Rain Alert / ଜୁଲାଇ ୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା; ୧୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
·1 hour ago·2 min read

Key Points
ଆସୁଛି ଲଘୁଚାପ । ଜୁନ୍ ୩୦ ତାରିଖରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ସମ୍ଭାବନା ଥିବାରୁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ।
ଭୁବନେଶ୍ଵର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆସୁଛି ଲଘୁଚାପ । ଜୁଲାଇ ୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଏବେ ଉତ୍ତର ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସମୁଦ୍ର ପତ୍ତନଠାରୁ ୧.୫ ରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଉଚ୍ଚତା ବଢ଼ିବା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି ଘୂର୍ଣ୍ଣିବଳୟ ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ଟ୍ବିନସିଟିରେ ବର୍ଷା…ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଏହାର ପ୍ରଭାବରେ, ଆସନ୍ତା ୩ ଜୁଲାଇ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ବଳୟ (Low-Pressure Area) ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଓଡ଼ିଶାରେ ସପ୍ତାହେ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଜୁନ୍ ୩୦ ତାରିଖରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ସମ୍ଭାବନା ଥିବାରୁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଅନୁସାରେ, ଓଡ଼ିଶା ଉପକୂଳରେ ଜୁଲାଇ ୩ ଓ ୪ ତାରିଖ ବେଳକୁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ସେହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଭାରତ ଭଳି ଜଳୁଛି ଫ୍ରାନ୍ସ; ୟୁରୋପରେ ୪ ଦିନରେ ହଜାରେ ମୃତ୍ୟୁ ପରେ ବୈଜ୍ଞାନିକଙ୍କ ବଡ଼ ଚେତାବନୀ
ବର୍ଷା ନେଇ ଆଲର୍ଟ
ଆଗାମୀ ୨୪ ଘଣ୍ଟାରେ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।
ଜୁନ୍ରେ ନିଅଣ୍ଟିଆ ବର୍ଷା
ଜୁନ୍ ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି । ଦେବଗଡ଼ରେ ସର୍ବାଧିକ ୮୭% ନିଅଣ୍ଟିଆ ବର୍ଷା ହୋଇଛି । ନୂଆପଡ଼ାରେ ୮୨%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୬୯%, ସୁନ୍ଦରଗଡ଼ରେ ୬୮%, ଅନୁଗୁଳରେ ୬୩%, ବଲାଙ୍ଗିରରେ ୬୨%, ପୁରୀରେ ୬୧% ନିଅଣ୍ଟିଆ ବର୍ଷା ହୋଇଛି । ଏହି ସମୟରେ ରାଜ୍ୟରେ ହାରାହାରି ୧୬୩ ମିମି ବର୍ଷା ହେବା କଥା କିନ୍ତୁ, ହୋଇଛି ମାତ୍ର ୮୪ମିମି ବର୍ଷା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories