Videos
|
Weather-calamities

School Closed / ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ସମ୍ଭାବନା; ଏହି ଜିଲ୍ଲାରେ ସବୁ ସ୍କୁଲ କଲେଜ ବନ୍ଦ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ସମ୍ଭାବନା; ଏହି ଜିଲ୍ଲାରେ ସବୁ ସ୍କୁଲ କଲେଜ ବନ୍ଦ
School Closed

Key Points

ପ୍ରବଳ ବର୍ଷାକୁ ନେଇ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ
ଦୁଇ ଦିନ ବନ୍ଦ ରହିବ ସମସ୍ତ ସ୍କୁଲ କଲେଜ
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇସାରିଛି ଲଘୁଚାପ । ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯଦିଓ ବଡ ବାତ୍ୟାର ଆକଳନ କରାଯାଇନାହିଁ କିନ୍ତୁ ହେବ ବଡ ବର୍ଷା । ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ରହିବ ପ୍ରଭାବ । କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବା ସହ ଗଞ୍ଜାମ, ଗଜପତି ଓ ରାୟଗଡାରେ ପବନ ସହ ପ୍ରବଳ ବର୍ଷା ରହିବ ।

  • ଗଜପତିରେ ୨୪ ଯାଏଁ ସ୍କୁଲ ଛୁଟି
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଫଳରେ ଆସନ୍ତା ୨୨ରୁ ୨୪ ତାରିଖ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଛି ଗଜପତି ଜିଲ୍ଲା ପ୍ରଶାସନ । ହେଡକ୍ୱାର୍ଟର ନ ଛାଡିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଜପତି ଜିଲ୍ଲାପାଳ । ପ୍ରବଳ ବର୍ଷା ସହିତ ଘଡଘଡିର ସମ୍ଭାବନା ରହିଥିବାରୁ ବିନା କାରଣରେ ଘରୁ ନ ବାହାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ, ତହସିଲ, ବ୍ଲକ, ବିଦ୍ୟୁତ ଓ ଅଗ୍ନିଶ୍ରମ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସଜାଗ କରାଯାଇଛି । ଆଗକୁ ଆବଶ୍ୟକ ପଡ଼ିଲେ ସ୍କୁଲ କଲେଜ ଛୁଟି କରାଯିବ । ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ସଜାଗ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

  • ଆଜିଠୁ ରାଜ୍ୟରେ ବର୍ଷା ଆରମ୍ଭ
ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର,ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ ବହିବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ଚେତାବନୀ ଜାରି ହୋଇଛି ।

ପଢନ୍ତୁ ଏହି ଖବର: ବାତ୍ୟା ନୁହେଁ, ହେବ ବଡ଼ ବର୍ଷା! ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ସେହିପରି ୨୩ ତାରିଖରୁ ବର୍ଷାର ପରିମାଣ ଆହୁରି ବଢିବ । କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀର କେତେକ ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍ ଚେତାବନୀ ଜାରି ହୋଇଥିବା ବେଳେ ଜଗତସିଂହପୁର, କଟକ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଖୋର୍ଦ୍ଧାରେ ଅରେଞ୍ଜ ଚେତାବନୀ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିରରେ ହଳଦିଆ ଚେତାବନୀ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: