Videos
|
Weather-calamities

Odisha Rain Alert / ଉପକୂଳ ଆଡ଼କୁ ମୁହାଁଉଛି ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷା

Santosh Kumar Sahoo
Browse all articles by Santosh Kumar Sahoo
·21 mins ago·1 min read
ଉପକୂଳ ଆଡ଼କୁ ମୁହାଁଉଛି ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷା
Low Pressure

Key Points

ଉପକୂଳ ଆଡ଼କୁ ମୁହାଁଉଛି ଲଘୁଚାପ
୩୧ ଅକ୍ଟୋବର ସୁଦ୍ଧା ଅବପାତ ରୂପ ନେବ ଲଘୁଚାପ
ଆନ୍ଧ୍ର ଉପକୂଳ ଆଡ଼କୁ ଗତି
ଉପକୂଳ ଆଡ଼କୁ ମୁହାଁଉଛି ଲଘୁଚାପ । ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଅକ୍ଟୋବର ୩୧ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ସଂଲଗ୍ନ ଦ୍ୱୀପପୁଞ୍ଜ ଅଞ୍ଚଳରେ ଏକ 'ଅବପାତ' ରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ।

ଅନ୍ୟପଟେ, ପୂର୍ବରୁ ସୃଷ୍ଟ ଅବପାତଟି ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସକାଳ ୮.୩୦ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଭଦ୍ରକ, ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେହିପରି ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ନବରଙ୍ଗପୁର ଓ କଳାହାଣ୍ଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବଜ୍ରପାତ ଓ ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: