Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଡ଼ି ଆସିଲା କଳାହାଣ୍ଡିଆ ମେଘ; ତାତିରୁ ମିଳିଲା ତ୍ରାହି

Weather & Calamities

Odisha Rain / ମାଡ଼ି ଆସିଲା କଳାହାଣ୍ଡିଆ ମେଘ; ତାତିରୁ ମିଳିଲା ତ୍ରାହି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମାଡ଼ି ଆସିଲା କଳାହାଣ୍ଡିଆ ମେଘ; ତାତିରୁ ମିଳିଲା ତ୍ରାହି
Odisha Rain

Key Points

ହଠାତ୍ ମାଡ଼ି ଆସିଲା କଳାହାଣ୍ଡିଆ ମେଘ
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ
ଆଜି ୪୫ ଡିଗ୍ରୀ ପାର କରିଛି ତାପମାତ୍ରା
ତାତିରୁ ମିଳିଲା ଆଶ୍ଵସ୍ତି । କାଳବୈଶାଖୀ ବର୍ଷା ଗରମ, ଗୁଳୁଗୁଳିରୁ ଆଶ୍ବସ୍ତି ଦେଇଛି । ଗୋଟିଏ ପଟେ ତାତିର ରାଜୁତି ଅନ୍ୟପଟେ କାଳବୈଶାଖୀର ତାଣ୍ଡବ । କେନ୍ଦୁଝର, ଯାଜପୁର, କଟକ ଆଦି ସ୍ଥାନରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ପବନ ଲାଗି ରହିଛି । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ଅରେଞ୍ଜ ଆଲର୍ଟ । ଖୋର୍ଦ୍ଧା, ପୁରୀ, ଗଜପତି ଓ ଜଗତସିଂପୁରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହାସହିତ ସର୍ତକ ରହିବାକୁ ସୂଚନା ମଧ୍ୟ ଦେଇଛି ।

  • ତାତିରୁ ମିଳିଲା ତ୍ରାହି
କଟକ ସହରବାସୀଙ୍କୁ ଭୀଷଣ ଗରମ ଓ ଗୁଳୁଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି ମିଳିଛି । କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟ ଧରଣର ବର୍ଷା ହୋଇଛି । ବିଜୁଳି, ଘଡ଼ଘଡ଼ି ବର୍ଷା ସହ ପବନ ମଧ୍ୟ ହେଉଛି । ତେବେ ଗତ କିଛି ଦିନ ଧରି ଜାରି ରହିଥିବା ଭୀଷଣ ଗରମ ଓ ଗୁଳୁଗୁଳିରୁ ଏହି ବର୍ଷା ଯୋଗୁଁ ସହରବାସୀଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜଧାନୀରେ ମଧ୍ୟ ବର୍ଷା ପବନ ଅଧିକ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

  • କାଳବୈଶାଖୀ ନେଲା ୩ ଜୀବନ
କେନ୍ଦୁଝରରେ କାଳବୈଶାଖୀରେ ଜୀବନ ହାରିଲେ ୩ ଜଣ । କେନ୍ଦୁଝର ଟାଉନ୍ ଥାନା ନରଣପୁରରେ କାଳବୈଶାଖୀର ତାଣ୍ଡବ ଦେଖାଦେଇଛି । ପ୍ରବଳ ବର୍ଷା ପବନରେ ଟେଣ୍ଟ ଭାଙ୍ଗି ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁରରେ ବଜ୍ରପାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ହେଲେ ମନୋଜ ଧଳ । କାଳବୈଶାଖୀରେ ପ୍ରାଣ ହରାଇଥିବା କେନ୍ଦୁଝରର ୩ ମୃତକଙ୍କ ଲାଗି ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।


ପଢନ୍ତୁ ଏହି ଖବର: ଏଠି ଜଳୁଛି ଭାରତ, ସେଠି ଚୀନରେ ଭୀଷଣ ବନ୍ୟା; ୨୫ ମୃତ

  • ରାଜଧାନୀରେ ୫.୪ ଡିଗ୍ରୀ ବଢିଲା ତାତି
ଆଜି ରାଜଧାନୀ ଭୁବନେଶ୍ଵରରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ୪୨ ଡିଗ୍ରି‌ ତାପମାତ୍ରାରେ ସିଝିଲେ ଭୁବନେଶ୍ବରବାସୀ । ମଧ୍ୟାହ୍ନ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ସେପଟେ ଝାରସୁଗୁଡ଼ାରେ ତାପମାତ୍ରା ୪୫.୫ ଡିଗ୍ରି ରେକର୍ଡ ହୋଇଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଥିଲା ଝାରସୁଗୁଡ଼ା ଓ ସମ୍ବଲପୁର । ଉପକୂଳରେ ଉଚ୍ଚ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ପୂରା ରାଜ୍ୟ ଅସହ୍ୟ ତାତିରେ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାତି ସହ ଗୁଳୁଗୁଳିରୁ ନିସ୍ତାର ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Weather Update: MD Issues Rain & Thunderstorm Alert Across Several Districts | Argus News