Videos
|
Weather-calamities

Odisha Weather Update / ୨୪ ଯାଏଁ ଭିଜିବ ଓଡ଼ିଶା, ୨୨ରେ ଘୂର୍ଣ୍ଣିବଳୟ ଓ ୨୪ରେ ଲଘୁଚାପ ସୃଷ୍ଟି ସମ୍ଭାବନା

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
୨୪ ଯାଏଁ ଭିଜିବ ଓଡ଼ିଶା, ୨୨ରେ ଘୂର୍ଣ୍ଣିବଳୟ ଓ ୨୪ରେ ଲଘୁଚାପ ସୃଷ୍ଟି ସମ୍ଭାବନା
Weather Forecast

Key Points

ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବହୁଡ଼ା ଯାତ୍ରାରେ ବର୍ଷା ଆଶଙ୍କା
ବହୁଡ଼ାରେ ଭିଜିବ ଓଡ଼ିଶା । ୨୨ ତାରିଖରେ ଘୂର୍ଣ୍ଣିବଳୟ ଓ ୨୪ରେ ସୃଷ୍ଟି ହେବ ଲଘୁଚାପ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ । ୨୨ ତାରିଖ ପରଠୁ ରାଜ୍ୟରେ ବର୍ଷା ବଢ଼ିବା ସହ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ତେଣୁ ବହୁଡ଼ାରେ ମଧ୍ୟ ପୁରୀରେ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

ଅଧିକ ପଢ଼ନ୍ତୁ: ଲଗାଣ ମୌସୁମୀ ବର୍ଷା ଯୋଗୁଁ ଉପରମୁଣ୍ଡରେ ମାଡ଼ି ଆସିଲା ବନ୍ୟା ପାଣି; ଚାରିଆଡ଼େ ହାହାକାର


ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଦକ୍ଷିଣ ଓ ଉପକୂଳ ମଧ୍ୟ ବର୍ଷା ରହିବ । ଜୁଲାଇ ମାସରେ ପ୍ରତିଦିନ ରାଜ୍ୟରେ ବର୍ଷା ରହିବ । ସେହିଭଳି ୨୭ ରୁ ୩୦ ଭିତରେ ଆଉ ଏକ ସିଷ୍ଟମ ଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ରାଜ୍ୟରେ ୨ ଦିନ ମନସୁନ ଟ୍ରପ୍‌ ଲାଇନ୍ କାରଣରୁ ବର୍ଷା ଦେଖିବାକୁ ମିଳିବ । କିଛି କିଛି ସ୍ଥାନରେ ପ୍ରବଳ ବା ୧୦୦ ମିମି ବର୍ଷା ମଧ୍ୟ ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେପଟେ ଆଜି ଉପକୂଳ ଓଡ଼ିଶା ସମେତ ରାଜ୍ୟ ତମାମ ମେଘୁଆ ପାଗ ଦେଖିବାକୁ ମିଳୁଥିବା ବେଳେ ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha to Witness Rain During Bahuda Yatra, Low Pressure Likely | Argus News