Videos
|
Weather-calamities

Heavy Rainfall / ଘଣ୍ଟାକୁ ୩୦-୪୦କିମି ଝଟକା ପବନ ବହିବ; ଏହି ଜିଲ୍ଲାରେ କାଚିବ ବର୍ଷା

Debashree Debasmita Sahoo
Browse all articles by Debashree Debasmita Sahoo
·4 hours ago·2 min read
ଘଣ୍ଟାକୁ ୩୦-୪୦କିମି ଝଟକା ପବନ ବହିବ; ଏହି ଜିଲ୍ଲାରେ କାଚିବ ବର୍ଷା
Heavy Rainfall

Key Points

ରାଜ୍ୟରେ ଜାରି ରହିଛି ବର୍ଷା
ଆଉ ୪୮ଘଣ୍ଟା ପ୍ରବଳ ବର୍ଷିବ
ଭୁବନେଶ୍ଵର: ରାଜ୍ୟରେ ଆହୁରି ୪୮ ଘଣ୍ଟା ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ଆହୁରି ୬ ଦିନ ଯାଏ ବର୍ଷା ସମ୍ଭାବନା ଥିବାବେଳେ ଏଥର ଭିଜିବ ବାହୁଡା । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଵର୍ଷା ଥିବାବେଳେ ଏଯାଏ ଲଘୁଚାପକୁ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

  • ୨ଦିନ ଯାଏଁ ପ୍ରବଳ ବର୍ଷିବ
ଟ୍ରପ ଲାଇନ ପ୍ରଭାବରେ ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ନୂଆପଡା, ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଏହି ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଏହି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

  • ଏଠି ୩୦-୪୦କିମି ଝଟକା ପବନ ବହିବ
ସେହିପରି ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ଝଟକା ପବନ ବହିବାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା କାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା ସମ୍ବଲପୁର ଓ ସୁନ୍ଦରଗଡ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ କଟକ, କେନ୍ଦ୍ରାପଡ। ଜଗତସିଂହପୁର, ଭଦ୍ର। ଯାଜପୁର ଓ ବାଲେଶ୍ୱରରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପଢନ୍ତୁ ଏହି ଖବର: ଗାଡ଼ି ଉପରେ ଖସିଲା ବଡ଼ ବଡ଼ ପଥର; ଜାତୀୟ ରାଜପଥ ଜାମ୍

  • ଗତକାଲି ୧୦ଜିଲ୍ଲାରେ ପ୍ରବଳ ବର୍ଷା
ଆସନ୍ତା ୨୭ ଯାଏଁ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେପଟେ ଜୁନ ୧ରୁ ଏଯାବତ ୪୮୮. ୯ ମିମି ହୋଇଥିବା ବେଳେ ସ୍ୱାଭାବିକ ବର୍ଷାଠାରୁ ୧୩ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ ଗତକାଲି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ଅତି ପ୍ରବଳବର୍ଷା ସମ୍ଭାବନା ଥିବା ବେଳେ ପୁରୀ କାକଟପୁରରେ ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored