Heavy Rain Alert / ବଙ୍ଗୋପସାଗରରେ ନୂଆ ସାଇକ୍ଲୋନିକ ସିଷ୍ଟମ୍ ସକ୍ରିୟ; ଉପକୂଳରୁ ଆଭ୍ୟନ୍ତରୀଣ ପ୍ରବଳ ବର୍ଷିବ
·2 months ago·3 min read

Key Points
ବଙ୍ଗୋପସାଗରରେ ନୂଆ ସାଇକ୍ଲୋନିକ ସିଷ୍ଟମ୍ ସକ୍ରିୟ
ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହେବ
ପ୍ରବଳ ବର୍ଷାରେ ଭିଜିବ ଉପକୂଳରୁ ଆଭ୍ୟନ୍ତରୀଣ
ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହେବ
ପ୍ରବଳ ବର୍ଷାରେ ଭିଜିବ ଉପକୂଳରୁ ଆଭ୍ୟନ୍ତରୀଣ
ଜୁନ୍ ମାସରେ ଓଡ଼ିଶାରେ ସ୍ୱାଭାବିକଠାରୁ ପ୍ରାୟ ୪୭ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିବା ବେଳେ, ଜୁଲାଇ ପ୍ରାରମ୍ଭରୁ ରାଜ୍ୟ ପାଇଁ ଏକ ବଡ଼ ଆଶ୍ଵାସନାଜନକ ସୂଚନା ମିଳିଛି । ବଙ୍ଗୋପସାଗରରେ ଏକ ନୂଆ ସାଇକ୍ଲୋନିକ ସିଷ୍ଟମ୍ ସକ୍ରିୟ ହେଉଥିବାରୁ ଆଗାମୀ ଦିନରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।
ବିଶେଷ କରି ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ କେତେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମଗ୍ର ଜୁଲାଇ ମାସର ପୂର୍ବାନୁମାନ ଅନୁଯାୟୀ, ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ, ବିଶେଷ କରି କେନ୍ଦ୍ରୀୟ ଅଞ୍ଚଳ (ମଧ୍ୟ ଓଡ଼ିଶା)ରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ଯାହାକି ଆଶ୍ବସ୍ତିକର ଖବର । ଓଡ଼ିଶାର ଉଚ୍ଚଭୂମି ଓ ପୂର୍ବଘାଟ ପର୍ବତମାଳା ଭଳି ଭୌଗୋଳିକ ସ୍ଥିତି ମୌସୁମୀ ବାୟୁ ସହ ପ୍ରତିକ୍ରିୟା କରୁଥିବାରୁ, ଆଭ୍ୟନ୍ତରୀଣ ଓଡ଼ିଶାରେ ଉପକୂଳ ଅପେକ୍ଷା ଅଧିକ ବର୍ଷାର ସମ୍ଭାବନା ରହିଛି ।
- ଆସୁଛି ଲଘୁଚାପ

- ଚାଷୀଙ୍କ ପାଇଁ ଖୁସି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସେପ୍ଟେମ୍ବରକୁ ଶକ୍ତିଶାଳୀ ହେବ ଏଲନିନୋ
ପଢନ୍ତୁ ଏହି ଖବର: ଜୁଲାଇ ୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା; ୧୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ତେବେ ଏହାର ପ୍ରତିକାର ସ୍ୱରୂପ ଭାରତ ମହାସାଗରରେ 'ଇଣ୍ଡିଆନ୍ ଓସେନ୍ ଡାଇପୋଲ୍' (IOD) ସେପ୍ଟେମ୍ବର ମାସ ଆଡ଼କୁ ନିଉଟ୍ରାଲ୍ରୁ 'ପଜିଟିଭ୍' (Positive IOD) ସ୍ଥିତିକୁ ଗତି କରିବା ନେଇ ପୂର୍ବାନୁମାନ କରାଯାଇଛି । ପଜିଟିଭ୍ ଆଇଓଡି ପ୍ରଭାବରେ ସୋମାଲିଆ ଓ ଆରବ ସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ, ଯାହା ଦକ୍ଷିଣ ଗୋଲାର୍ଦ୍ଧରୁ ମୌସୁମୀ ବାୟୁକୁ ଭାରତ ଆଡ଼କୁ ଅଧିକ ସକ୍ରିୟ ଭାବେ ପ୍ରବାହିତ କରାଏ । ଏହା ଏଲ୍ନିନୋର ପ୍ରଭାବକୁ ରୋକିବାରେ ସମର୍ଥ ହେବ, ଯାହା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଚାଷ କାର୍ଯ୍ୟ ପାଇଁ ବେଶ୍ ଶୁଭଦାୟକ ହେବ ।
- ବର୍ଷା ନହେଲେ କଲବଲ କରିବ ତାତି
Related Topics
Explore more stories