Weather Update / ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ ସହର
·7 months ago·2 min read

Key Points
ଥରୁଛି ଓଡ଼ିଶା
ସପ୍ତାହେ ପର୍ଯ୍ୟନ୍ତ ଶୀତରୁ ନାହିଁ ନିସ୍ତାର
୧୦ ଡିଗ୍ରୀ ତଳେ ୧୦ ସହର
ସପ୍ତାହେ ପର୍ଯ୍ୟନ୍ତ ଶୀତରୁ ନାହିଁ ନିସ୍ତାର
୧୦ ଡିଗ୍ରୀ ତଳେ ୧୦ ସହର
ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଶୀତରୁ ନାହିଁ ନିସ୍ତାର । ଉପକୂଳ ଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଅନୁଭୂତ ହେଉଛି ହାଡ଼ଭଙ୍ଗା । ପାଣିପାଗ ବିଶେଷଜ୍ଞଙ୍କ ଆକଳନ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ୫ ଡିଗ୍ରୀ ତଳେ ରହିପାରେ ସର୍ବନିମ୍ନ ତାପମାତ୍ରା ।
ସେପଟେ ୧୦ ଡିଗ୍ରୀ ତଳେ ୧୦ ସହରରେ ତାପମାତ୍ରା ରହିଥିବା ବେଳେ ୧୫ ଡିଗ୍ରୀ ତଳେ ୩୯ ସହରରେ ପାରଦ ରହିଛି । ଆଗାମୀ ୨ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରୀ ଓ ଘନ କୁହୁଡ଼ି ପାଇଁ ଆଲର୍ଟ ଜାରି ହୋଇଛି । ସେହିପରି ଶିମିଳିପାଳରେ ତୁଷାରପାତ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରରେ ଶୀତ ଲହରୀ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି ।
ସେହିପରି ହାଡ଼ଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ । ଆଜି ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀକୁ ଖସିଲା ପାରଦ । ଶିମିଳିପାଳର ଉପର ବାରାକାମୁଡ଼ାରେ ତାପମାତ୍ରା ୨ ଡିଗ୍ରୀ, ଚହଲାରେ ୫ ଡିଗ୍ରୀ, ଗୁଡ଼ଗୁଡିଆରେ ୬ ଡିଗ୍ରୀ, ବରେଇପାଣିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେପଟେ କନ୍ଧମାଳ ଜିଲ୍ଲାରେ ମଧ୍ୟ ତଳମୁହାଁ ପାରଦ । ଗତ କିଛି ଦିନ ହେବ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲରେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗାଁରେ ଶୀତ ପାଇଁ ଲୋକେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି ।
ତେବେ ଗତ ଶନିବାର ରାତିରେ ଜି.ଉଦୟଗିରିରେ ୪.୪°, ସେମିଳିଗୁଡାରେ ୬.୧°, ରାଉରକେଲାରେ ୭.୨°, ଦାରିଙ୍ଗବାଡିରେ ୭.୫°, ଝାରସୁଗୁଡାରେ ୭.୬°, ଫୁଲବାଣୀରେ ୮°, ଚିପିଲିମାରେ ୮.୭°, କିରେଇରେ ୮.୮°, ଅନୁଗୁଳରେ ୯°, କେନ୍ଦୁଝରରେ ୯.୬°, ଭୁବନେଶ୍ୱରରେ ୧୧.୯° ଏବଂ କଟକରେ ୧୧.୮° ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ମ୍ୟାଚ୍ ଦେଖିବାକୁ ଯିବା ପୂର୍ବରୁ ଜାଣିରଖନ୍ତୁ ଏହି ନିୟମ, ନଚେତ୍ ପଡ଼ିପାରନ୍ତି ଅସୁବିଧାରେ
ସେପଟେ କନ୍ଧମାଳ ଜିଲ୍ଲାରେ ମଧ୍ୟ ତଳମୁହାଁ ପାରଦ । ଗତ କିଛି ଦିନ ହେବ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲରେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗାଁରେ ଶୀତ ପାଇଁ ଲୋକେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି ।
ତେବେ ଗତ ଶନିବାର ରାତିରେ ଜି.ଉଦୟଗିରିରେ ୪.୪°, ସେମିଳିଗୁଡାରେ ୬.୧°, ରାଉରକେଲାରେ ୭.୨°, ଦାରିଙ୍ଗବାଡିରେ ୭.୫°, ଝାରସୁଗୁଡାରେ ୭.୬°, ଫୁଲବାଣୀରେ ୮°, ଚିପିଲିମାରେ ୮.୭°, କିରେଇରେ ୮.୮°, ଅନୁଗୁଳରେ ୯°, କେନ୍ଦୁଝରରେ ୯.୬°, ଭୁବନେଶ୍ୱରରେ ୧୧.୯° ଏବଂ କଟକରେ ୧୧.୮° ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: