Videos
|
Weather-calamities

Odisha Weather / ଆସନ୍ତା ୨୪ ଘଣ୍ଟା ବର୍ଷା; ଦିନକ ପରେ ଗୁଳୁଗୁଳିରେ ଘାଣ୍ଟି ହେବ ଓଡ଼ିଶା

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ଆସନ୍ତା ୨୪ ଘଣ୍ଟା ବର୍ଷା; ଦିନକ ପରେ ଗୁଳୁଗୁଳିରେ ଘାଣ୍ଟି ହେବ ଓଡ଼ିଶା
Odisha Weather

Key Points

ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା
ଶନିବାରଠାରୁ ପୁଣି ଉପରମୁହାଁ ହେବ ପାରଦ
ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ  ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେପଟେ ଆସନ୍ତାକାଲିଠାରୁ ପୁଣି ଉପରମୁହାଁ ହେବ ପାରଦ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁପାରେ । ୧୨ ତାରିଖରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ସିିଝିବ ପଶ୍ଚିମ ଓଡ଼ିଶା
ଆସନ୍ତା ଏପ୍ରିଲ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, ୩ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ବଢିବାକୁ ଥିବାରୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୦ ତାରିଖରେ ଉପକୂଳ ଓଡ଼ିଶାର ଭୁବନେଶ୍ଵରରେ ପାରଦ ୩୮ ଡିଗ୍ରୀ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଝାରସୁଗୁଡ଼ା ୪୧ ଡିଗ୍ରୀ ଛୁଇଁଯାଇପାରେ ବୋଲି  ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ।

  • ଗୁଳୁଗୁଳି ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ
ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ । ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲା ପାଇଁ ଏଥିଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି ।

ପଢନ୍ତୁ ଏହି ଖବର: କେତେ ଶକ୍ତିଶାଳୀ ହୋଇଥାଏ ବିଜୁଳି? କେତେ Ampere Current କରିଥାଏ ବହନ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ୱର । ପବନର ବେଗ ବଢିବାକୁ ଥିବାରୁ ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି । 

Related Topics

Explore more stories