Weather Alert / ୨୦ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ; ୨ରୁ ୩ ଡିଗ୍ରୀ ବଢ଼ିବ ପାରଦ
·6 months ago·2 min read

Key Points
ଗୁରୁବାର ଭଳି ଘନ କୁହୁଡ଼ି ଆଉ ୬ ଦିନ ଲାଗି ରହିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିବା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଭୁବନେଶ୍ଵର: ନବବର୍ଷର ପ୍ରଥମ ସପ୍ତାହରେ ଘାଇଲା କରିବ ଘନ କୁହୁଡ଼ି । ଗୁରୁବାର ଭଳି ଘନ କୁହୁଡ଼ି ଆଉ ୬ ଦିନ ଲାଗି ରହିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିବା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଗୁରୁବାର ଜଗତସିଂହପୁର, ଖୋର୍ଦ୍ଧା, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, କନ୍ଧମାଳ, ସୋନପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଅତ୍ୟଧିକ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସେହିଭଳି ପୁରୀ, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କୋରାପୁଟ, କଳାହାଣ୍ଡି, ଦେବଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ାକୁ ଘନ କୁହୁଡ଼ି ଆଚ୍ଛାଦିତ କରିଥିଲା ।
ଏଥିସହ ପଢ଼ନ୍ତୁ: ଜାନୁଆରୀ ମାସରେ ଅଧାରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେ କେବେ ଛୁଟି...
ଆଗାମୀ ୨୪ ଘଣ୍ଟାରେ ଅତ୍ୟଧିକ ଘନ କୁହୁଡ଼ି ନେଇ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆ ଯାଇଛି ।
ସେହିଭଳି କନ୍ଧମାଳ, ଗଜପତି, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି । ଘନ କୁହୁଡ଼ି ପାଇଁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତାପରେ ତାପମାତ୍ରା ପୁଣି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଓଡ଼ିଶାରେ ମୁଖ୍ୟତଃ ପାଗ ଶୁଖିଲା ରହିବ ।
ଏଥିସହ ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ିରେ ଘାଇଲା ଭୁବନେଶ୍ଵର; ଉପକୂଳ ଓଡ଼ିଶାରେ ବି ସମାନ ସ୍ଥିତି
ଗୁରୁବାର ସକାଳେ ଟ୍ଵିନ୍ ସିଟି ସହ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ରାସ୍ତା ତ ଦୂରର କଥା, ଦେଖାଯାଉନି ମୁହଁ । ଭୁବନେଶ୍ଵର ବିମାନବନ୍ଦର ଅଞ୍ଚଳରେ ସକାଳ ୭ଟା ସୁଦ୍ଧା ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଛି । ରାଜଧାନୀର ଅନ୍ୟ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଛି ।
ଉପଗ୍ରହରୁ ମିଳୁଥିବା ସୂଚନା ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ଉପରେ କୁହୁଡ଼ିର ପ୍ରଭାବ ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଏବଂ ଦେବଗଡ଼ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିଛି ।
ସେପଟ ଆଜି ମଧ୍ୟ ଭୁବନେଶ୍ଵରର ଏୟାର କ୍ଵାଲିଟି ଇଣ୍ଡେକ୍ସ ୩୦୦ ଉପରେ ରହିଛି । ୟୁନିଟ୍-୮ରେ AQI ସ୍ତର ୩୫୭ ଥିବାବେଳେ ମଞ୍ଚେଶ୍ୱରରେ ୩୨୯ ରହିଛି । ମାଷ୍ଟରକ୍ୟାଣ୍ଟିନରେ ୩୫୧, ରମାଦେବୀ କଲେଜ ପାଖରେ ୩୬୦, ଇମ୍ଫୋସିଟିରେ ୩୪୬, କିଟ୍ ୩୫୪, ଲିଙ୍ଗରାଜ ମନ୍ଦିର ପାଖରେ ୩୫୧, କଳିଙ୍ଗ ହସ୍ପିଟାଲ ପାଖରେ ୩୭୭ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: