Weather Alert / ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସଜାଗ ଓଡ଼ିଶା, ରାଜସ୍ଵ ମନ୍ତ୍ରୀ କହିଲେ "ସରକାର, ପ୍ରଶାସନ ପ୍ରସ୍ତୁତ"
·10 months ago·3 min read

Key Points
ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ସୃଷ୍ଟି ନେଇ ଆକଳନ କରିଛି IMD । ଯାହାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଆଶ୍ଵସ୍ତ କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଭୁବନେଶ୍ଵର: ପଛକୁ ପଛ ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ହେବ କି ବାତ୍ୟା ? ବିଦେଶୀ ମଡେଲ୍ର ଆକଳନ କହୁଛି ବଙ୍ଗୋପସାଗରରେ ବାତ୍ୟା ଆସିବ । ହେଲେ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରି ନାହିଁ । ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ ସୃଷ୍ଟି ନେଇ ଆକଳନ କରିଛି IMD । ଯାହାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଆଶ୍ଵସ୍ତ କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, "ପାଣିପାଗ ବିଭାଗର ଆକଳନ ଅନୁସାରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁରେ ବଡ଼ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଜିଲ୍ଲା ଆନ୍ଧ୍ରକୁ ଲାଗି ରହିଥିବାରୁ ସେଠାରେ ବର୍ଷାର ପ୍ରଭାବ ରହିବ ।"
ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, "ବର୍ଷାକୁ ଦୃଷ୍ଟିରେ ରକି ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟକୁ ରେଡ୍ ଜୋନ୍ରେ ରଖା ଯାଇଛି । ଉପକୂଳ ଜିଲ୍ଲାରେ ଅରେଞ୍ଜ ଜୋନ୍ରେ ରଖା ଯାଇଛି । ବୃଷ୍ଟିପାତକୁ ଦେଖି ଅନ୍ୟ ଜିଲ୍ଲାକୁ ୟେଲୋ ଜୋନ୍ରେ ରଖା ଯାଇଛି ।"
ଏଥିସହ ପଢ଼ନ୍ତୁ: ଗୋଟିଏ ନୁହେଁ ପଛକୁ ପଛ ୩ ଲଘୁଚାପ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲଘୁଚାପ କିମ୍ବା ବାତ୍ୟା ଭଳି କୌଣସି ବିପର୍ଯ୍ୟୟର ପ୍ରକୋପ କେତେ ହେବ ତାହା ବଡ଼ କଥା ନୁହେଁ । କିନ୍ତୁ ପ୍ରସ୍ତୁତ ହେବା କଥା, ଆକଳନକୁ ଧରିକି ପ୍ରସ୍ତୁତି ହେବା କଥା ବୋଲି ମନ୍ତ୍ରୀ କହିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରସ୍ତୁତ ରହିଛି । ସବୁ ଜିଲ୍ଲା ପ୍ରଶାସନମାନଙ୍କୁ ସତର୍କ କରାଯାଇଛି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା ପରେ ଏବେ ଜିଲ୍ଲାମାନଙ୍କର ଅଭ୍ୟାସ ପାଲଟି ଯାଇଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।
ସେ କହିଛନ୍ତି, "ସରକାର, ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ଲୋକମାନେ ଆଦୌ ବିଚଳିତ ହେବା ଆବଶ୍ୟକ ନାହିଁ । ୧୯୯୯ ମସିହା ମହାବାତ୍ୟା ପରିସ୍ଥିତି ଓଡ଼ିଶାକୁ କେବେ ଆସିବ ନାହିଁ, ମହାପ୍ରଭୁ ଜଗନ୍ନାଥ ଆମର ସହାୟକ ହୁଅନ୍ତୁ । ଲୋକେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । କୌଣସି ପରିସ୍ଥିତି ଆସିଲେ ଆମେ ସଫଳତାର ସହ ସାମ୍ନା କରିବାକୁ ପ୍ରସ୍ତୁତ ରହିଛୁ ।"
ଆକଳନ ଅନୁସାରେ, ପଛକୁ ପଛ ଆସୁଛି ୩ଟି ଲଘୁଚାପ । ବର୍ତ୍ତମାନ ଗୋଟିଏ ସଦୃଶ୍ୟ ଲଘୁଚାପ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବେଳେ ୨୪ କିମ୍ବା ୨୫ ବେଳକୁ ଦ୍ଵିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ବିଶ୍ୱଜିତ୍ ସାହୁ ।
ଏଥିସହ ପଢ଼ନ୍ତୁ: ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଦାଦାବଟି ନ ଦେବାରୁ ହୋଟେଲ୍ରେ ଭଙ୍ଗାରୁଜା
ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବେଶୀ ଘନୀଭୂତ ହୋଇ ନପାରେ ବୋଲି ଅନୁମାନ କରାଯାଉଛି । ଏହା ତାମିଲନାଡୁ-ଆନ୍ଧ୍ରପ୍ରଦେଶ ମୁହାଁ ହେବା ସମ୍ଭାବନା ରହିଛି । ତେବେ ୨୪/୨୫ ବେଳକୁ ଆଉ ଏକ ଲଘୁଚାପ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବଳ ଗୋଟାଇ ୨୭ ତାରିଖ ବେଳକୁ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ । କିନ୍ତୁ ୨୪ ତାରିଖ ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ।
ଅନ୍ୟପଟେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଦିଗ କରି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଅକ୍ଟୋବର ୨୬ରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି ।
Related Topics
Explore more stories