Odisha Weather Update / ୨ ଦିନ ପରେ ବଦଳିବ ପାଗ, ଟ୍ରାପ୍ ଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ସମ୍ଭାବନା
·4 months ago·2 min read

Key Points
ପଶ୍ଚିମରେ ଲାଗି ରହିଛି ଗ୍ରୀଷ୍ମ ଲହରୀ
ଉପକୂଳରେ ପ୍ରବଳ ଗରମ ସହ ଗୁଳୁଗୁଳି
ଆଜି ୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟରେ ଏବେ ଅସହ୍ୟ ଗରମ ସହ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଝାରସୁଗୁଡ଼ା ୪୪.୧ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଉ ୨ ଦିନ ଏଭଳି ସ୍ଥିତି ଜାରି ରହିବ । ତେବେ ଏହି ତାତି ଭିତରେ ଏକ ଆଶ୍ୱସ୍ତିର ଖବର ଆସିଛି । ଆସନ୍ତା ୨୮ ତାରିଖରୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବଢ଼ିବ ଏବଂ ଏହା ସହ ଚଳିତ ବର୍ଷ ମୌସୁମୀ ମଧ୍ୟ ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ରାଜ୍ୟରେ ଜାରି ରହିଛି ତାତିର ରାଜ । ପ୍ରବଳ ଗୁଳୁଗୁଳୁ ହେଉଥିବା ବେଳେ ଅସହ୍ୟ ହେଉଛି ତାତି । ଆହୁରି ୨ ଦିନ ଏଭଳି ସ୍ଥିତି ରହିବା ସହ ଗରମ ଗୁଳୁଗୁଳିରୁ ନାହିଁ ନିସ୍ତାର । ୨୮ ତାରିଖରୁ କାଳବୈଶାଖୀ ଆଣିବ ତାତିରୁ ଆଶ୍ବସ୍ତି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ । ଏନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, କଟକ ଓ ଖୋର୍ଦ୍ଧା ଭଳି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ରହିବ । ତେବେ ୨୮ ତାରିଖରୁ ଟ୍ରାପ୍ ଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ଆରମ୍ଭ ହେବ, ଯାହା ଫଳରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ଖାଲି କାଳବୈଶାଖୀ ନୁହେଁ, ଚଳିତ ବର୍ଷ ମୌସୁମୀକୁ ନେଇ ମଧ୍ୟ ଭଲ ଖବର ଆସିଛି । ୨୦୨୬ ମୌସୁମୀ ଋତୁରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ । ‘ଲା ନିନା’ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏବଂ ଅଗଷ୍ଟ-ସେପ୍ଟେମ୍ବର ବେଳକୁ 'ପଜିଟିଭ୍ IOD' ସକ୍ରିୟ ହେବାକୁ ଥିବାରୁ ମୌସୁମୀର ଦ୍ୱିତୀୟାର୍ଦ୍ଧ ବେଶ୍ ଶକ୍ତିଶାଳୀ ହେବ । ଏହା ଚାଷୀକୂଳ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ୪୫ ଡିଗ୍ରୀ ମୁହାଁ ପାରଦ, ୧୩ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ଆଲର୍ଟ
ଖାଲି କାଳବୈଶାଖୀ ନୁହେଁ, ଚଳିତ ବର୍ଷ ମୌସୁମୀକୁ ନେଇ ମଧ୍ୟ ଭଲ ଖବର ଆସିଛି । ୨୦୨୬ ମୌସୁମୀ ଋତୁରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ । ‘ଲା ନିନା’ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏବଂ ଅଗଷ୍ଟ-ସେପ୍ଟେମ୍ବର ବେଳକୁ 'ପଜିଟିଭ୍ IOD' ସକ୍ରିୟ ହେବାକୁ ଥିବାରୁ ମୌସୁମୀର ଦ୍ୱିତୀୟାର୍ଦ୍ଧ ବେଶ୍ ଶକ୍ତିଶାଳୀ ହେବ । ଏହା ଚାଷୀକୂଳ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଢୁଥିବା ପ୍ରଦୂଷଣ ଯୋଗୁଁ ତାପମାତ୍ରା ବଢ଼ୁଛି । ପରିବେଶବିତଙ୍କ ଅନୁସାରେ, ଗାଡ଼ିରୁ ନିର୍ଗତ ଧୂଆଁ ଓ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ବାହାର ପରିବେଶକୁ ଅଧିକ ଉତ୍ତପ୍ତ କରୁଛି । ଯଦି ଏବେଠାରୁ ସାବଧାନ ନହେବା, ତେବେ ଆଗାମୀ ୧୦ ବର୍ଷ ପରେ ସ୍ଥିତି ଆହୁରି ଭୟଙ୍କର ହେବ ।
ସାମୟିକ ଭାବେ କାଳବୈଶାଖୀ ତାତିରୁ ଆଶ୍ୱସ୍ତି ଦେବାକୁ ଯାଉଥିଲେ ମଧ୍ୟ, ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ତେଣୁ ସଚେତନତା ଓ ପରିବେଶ ସୁରକ୍ଷା ହିଁ ଶେଷ ବିକଳ୍ପ ।

Related Topics
Explore more stories