Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Monsoon Reaches Andaman / ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ
Monsoon

Key Points

ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ
ସମ୍ପୂର୍ଣ୍ଣ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନର କିଛି ଅଂଶ ଛୁଇଁଲା
ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର
ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ସମ୍ପୂର୍ଣ୍ଣ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନର କିଛି ଅଂଶ ଛୁଇଁଲା ମୌସୁମୀ । ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଛି । ସେହିପରି ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ ଛୁଇଁଲା ମୌସୁମୀ ।

ସେପଟେ ଆସନ୍ତା ୨୬ ତାରିଖରେ କେରଳ ଛୁଇଁପାରେ ମୌସୁମୀ । ଆଗୁଆ ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଶୀଘ୍ର ଆସିବା ନେଇ ପୂର୍ବରୁ ମଧ୍ୟ ଅନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଏବେ ଏହା ଆହୁରି ସ୍ପଷ୍ଟ ହୋଇଛି ।

ଅଧିକ ପଢ଼ନ୍ତୁ: ୫ ଦିନ ଯାଏଁ ରାଜ୍ୟରେ ବର୍ଷା-ପବନ ଓ ବଜ୍ରପାତ,୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି


ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ ମେ' ମାସ ୨୬ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଛି IMD । ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ଲହରୀ ତୀବ୍ର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଅଛି ।



ସପ୍ତାହ ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ଏବଂ ତାମିଲନାଡୁ, ପୁଡୁଚେରୀ ଏବଂ କେରଳମ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଆଗାମୀ ୩-୪ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ସହ ମତ୍ସ୍ୟଜୀବୀ ମାନଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Southwest Monsoon Reaches Andaman, May Hit Keralam by May 26 | Argus News