Videos
|
Weather-calamities

El Nino Impact / ତାତିରେ ଫୁଟୁଛି ପ୍ରଶାନ୍ତ ମହାସାଗର; ଆହୁରି ଶକ୍ତିଶାଳୀ ହେଉଛି ଏଲ୍‌ ନିନୋ; କଣ ପଡ଼ିବ ପ୍ରଭାବ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ତାତିରେ ଫୁଟୁଛି ପ୍ରଶାନ୍ତ ମହାସାଗର; ଆହୁରି ଶକ୍ତିଶାଳୀ ହେଉଛି ଏଲ୍‌ ନିନୋ; କଣ ପଡ଼ିବ ପ୍ରଭାବ ?
El Niño impact

Key Points

ଗୋଟିଏ ପଟେ ସମୁଦ୍ର ଗରମ
ତାତିରେ ଫୁଟୁଛି ପ୍ରଶାନ୍ତ ମହାସାଗର
ଏପଟେ ଶକ୍ତିଶାଳୀ ହେଉଛି ଏଲ୍ ନିନୋ
ପ୍ରଶାନ୍ତ ମହାସାଗରରେ ତାପର ତାଣ୍ଡବ । ସମୁଦ୍ର ଗରମ ହେଉଛି, ଆଉ ତା' ସହ ଦମ୍‌ ଦେଖାଉଛି ଏଲ୍‌ ନିନୋ । ଆଗକୁ କେଉଁଠି ବନ୍ୟା, କେଉଁଠି ମରୁଡ଼ି, ଆଉ କେଉଁଠି ଅସହ୍ୟ ଗରମ ହୋଇପାରେ । ବିଶ୍ଵ ପାଣିପାଗ ସଂଗଠନ (WMO)ର ଆକଳନ ପରେ ସାରା ଦୁନିଆର ପାଣିପାଗକୁ ନେଇ ବଢ଼ିଛି ଚିନ୍ତା । ଏଲ୍‌ ନିନୋ ଯଦି ଆହୁରି ଶକ୍ତିଶାଳୀ ହୁଏ, ତେବେ ଭାରତରେ ପଡ଼ିବ କି ପ୍ରଭାବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

  • 'ଭେରି ଷ୍ଟ୍ରଙ୍ଗ୍‌' ରୂପ ନେବ ଏଲ୍ ନିନୋ
WMOର ନୂଆ ଆକଳନ ଅନୁସାରେ ଏଲ୍‌ ନିନୋ ଏବେ ଦୃଢ଼ ଭାବେ ସ୍ଥାପିତ । ଆଗାମୀ ମାସଗୁଡ଼ିକରେ ଏହା 'ଭେରି ଷ୍ଟ୍ରଙ୍ଗ୍‌' ରୂପ ନେବାର ଆଶଙ୍କା ରହିଛି । ସବୁଠୁ ବଡ଼ କଥା ହେଉଛି ଫେବ୍ରୁଆରୀ ୨୦୨୭ ଯାଏଁ ଏଲ୍‌ ନିନୋ ରହିବାର ସମ୍ଭାବନା ପ୍ରାୟ ୧୦୦ ପ୍ରତିଶତ । ଏଲନିନୋ-୩.୪ ଅଞ୍ଚଳରେ ମେ ମାସରୁ ଜୁଲାଇ ମଧ୍ୟରେ ସମୁଦ୍ର ପୃଷ୍ଠ ତାପମାତ୍ରା ସାଧାରଣଠାରୁ ପ୍ରାୟ ୧.୫ ଡିଗ୍ରୀ ସେଲସିୟସ୍‌ ଅଧିକ ରହିଥିଲା । ଜୁଲାଇରେ ଏହା ପହଞ୍ଚିଥିଲା ପ୍ରାୟ ୨ ଡିଗ୍ରୀ ଅଧିକ ଥିଲା । ଅର୍ଥାତ ପ୍ରଶାନ୍ତ ମହାସାଗରରେ ଯେତେ ତାପ ବଢ଼ୁଛି, ବିଶ୍ୱ ପାଣିପାଗର ଚିନ୍ତା ମଧ୍ୟ ସେତିକି ବଢ଼ୁଛି ।

  • ଏଲ୍ ନିନୋ ପ୍ରଭାବରେ କଣ ହେବ ?
ସେପଟେ ଏହାର ପ୍ରଭାବରେ ପୃଥିବୀର ସବୁଠି ପାଣିପାଗ ଏକାଭଳି ରହିବ ନାହିଁ । କେଉଁଠି ମେଘ ଫାଟିବ ତ କେଉଁଠି ଆକାଶ ଶୁଖିଯିବ । କେଉଁଠି ତାତି ଭାଙ୍ଗିବ ରେକର୍ଡ । ବର୍ଷାର ଧାରା ବଦଳିବା ସହ ବଢ଼ିପାରେ ବନ୍ୟା, ମରୁଡ଼ି ଓ ଗରମ । ତେବେ ବଡ଼ ପ୍ରଶ୍ନ ହେଲା, ଭାରତ ପାଇଁ ଏହା କେତେ ବଡ଼ ଚିନ୍ତା ? ଏଲ୍‌ ନିନୋ ସାଧାରଣତଃ ଭାରତୀୟ ମୌସୁମୀ ବର୍ଷାକୁ ଦୁର୍ବଳ କରିପାରେ । WMOର ଆକଳନରେ ମଧ୍ୟ ଭାରତୀୟ ଉପମହାଦେଶରେ ସାଧାରଣଠାରୁ କମ୍‌ ବର୍ଷା ଦିଗରେ ସଙ୍କେତ ରହିଛି ।

  • ଭାରତ ଉପରେ ଏଲ୍ ନିନୋର ପ୍ରଭାବ
ଯଦି ବର୍ଷା କମେ, ତେବେ ଚିନ୍ତା କେବଳ ଚାଷୀଙ୍କର ନୁହେଁ, ଜଳସମ୍ପଦଠାରୁ ଖାଦ୍ୟ ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ । ମାତ୍ର ଏଲ୍‌ ନିନୋ ସାଙ୍ଗକୁ ଭାରତ ମହାସାଗରର ଡାଇପୋଲ୍ (IOD)ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏଲ୍‌ ନିନୋ ସହ ସକରାତ୍ମକ ଆଇଓଡିର ମଧ୍ୟ ସଙ୍କେତ ଥିବାରୁ ଆଗକୁ ଭାରତୀୟ ପାଣିପାଗର ଚିତ୍ର କିପରି ବଦଳିବ, ତା' ଉପରେ ରହିଛି ନଜର । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହୁଛନ୍ତି ଭେରି ଷ୍ଟ୍ରଙ୍ଗ୍‌ ଏଲ୍‌ ନିନୋ ମାନେ ନୁହେଁ, ସାରା ଭାରତରେ କମ୍‌ ବର୍ଷା । କେଉଁଠି କେତେ ବର୍ଷା ହେବ, କେଉଁଠି କେତେ ତାତି ବଢ଼ିବ, ତାହା ଅନ୍ୟାନ୍ୟ ଜଳବାୟୁ କାରକ ଉପରେ ନିର୍ଭର କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପ୍ରଳୟଙ୍କାରୀ ବନ୍ୟା; ୧୧ ଦିନ ପରେ କେମିତି ଅଛି ନେପାଳ ?

ପ୍ରଶାନ୍ତ ମହାସାଗରରେ ବଢ଼ୁଥିବା ତାତି, ବିଶ୍ୱ ପାଣିପାଗ ପାଇଁ ବଢ଼ାଇଛି ଚିନ୍ତା । ତେବେ ଆଗକୁ ଏଲ୍‌ ନିନୋ କେତେ ଶକ୍ତିଶାଳୀ ହେବ, ଆଉ ଏହାର ପ୍ରଭାବ କେତେ ଦୂର ଯିବ, ତା' ଉପରେ ସମସ୍ତଙ୍କ ନଜର ରହିଛି । ଏପରି ସ୍ଥିତିରେ ବିଶ୍ଵ ସମୁଦାୟକୁ ଜଳବାୟୁ ପ୍ରତି ଯତ୍ନ ହେବାର ଆବଶ୍ୟକତା ରହିଛି ।