପେଷ୍ଟିସାଇଡ୍ ଏବଂ ଫର୍ଟିଲାଇଜର ସିଞ୍ଚନ କରିବାରୁ ୪ ଦିନ ପର୍ଯ୍ୟନ୍ତ ବିରତ ରୁହନ୍ତୁ । ସେହିଭଳି ନବରଙ୍ଗପୁର ଓ କୋରାପୁଟର ବର୍ଷା ସମ୍ଭାବନା ରହିଥିବାରୁ ବିଲରୁ ପାଣି ନିଷ୍କାସନ ଲାଗି ପଦକ୍ଷେପ ନେବାକୁ କୁହାଯାଇଛି । ବର୍ଷା ପରେ ତତ୍କ୍ଷଣାତ ଧାନ ଅମଳ କରନ୍ତୁ ନାହିଁ । ଧାନ ଫସଲ ଟିକେ ଟାଣ ହେବା ପରେ ଅମଳ କରନ୍ତୁ । ଅମଳ ଧାନକୁ ସୂର୍ଯ୍ୟକିରଣରେ ରଖି ଫଙ୍ଗାଲ ସଂକ୍ରମଣରୁ ରକ୍ଷା ପାଇ ପାରିବେ ।
Related Topics
Explore more stories