Heat Wave Alert / ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା, ୫ଟି ସ୍ଥାନରେ ୪୫ ଡିଗ୍ରୀ ଟପିଲା ପାରଦ
·1 hour ago·1 min read

Key Points
ପଶ୍ଚିମ ଓଡ଼ିଶାର 5ଟି ସ୍ଥାନରେ 45 ଡିଗ୍ରୀ ଟପିଲା ପାରଦ
ଗ୍ରୀଷ୍ମ ଜ୍ୱାଳାରେ ଅସ୍ତବ୍ୟସ୍ତ ଓଡ଼ିଶା
୨୫ ତାରିଖ ଯାଏଁ ସନ୍ତୁଳି ହେବ ରାଜ୍ୟ
ଗ୍ରୀଷ୍ମ ଜ୍ୱାଳାରେ ଅସ୍ତବ୍ୟସ୍ତ ଓଡ଼ିଶା
୨୫ ତାରିଖ ଯାଏଁ ସନ୍ତୁଳି ହେବ ରାଜ୍ୟ
ଗ୍ରୀଷ୍ମର ଜ୍ବାଳାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ପଶ୍ଚିମ ଓଡ଼ିଶାର ୫ଟି ସ୍ଥାନର ପାରଦ ୪୫ ଡିଗ୍ରୀ ପାର କରିଛି । ଝାରସୁଗୁଡାରେ ସର୍ବାଧିକ ୪୫.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର, ହୀରାକୁଦ, ଟିଟିଲାଗଡ ଓ ବୌଦ୍ଧରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ।
ଆଜି ପାଇଁ ୧୨ ଜିଲ୍ଲାକୁ ଜାରି ହୋଇଥିଲା ହିଟୱେଭ୍ ୱାର୍ଣ୍ଣିଂ । ସମ୍ବଲପୁର, ଝାରସୁଗୁଡା, ନୟାଗଡ଼ ଓ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ୨୪ଟି ଜିଲ୍ଲାରେ ଉଷ୍ମ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ସହ ଉପକୂଳ ଓ ଆଭ୍ୟନ୍ତରୀଣ ୧୬ଟି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ: ଅଂଶୁଘାତରେ ଟଳି ପଡ଼ିଲେ ୧୬ ଜଣ, ସରକାର ଦେବେ ୪ ଲକ୍ଷ ଲେଖାଏଁ ସହାୟତା
ସମ୍ବଲପୁର ଓ ବଲାଙ୍ଗୀରକୁ ଉଷ୍ମ ରାତ୍ରି ପାଇଁ ଚେତାବନୀ ରହିଛି । ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସହ ୭ ଦିନ ଯାଏଁ କାଳବୈଶାଖୀର ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୮/୨୯ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେଲେ ମାସ ଶେଷକୁ ତାତିରୁ ମିଳିପାରେ ଆଶ୍ବସ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories