|
logo
Live

Argus News - ଖରା ପାଇଁ ବଦଳିଲା ସ୍କୁଲ୍ ଖୋଲିବା ସମୟ; ଏସବୁ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଛୁଟି

Weather & Calamities

School Holiday / ଖରା ପାଇଁ ବଦଳିଲା ସ୍କୁଲ୍ ଖୋଲିବା ସମୟ; ଏସବୁ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଛୁଟି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଖରା ପାଇଁ ବଦଳିଲା ସ୍କୁଲ୍ ଖୋଲିବା ସମୟ; ଏସବୁ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଛୁଟି
Heatwave Impact on Schools

Key Points

  • ରାଜ୍ୟରେ କଲବଲ କରୁଛି ତାତି
  • ଆସନ୍ତା ୫ ଦିନ ଯାଏ ନାହିଁ ତ୍ରାହି
  • ଖରାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି
କଟକ: ଆକାଶରୁ ନିଆଁ ବର୍ଷୁଛି । ଉପକୂଳରୁ ପଶ୍ଚିମ ସବୁଠି ତାତିର ରାଜୁତି । ରବିବାର ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଆହୁରି ୫ ଦିନ ସହିବାକୁ ହେବ ଅସହ୍ୟ ଗରମ । ଏଥିପାଇଁ ଅନେକ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି ।

କଟକରେ ମଧ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଛି । ଯାହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ କଟକ ଜିଲ୍ଲାରେ ସକାଳ ୬ଟା ୩୦ରୁ ସକାଳ ୯ ଟା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ହେବ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ନିର୍ଦ୍ଦେଶ ।

ଏଥିସହ ପଢ଼ନ୍ତୁ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ଏହି ଜିଲ୍ଲାରେ ଶିଶୁବାଟିକାରୁ କଲେଜ ସବୁ ବନ୍ଦ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ସହ ଅଙ୍ଗନୱାଡି କେନ୍ଦ୍ର ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟଜଳ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ସମୟରେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ପାଣିପାଗ ବିଭାଗର ଚେତାବନୀ

ସେପଟେ ପ୍ରବଳ ଗୁଳୁଗୁଳି ସହ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ୫ ଦିନ ଯାଏ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ୨ ଜିଲ୍ଲା ସମ୍ବଲପୁର ଓ ବଲାଙ୍ଗିରରେ ରାତିରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପ୍ରବଳ ଗରମ ଓ ଗୁଳୁଗୁଳିକୁ ନେଇ ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ ,ନୟାଗଡ, ଜଗତସିଂହପୁର,ଗଂଜାମ ଓ ଗଜପତିକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବିଜୁଳି ଘଡଘଡି ସହ ବର୍ଷା ନେଇ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, କେଉଁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ରହିଛି ।

ଏଥିସହ ପଢ଼ନ୍ତୁ: ଖରାରେ କଲବଲ ସାରା ଓଡ଼ିଶା, ୨୩ ଯାଏଁ ସମସ୍ତ ସ୍କୁଲ ଓ କଲେଜ ଛୁଟି

ଏସବୁ ଜିଲ୍ଲାରେ ସ୍କୁଲ୍ ଛୁଟି

ପ୍ରବଳ ଖରାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ଛୁଟି ହୋଇଥିବା ସହ ଅନ୍ୟ କିଛି ଜିଲ୍ଲାରେ ସମୟ ପରିବର୍ତ୍ତନ କରାଯାଇଛି । ଖୋର୍ଦ୍ଧା, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୋନପୁର, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାରେ ସକାଳୁଆ ସ୍କୁଲ ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି । ସକାଳ ସାଢ଼େ ୬ଟାରୁ ସାଢେ ୯ ଯାଏ ସ୍କୁଲ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School Holiday: ଖରା ପାଇଁ ବଦଳିଲା ସ୍କୁଲ୍ ଖୋଲିବା ସମୟ; ଏସବୁ ଜିଲ୍ଲାରେ ୨୩ ପର୍ଯ୍ୟନ୍ତ ଛୁଟି | Argus News