Odisha Weather / ଦୁର୍ବଳ ହେଲା ଲଘୁଚାପ; କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା
·2 hours ago·2 min read

Key Points
ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ
ଆସନ୍ତା ୨୪ଘଣ୍ଟାରେ କିଛି ସ୍ଥାନରେ ବର୍ଷା
ଆସନ୍ତା ୨୪ଘଣ୍ଟାରେ କିଛି ସ୍ଥାନରେ ବର୍ଷା
ଭୁବନେଶ୍ଵର: ରାଜ୍ୟରୁ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ । ତେଲେଙ୍ଗାନା ଏବଂ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଯାଇଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ରହିଛି । ତେବେ ୮ ତାରିଖରୁ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଫଳରେ ରାଜ୍ୟରେ ଅନୁଭୂତ ହୋଇପାରେ ଶୀତ ।
ଆସନ୍ତାକାଲି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ନଭେମ୍ବର ୭ ତାରିଖରେ ମଧ୍ୟ ଏହି ୫ଟି ଜିଲ୍ଲାର କାଁ ଭାଁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେହିପରି ୮ ତାରିଖରୁ ୧୧ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହି ସମୟ ପାଇଁ କୌଣସି ପାଣିପାଗ ଚେତାବନୀ ଜାରି କରାଯାଇନାହିଁ ।
ପଢନ୍ତୁ ଏହି ଖବର: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ଼ ପ୍ଲାନ୍; ସ୍ଥାନାନ୍ତର ହେବ ସମ୍ପୂର୍ଣ୍ଣ ଗାଁ

- ରାତି ତାପମାତ୍ରା କମିବ
ପଢନ୍ତୁ ଏହି ଖବର: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ଼ ପ୍ଲାନ୍; ସ୍ଥାନାନ୍ତର ହେବ ସମ୍ପୂର୍ଣ୍ଣ ଗାଁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କଟକରେ ସର୍ବାଧିକ ବର୍ଷା ରେକର୍ଡ
Related Topics
Explore more stories