Videos
|
Weather-calamities

Cyclone Akvan / ବାତ୍ୟା 'ଅକଭାନ' ପାଇଁ SRCଙ୍କ ସହ ପ୍ରଭାବିତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍

Sushanta Sahoo
Browse all articles by Sushanta Sahoo
·12 mins ago·4 min read
ବାତ୍ୟା 'ଅକଭାନ' ପାଇଁ SRCଙ୍କ ସହ ପ୍ରଭାବିତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
Leave Cancelled in 8 Odisha Districts

Key Points

ବାତ୍ୟା ଶେଷ ହେବା ପର୍ଯନ୍ତ ୮ଟି ଜିଲ୍ଲା- କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ପୁରୀ ଜିଲ୍ଲାରେ ଛୁଟି ବାତିଲ୍ କରାଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ଛୁଟି ବାତିଲ୍ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ ।
ଭୁବନେଶ୍ଵର: ବାତ୍ୟା 'ଅକଭାନ'ର ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)ଠାରେ ଅନୁଷ୍ଠିତ ବାତ୍ୟା ପ୍ରସ୍ତୁତିର ସମୀକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ ବସିଛି । ଯେଉଁଥିରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପାଣିପାଗ ପରିସ୍ଥିତି, ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ଜନସାଧାରଣଙ୍କ ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ମନ୍ତ୍ରୀ । ଏଥିପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ଵ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଅର୍ଣ୍ଣବ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡଫଲ୍ କରିଥିଲା, ଏହି ବାତ୍ୟା ତା ଠାରୁ ଦୂରରେ ସ୍ଥଳଭାଗ ଛୁଇଁବ । ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ । ସେଥିପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।"

ବାତ୍ୟା ଲଣ୍ଡଫଲ କରିବା ପୂର୍ବଦିନ ଗଞ୍ଜାମ, ପୁରୀ ଏବଂ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଗୁଡ଼ିକରେ ଶୁଖିଲା ଖାଦ୍ୟ, ପିଇବା ପାଣି ସହ ଔଷଧ ଆସନ୍ତାକାଲି ସୁଦ୍ଧା ପ୍ରଦାନ କରାଯିବ ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା 'ଅକଭାନ'; ଓଡ଼ିଶାକୁ ଅରେଞ୍ଜ ଆଲର୍ଟ, ୨୦ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ 

ଭାରତୀୟ ନୌସେନା ଷ୍ଟାଣ୍ଡ ବାଏରେ ରହିଛି । ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ସ୍ଥାନାନ୍ତରିତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ତେଣୁ ସମସ୍ତେ ପ୍ରଶାସନକୁ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । SRCଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁ଼ଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ସହ ବାତ୍ୟା ନ ଶେଷ ହେବା ପ୍ରଯନ୍ତ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।


ବାତ୍ୟା ଶେଷ ହେବା ପର୍ଯନ୍ତ ୮ଟି ଜିଲ୍ଲା- କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ପୁରୀ ଜିଲ୍ଲାରେ ଛୁଟି ବାତିଲ୍ କରାଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ଛୁଟି ବାତିଲ୍ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ଜଳ ଭଣ୍ଡାରରେ ପାଣି ଛାଡ଼ିବା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇସାରିଛି । ଆସନ୍ତାକାଲି ଜଳ ସମ୍ପଦ ବିଭାଗ ସଚିବ ଗଞ୍ଜାମ ଗସ୍ତରେ ଯାଉଛନ୍ତି, ସେଠାରେ ସ୍ଥିତି ସମୀକ୍ଷା କରିବେ ।

ଏଥିସହ ପଢ଼ନ୍ତୁ: ଅଳିଆ ଗଦାରୁ ସୁନାର ଶ୍ରୀକ୍ଷେତ୍ର; ଦେଶର ୧ ନମ୍ବର ସ୍ୱଚ୍ଛ ଉପକୂଳ ସହର ହେଲା ପୁରୀ 

ପୂର୍ବ ବାତ୍ୟା ଅର୍ଣ୍ଣବ ସମୟରେ ଜଳ ସମ୍ପଦ ବିଭାଗର ବ୍ୟାପକ କ୍ଷତି ହୋଇଥିଲା । କିଛି ଜଳଭଣ୍ଡାରର ମରାମତି କାଯ୍ୟ ଚାଲିଛି ଏବଂ କିଛିର ମରାମତି ହୋଇସାରିଛି । ଗଞ୍ଜାମ ଜିଲ୍ଲାରେ ଅନେକ ଜଳଭଣ୍ଡାରର ମରାମତି କାଯ୍ୟ ସରିଛି । ବାତ୍ୟା ଅର୍ଣ୍ଣବ ସମୟରେ ଅନେକ ସ୍ଥାନରେ ଭୁସ୍ଖଳନ କାରଣରୁ ଅନେକ କ୍ଷତି ହୋଇଥିଲା ।

ଭୂସ୍ଖଳନ ଅଞ୍ଚଳ ଚିହ୍ନଟ

ତେଣୁ ଏହି ବାତ୍ୟା ପୂର୍ବରୁ ସରକାର ଭୂସ୍ଖଳନକୁ ଗୁରୁତ୍ୱର ସହ ନେଇଛନ୍ତି । ଭୂସ୍ଖଳନ ପ୍ରବଣ ସମସ୍ତ ପାହାଡ଼କୁ ଚିହ୍ନଟ କରିବାକୁ ଜିଲ୍ଲାପାଳନକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି ଜିଲ୍ଲାରେ ୧୪୭ଟି ଭୂସ୍ଖଳନ ସ୍ଥାନ ଚିହ୍ନଟ ହୋଇଛି । ସେହିଭଳି ରାୟଗଡ଼ାରେ ୫୫ଟି ଏବଂ କନ୍ଧମାଳରେ ୬୨ ସ୍ଥାନ ଚିହ୍ନଟ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: