Cold Wave / ଶୀତରେ ଥୁରୁ ଥୁରୁ ଓଡ଼ିଶା; ୩ ଡିଗ୍ରୀରେ ଥରୁଛି କନ୍ଧମାଳ, ଦାରିଙ୍ଗବାଡ଼ିରେ ତୁଷାରପାତ
·7 months ago·2 min read

Key Points
ପୁଣି ଥରେ ପାରଦ ୩ ଡିଗ୍ରୀକୁ ଖସିଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଛି । ସେହିଭଳି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ର ୩.୬ ଡିଗ୍ରୀ ରହିଛି ।
ଭୁବନେଶ୍ଵର: ଥରୁଛି ଓଡ଼ିଶା । ଦକ୍ଷିଣରୁ ଉତ୍ତର ଓ ଉପକୂଳ ସବୁଠି ଶୀତର ପ୍ରକୋପ ଲାଗି ରହିଛି । ପୁଣି ଥରେ ପାରଦ ୩ ଡିଗ୍ରୀକୁ ଖସିଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଛି । ସେହିଭଳି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ର ୩.୬ ଡିଗ୍ରୀ ରହିଛି ।
ଶୀତରେ କନ୍ଧମାଳ ଥରୁଥିବା ବେଳେ ଶୁକ୍ରବାର ପୁଣି ହୋଇଛି ତୁଷାରପାତ । ଗୁରୁବାର ଫୁଲବାଣୀରେ ତୁଷାରପାତ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ଆଜି ସମାନ୍ୟ ଦୃଷ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ଦାରିଙ୍ଗବାଡ଼ିର ଇଲେକ୍ଟ୍ରି ସାହି, କିଲାବାଡ଼ି, ଗ୍ରୀନବାଡ଼ି, ସିମନବାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଛି ।
ଏଥିସହ ପଢ଼ନ୍ତୁ: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା; ରାଉରକେଲା ଓ ଝାରସୁଗୁଡ଼ାରେ ୬ ଡିଗ୍ରୀକୁ ଖସିଲା ପାରଦ
ସେପଟେ ଝାରସୁଗୁଡ଼ା ଏବଂ ରାଉରକେଲାରେ ପାରଦ ୭ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ପାରଦ ୭.୧ ଡିଗ୍ରୀ ରହିଥିବା ବେଳେ ରାଉରକେଲା ୭.୨ ଡିଗ୍ରୀ, କେନ୍ଦୁଝରରେ ୯.୬ ଡିଗ୍ରୀ, ସମ୍ବଲପୁରରେ ୧୦.୮ ଡିଗ୍ରୀ, ହୀରାକୁଦରେ ୧୧.୪ ଡିଗ୍ରୀ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ସେହିଭଳି ଭୁବନେଶ୍ଵରର ସର୍ବନିମ୍ନ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୧୩.୪ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ଚାନ୍ଦବାଲିରେ ୧୪.୪ ଡିଗ୍ରୀ, ପାରାଦୀପରେ ୧୪.୧ ଡିଗ୍ରୀ ଓ ପୁରୀରେ ୧୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଏଥିସହ ପଢ଼ନ୍ତୁ: ୨୧ ବଲ୍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୧୨ ତାରିଖ ଶୁକ୍ରବାର ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ । ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳକୁ ଶୀତ ଲହରୀ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଆଶଙ୍କା ନାହିଁ ।

ପୁଣି 3ଡ଼ିଗ୍ରୀ ଛୁଇଁଲା ପାରଦ
— usd (@usd0705) December 12, 2025
ଶୀତ ରେ ଥରହର ଓଡିଶା......
କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା 3.1°C
କୋରାପୁଟ ଜିଲ୍ଲାର ସେମିଳିଗୁଡା ରେ 3.6°C
ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ pic.twitter.com/Y2QIB6DIlE
ସେପଟେ ଝାରସୁଗୁଡ଼ା ଏବଂ ରାଉରକେଲାରେ ପାରଦ ୭ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ପାରଦ ୭.୧ ଡିଗ୍ରୀ ରହିଥିବା ବେଳେ ରାଉରକେଲା ୭.୨ ଡିଗ୍ରୀ, କେନ୍ଦୁଝରରେ ୯.୬ ଡିଗ୍ରୀ, ସମ୍ବଲପୁରରେ ୧୦.୮ ଡିଗ୍ରୀ, ହୀରାକୁଦରେ ୧୧.୪ ଡିଗ୍ରୀ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ଝାରସୁଗୁଡା ଏବଂ ରାଉରକେଲା ରେ 7ଡ଼ିଗ୍ରୀ ଛୁଇଁଲା ପାରଦ
— usd (@usd0705) December 12, 2025
ଝାରସୁଗୁଡା 7.1°C
ରାଉରକେଲା 7.2°C
କେନ୍ଦୁଝର 9.6°C
ସମ୍ବଲପୁର 10.8°C
ହୀରାକୁଦ 11.4°C
ଭୁବନେଶ୍ୱର 12.6°C
ଗୋପାଳପୁର 13.4°C
ବାଲେଶ୍ୱର 13.5°C
ଚାନ୍ଦବାଲି 14.4°C
ପାରାଦୀପ 14.1°C
ପୁରୀ 16.4°C
ସେହିଭଳି ଭୁବନେଶ୍ଵରର ସର୍ବନିମ୍ନ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୧୩.୪ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ବାଲେଶ୍ଵରରେ ୧୩.୫ ଡିଗ୍ରୀ, ଚାନ୍ଦବାଲିରେ ୧୪.୪ ଡିଗ୍ରୀ, ପାରାଦୀପରେ ୧୪.୧ ଡିଗ୍ରୀ ଓ ପୁରୀରେ ୧୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଏଥିସହ ପଢ଼ନ୍ତୁ: ୨୧ ବଲ୍, ୨୧ ରନ୍; ୩ ନମ୍ବରରେ ବ୍ୟାଟିଂ କରି କାହିଁକି ବିଫଳ ହେଲେ ଅକ୍ଷର ପଟେଲ୍ ?
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୧୨ ତାରିଖ ଶୁକ୍ରବାର ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ । ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳକୁ ଶୀତ ଲହରୀ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଆଶଙ୍କା ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: